ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ମହମ୍ମଦ ମୁସ୍ତାକ ଦୋଷୀ ସାବ୍ୟସ୍ତ

କଟକ ଅଫିସ, ୧୯।୯:  କଟକ ଜିଲା ସାଲେପୁର ଥାନା ଅଞ୍ଚଳରେ ୨୦୧୮ରେ ଘଟିଥିବା ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୩୨) ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କଟକର ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ପୋକ୍ସୋ ଅଦାଲତର ସ୍ବତନ୍ତ୍ର ଜଜ୍‌ ବନ୍ଦନା କର ଏହାର ଶୁଣାଣି କରି ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୬୩, ୩୦୨, ୩୭୬ ଏ ଓ ବି ଏବଂ ପୋକ୍ସୋ ଆଇନ ଧାରା ୬ ଅନୁଯାୟୀ ବୁଧବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଗୁରୁବାର ଅଦାଲତ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ କରିବେ।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୮ ଏପ୍ରିଲ ୨୧ ସନ୍ଧ୍ୟାରେ ସାଲେପୁର ଥାନା ଅଞ୍ଚଳର ୬ ବର୍ଷୀୟା ନାବାଳିକାକୁ ଚକୋଲେଟ୍‌ ଲୋଭ ଦେଖାଇ ତାଙ୍କ ପଡୋଶୀ ମୁସ୍ତାକ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିବା ସହ ତଣ୍ଟି ଚିପି ଦେଇଥିଲେ। ନାବାଳିକା ମରିଗଲା ବୋଲି ଭାବି ମୁସ୍ତାକ ତାଙ୍କୁ ସେଠାରେ ଛାଡି ପଳାଇ ଯାଇଥିଲେ। ପରେ ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେହିମାସ ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା। ସାଲେପୁର ଥାନାର ଭାରପ୍ରାପ୍ତ ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ ମାମଲାର ଅନୁସନ୍ଧାନ କରି ଫେରାର ହେବାକୁ ଉଦ୍ୟମ କରୁଥିବା ମୁସ୍ତାକଙ୍କୁ ଘଟଣା ଦିନ ରାତିରେ ମାଳହାଟ ନିକଟରୁ ଗିରଫ କରିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କ୍ରାଇମବ୍ରାଞ୍ଚ ପୋଲିସ ଏହାକୁ ‘ରେଡ୍‌ ଫ୍ଲାଗ’ ମାମଲା ଶ୍ରେଣୀଭୁକ୍ତ କରିଥିଲା।
ମାମଲାର ତଦନ୍ତ କରି ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଅଭିଯୁକ୍ତ ମୁସ୍ତାକ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୬୩, ୩୭୬, ୩୦୨ ଦଫା ଓ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ପୀଡ଼ିତାଙ୍କ ମୃତ୍ୟୁର ୧୦ଦିନ ମଧ୍ୟରେ ଅର୍ଥାତ ମେ’ ୧୦ରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ପୋଲିସ ଅଭିଯୁକ୍ତଙ୍କ ପିନ୍ଧା ପୋଷାକ(ଯେଉଁଥିରେ ପୀଡିତା ନାବାଳିକାର ରକ୍ତ ଲାଗିଥିଲା) ଓ ଫରେନସିକ ଲାବରେଟୋରିର ରିପୋର୍ଟ ଅଦାଲତରେ ଉପସ୍ଥାପନ କରିଥିଲା। ମାମଲାର ବିଚାର କରି ଅଦାଲତ ୨୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ସହ ଅନ୍ୟାନ୍ୟ ପ୍ରମାଣ ଓ ଅଭିଯୁକ୍ତଙ୍କ ସ୍ବୀକାରୋକ୍ତିକୁ ଭିତ୍ତି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଆଇନଜୀବୀ ଅକ୍ଷୟ ନାୟକଙ୍କୁ ସ୍ବତନ୍ତ୍ର ପିପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଏଥିରେ ସ୍ବତନ୍ତ୍ର ପିପି ରମେଶ ଚନ୍ଦ୍ର ମହାନ୍ତି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri