ସାଲେପୁର ବିଧାନସଭା ଆସନ: କଂଗ୍ରେସ ଭୋଟବ୍ୟାଙ୍କ୍‌ ଉପରେ ବିଜେଡି, ଭାଜପାର ନଜର

ନିର୍ମଳ ପଣ୍ଡା/ କଟକ ଅଫିସ, ୨୫ ।୪- ଏପ୍ରିଲ ୨୯ ଚତୁର୍ଥ ପର୍ଯ୍ୟାୟରେ ସାଲେପୁର ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। କଟକ ଜିଲାର ଏହି ଆସନଟି କେନ୍ଦ୍ରାପଡ଼ା ଲୋକସଭା ଅଧୀନରେ ଯାଉଛି। ନିର୍ବାଚନ ମଇଦାନରେ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସ ନିଜର ମୂଳ ଭୋଟବ୍ୟାଙ୍କ୍‌କୁ ନେଇ ଲଢ଼େଇ କରୁଥିବାବେଳେ ବିଜେଡି ଓ ଭାଜପାର ନଜର ଏବେ ଏହା ଉପରେ ରହିଛି। କଂଗ୍ରେସ ଭୋଟକୁ ହାତେଇ ବିଜୟ ମୁକୁଟ ପିନ୍ଧିବାକୁ ଦୁଇ ପ୍ରାର୍ଥୀ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।

୨୦୧୪ରେ କଂଗ୍ରେସରୁ ଟିକେଟ ପାଇ ବିଧାୟକ ହୋଇଥିଲେ ପ୍ରକାଶ ବେହେରା। ସେ ଏବେ ଭାଜପାରୁ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସରୁ ରବୀନ୍ଦ୍ର କର ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଗତ ବିଧାନସଭା ନିର୍ବାଚନର ପରାଜିତ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ତେବେ ବିଗତ ୨ଟି ନିର୍ବାଚନୀ ଫଳାଫଳ କହୁଛି ସାଲେପୁରରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋର୍‌ଦାର ଲଢ଼େଇ ହୋଇଥିଲା। ଜିତାପଟ୍‌ ମଧ୍ୟ ଊଣେଇଶବିଶ୍‌ ଥିଲା।  ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରା ୨୧୧୭ ଭୋଟରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ପରାସ୍ତ କରିଥିବାବେଳେ ୨୦୦୯ରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା କଂଗ୍ରେସର ପ୍ରକାଶ ବେହେରାଙ୍କୁ ୧୨୭୭ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ। ମାତ୍ର ୨୦୧୯ ନିର୍ବାଚନୀ ଚିତ୍ର ବଦଳିଯାଇଛି। ଏଥର ବିଜେଡି ସହିତ ଭାଜପାର ସିଧାସଳଖ ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି। ତେବେ ୨୦୦୦ରୁ ୨୦୦୯ ମଧ୍ୟରେ ହୋଇଥିବା ୩ଟି ନିର୍ବାଚନରେ  ପ୍ରକାଶ ପରାସ୍ତ ହୋଇଥିଲେ ମଧ୍ୟ କଂଗ୍ରେସ ଭୋଟ ବ୍ୟାଙ୍କ ତାଙ୍କ ସହିତ ରହି ଆସିଥିଲା। କିନ୍ତୁ  ସେ ଏବେ ଭାଜପାକୁ ଯିବା ପରେ ତାଙ୍କ ସହିତ କେତେ ମାତ୍ରାରେ କଂଗ୍ରେସ ଭୋଟ ଯାଉଛି ତାହାର ଅଙ୍କକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯଦିଓ ପ୍ରକାଶଙ୍କ ସହିତ ଛାମୁଆ କଂଗ୍ରେସ ନେତାମାନେ ଭାଜପାକୁ ଡେଇଁଛନ୍ତି, ସାଧାରଣ କଂଗ୍ରେସ ଭୋଟର କେତେମାତ୍ରାରେ ପ୍ରଭାବିତ ହୋଇଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ। ତେବେ କଂଗ୍ରେସ ଭୋଟର ସାଲେପୁର ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ପ୍ରକାଶ କହିଛନ୍ତି ଯେ, ସେ ସାଲେପୁର ଲୋକଙ୍କ ସହିତ ଅଛନ୍ତି। ସାଲେପୁରବାସୀ ହିଁ  ତାଙ୍କର ବଡ଼ ଶକ୍ତି। କଂଗ୍ରେସର ଦୁର୍ଦ୍ଦିନରେ ସେ କଂଗ୍ରେସକୁ ଏଠାରେ ସୁସଂଗଠିତ ରଖି ବିଜେଡିକୁ ଚ୍ୟାଲେଞ୍ଜ ଦେଉଥିଲେ। ଏବେ କଂଗ୍ରେସ ଭୋଟ୍‌ବ୍ୟାଙ୍କ ଭାଜପାରେ ବିଲିନ ହୋଇଥିବା ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୋଦିଙ୍କ ବିକାଶ ଓ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ଆମେ ପହଞ୍ଚାଉଛୁ। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମଧ୍ୟ ଲୋକେ ଅଙ୍ଗେ ଅଙ୍ଗେ ନିଭାଉଥିବା ଆମକୁ କହୁଛନ୍ତି। ତେଣୁ ଭାଜପା ଭଲ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ପ୍ରକାଶ କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କର ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି, ଭୋଟ ବ୍ୟାଙ୍କ କାହା ସହିତ ଚାଲିଯାଏନା। କଂଗ୍ରେସ ସଂଗଠନକୁ ନେଇ ପ୍ରକାଶ ବଳିଆନ ଥିଲେ। ଏବେ କଂଗ୍ରେସ ସଂଗଠନ ତାଙ୍କ ସହିତ ନାହିଁ। ଯିଏ କଂଗ୍ରେସରୁ ପ୍ରାର୍ଥୀ ହୋଇଛି ସଂଗଠନ ଓ ଭୋଟ ତାହା ସହିତ ରହିବ ଏଥିରେ ଦ୍ୱିମତ ହେବାର ନାହିଁ। ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ଭାଜପା ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି। ଏହିସବୁ ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ ବୋଲି ରବୀନ୍ଦ୍ର କହିଛନ୍ତି। ସମୀକ୍ଷକଙ୍କ ମତରେ ନେତା ଚାଲିଗଲେ ଶତ ପ୍ରତିଶତ ଭୋଟ ବ୍ୟାଙ୍କ ଚାଲିଯାଏନି। କଂଗ୍ରେସର ପାରମ୍ପରିକ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କ ସହିତ ରହିବ ବୋଲି ସେମାନେ ମତ ଦେଇଛନ୍ତି।  ଅନ୍ୟପକ୍ଷରେ ପ୍ରଶାନ୍ତ କହିଛନ୍ତି, ଲୋକେ ବିଜେଡିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚତ୍ଛି। ସାଲେପୁରକୁ ଏକ ବିକଶିତ ନିର୍ବାଚନମଣ୍ଡଳୀରେ ପରିଣତ କରିବାର ପ୍ରତିବଦ୍ଧତା ନେଇ ମୁଁ ଲୋକଙ୍କୁ ଭେଟୁଛି। ଲୋକଙ୍କର ସମର୍ଥନ ବିଜେଡି ପ୍ରତି ଥିବା ମୁଁ ପ୍ରଚାରରୁ ଜାଣିପାରୁଛି। ସାଲେପୁରରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ପ୍ରଶାନ୍ତ ଆଶାବାଦୀ ଅଛନ୍ତି।

ପ୍ରାର୍ଥୀମାନେ ଏଭଳି କଥା କହୁଥିବାବେଳେ ସାଲେପୁର ଭୋଟରଙ୍କ ମତ ବେଶ୍‌ ଭିନ୍ନ ରହିଛି। ଜଣେ ଭୋଟର ଆଲୋକ ଭୂୟଁା କହିଛନ୍ତି, ସାଲେପୁରକୁ ବିଜ୍ଞାପିତ ପରିଷଦ (ଏନ୍‌ଏସି) ଦାବି ଏଠାରେ ଦୀର୍ଘଦିନରୁ ହୋଇ ଆସୁଛି। ନିର୍ବାଚନ ଆସିଲେ ନେତାମାନେ ଏନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଉଛନ୍ତି। ପ୍ରଭାତ ବେହେରା ନାମକ ଜଣେ ଚାଷୀଙ୍କ ମତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପ୍ରତି ବିମୁଖ। ସାଲେପୁରର ଚାଷଜମିକୁ ପାଣି ଯାଉନି। ଚାଷୀ ଫସଲର ଉଚିତ ପ୍ରାପ୍ୟ ପାଉନି। ତେଣୁ ଭୋଟ ଦେବା ପୂର୍ବରୁ ଚାଷୀ ଏକଥାକୁ ଚିନ୍ତା କରିବେ ବୋଲି ପ୍ରଭାତ କହିଛନ୍ତି। ଉତ୍ତମ ବେହେରାଙ୍କ ମତରେ କେନ୍ଦ୍ର ହେଉ ଅବା ରାଜ୍ୟ, ପ୍ରତି ୫ ବର୍ଷରେ ଥରେ ନେତା ଓ ସରକାର ବଦଳିବା ଦରକାର।   ଏହାଦ୍ୱାରା ବିକାଶର ଧାରା ତ୍ୱରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Subhadra Yojana: ବିଜେଡି ଡରିଗଲାଣି, ଔଷଧ ବିକଳରେ ତାଟିଆ କାମୁଡୁଛି’

ଭୁବନେଶ୍ୱର,୭।୯: ‘ସୁଭଦ୍ରା’କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର...

କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ

ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ...

ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ…

ଭୁବନେଶ୍ୱର,୭।୯: ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ...

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି…

ଭୁବନେଶ୍ୱର,୭।୯: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି  ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri