ସାମାଜିକ ଦୂରତା ହ୍ରାସ ପାଇଲେ ବଢ଼ିବ ସଙ୍କଟ: ମୋଦି

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ଭାଇରସ୍‌ ମହାମାରୀ ସଙ୍କଟ ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପ୍ରସଙ୍ଗରେ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି। ସୋମବାର ଅପରାହ୍ନରେ ଭିଡିଓ କନ୍‌ଫରେନ୍ସିଂରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି କରୋନା ମୁକାବିଲା ରଣନୀତି ଓ ଲକ୍‌ଡାଉନକୁ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ସତର୍କତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଯଦି ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ନ କରନ୍ତି ଓ ସତର୍କତା ଅବଲମ୍ବନ ନ କରନ୍ତି ତେବେ କରୋନା ସଙ୍କଟ ବୃଦ୍ଧି ପାଇବ ବୋଲି ମୋଦି କହିଛନ୍ତି। ତେଣୁ ଲକ୍‌ଡାଉନ ଓ ସାମାଜିକ ଦୂରତ୍ୱ କିଭଳି ପାଳନ କରାଯାଉଛି ସେନେଇ ଅଧିକ ଦୃଷ୍ଟି ଦେବା ଏବେ ଜରୁରୀ ହୋଇପଡ଼ିଛି। କରୋନା ବିରୋଧରେ ସବୁ ରାଜ୍ୟ ମିଶିକି କାର୍ଯ୍ୟ କରୁଥିବା ବେଳେ ସମସ୍ତେ ନିଜ ଦାୟିତ୍ୱ ଭଲଭାବେ ତୁଲାଇଛନ୍ତି ବୋଲି ମୋଦି କହିଛନ୍ତି। କରୋନାକୁ ନେଇ କ୍ୟାବିନେଟ ସଚିବ ଓ ରାଜ୍ୟ ସଚିବ ଉଭୟ ଲଗାତର ସମ୍ପର୍କରେ ରହିଛନ୍ତି। ଏହା ବିରୋଧରେ ଲଢ଼େଇ ପାଇଁ ଅଧିକ ଧ୍ୟାନ ଦେବା ସହ କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ପଡ଼ିବ। ଏକ ସନ୍ତୁଳିତ ରଣନୀତି ସହ ଆଗକୁ ବଢ଼ି, ଚ୍ୟାଲେଞ୍ଜ ଗୁଡ଼ିକ କ’ଣ ଏହାର ସମାଧାନ କ’ଣ ତା’ ଉପରେ ଅଧିକ କାର୍ଯ୍ୟ କରିବାକୁ ମୋଦି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜ୍ୟ ଓ ଜିଲାରେ ଦ୍ରୁତ ଗତିରେ କରୋନା ବ୍ୟାପୁଥିବା ବେଳେ ଏହା କିପରି ଗାଁକୁ ନ ପହଞ୍ଚିବ ତା’ଏବେ ଏକ ଚ୍ୟାଲେଞ୍ଚ ପାଲଟିଛି। ତେବେ ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିମାଚଳରେ ପ୍ରବଳ ତୁଷାରପାତ

ଶିମ୍‌ଲା,୨୯।୧୨: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ସୋଲାଙ୍ଗ ନାଲାରେ ପ୍ରବଳ ତୁଷାରପାତ ଯୋଗୁ ମନାଲି-ଲେହ ରାଜପଥରେ ୮,୦୦୦ ପର୍ଯ୍ୟଟକ ଏବଂ ୧,୫୦୦ ଗାଡ଼ି ଫସିରହିଥିଲେ। ହିମାଚଳ...

୩୧ ସୁଦ୍ଧା ଡାଲଓ୍ବୋଲଙ୍କୁ ହସ୍ପିଟାଲ ନିଅ

ନୂଆଦିଲ୍ଲୀ,୨୯।୧୨(ପି.ଟି.): ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ମାସେ ହେଲା ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲଙ୍କ ଜୀବନ ଓ ସ୍ବାସ୍ଥ୍ୟାବସ୍ଥାକୁ ନେଇ...

କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍‌ ପରିବହନ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ବିମାନ, ଟ୍ରେନ୍‌ ସମେତ ସଡ଼କ ପରିବହନ ବାଧାପ୍ରାପ୍ତ ହେବା...

ମନମୋହନ ସିଂଙ୍କ ୩ ଝିଅ କ’ଣ କରନ୍ତି? ରାଜନୀତିଠାରୁ ଯିଏ ନିଜକୁ ଦୂରେଇ ରଖି…

ନୂଆଦିଲ୍ଲୀ,୨୮।୧୨: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ୧୯୫୮ରେ ସେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଅଛନ୍ତି।...

‘ଗାନ୍ଧିଜୀ ଯେଉଁଠି ଅଛନ୍ତି, ସେଇଠି ପହଞ୍ଚିଯିବ,’ଭୋଜପୁରୀ ଗାୟିକାଙ୍କୁ କାହିଁକି ମିଳୁଛି ଧମକ

ପାଟନା/ମୁମ୍ବାଇ,୨୮।୧୨: ବିହାରର ରାଜଧାନୀ ପାଟନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ବାପୁ ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରସିଦ୍ଧ...

ମନମୋହନଙ୍କୁ ଭାଜପା ନୁହେଁ ବରଂ କଂଗ୍ରେସ ହିଁ ଅଧିକ ଅପମାନିତ କରିଛି: ସମ୍ବିତ ପାତ୍ର

ଭୁବନେଶ୍ୱର,୨୮।୧୨: ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂଙ୍କ ନାଁରେ ସ୍ମାରକୀ ଦାବି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ସ୍ମାରକୀ ପ୍ରତିଷ୍ଠା ଲାଗି...

ମନମୋହନ ସିଂଙ୍କ ଅନ୍ତିମ ଯାତ୍ରାରେ ଏମିତି କ’ଣ କଲେ ରାହୁଲ, ଯାହା ଏବେ ହେଉଛି ଭାଇରାଲ?

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷ ବିଦାୟ ଶନିବାର (ଡିସେମ୍ବର ୨୮, ୨୦୨୪) କରାଯାଇଥିଲା। ଶେଷ ବିଦାୟ ସମୟରେ ରାହୁଲ ଗାନ୍ଧୀଙ୍କ ଅନେକ...

ଚାଇନାକୁ ଦମ ଦେଖାଇଲା ଭାରତ! ୧୪୦୦୦ଫୁଟ ଉପରେ ଲଗାଇଲା ଶିବାଜୀଙ୍କ ବିଶାଳ ପ୍ରତିମା

ନୂଆଦିଲ୍ଲୀ,୨୮।୧୨: ଭାରତ ପୁଣି ଥରେ ଚାଇନାକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ସେନା ଲଦାଖରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri