ଲୋଇସିଂହା,୨୫।୭ (ଡି.ଏନ୍.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ବେଣୁଧର ବିଶ୍ୱାଳକଁର ପୁଓ ମାନସ ବିଶ୍ୱାଳ(୭)। ଏହେଦେ ସେ ବୋନମ୍ୟାରୋ ସମସିଆରେ ପୀଡ଼ିତ ଥିଲାବେଲେ ତାକର ଗୁଟେ କିଡ଼୍ନୀ ଥିବାର ପରୀକ୍ଷା ନିରୀକ୍ଷାରୁ ଜନାପଡ଼ିଛେ। ଏନ୍ତାଥି ତାକର ଚିକିତ୍ସା ଲାଗି ଲକ୍ଷାଧିକ୍ ଟଁକା ଦରକାର ପଡ଼ୁଥିଲାବେଲେ ଗରିବ୍ ମା’ବାପ୍ ଉପରେ ଚଡ଼କ ପଡ଼ିଛେ।
ସୂଚନା ହିସାବେ ହରଭଙ୍ଗା ଗାଁର ବେଣୁଧରକଁର ପୁଓ ମାନସ(୭) ଜନମ୍ ବେଲୁ ୫ ବଛର ତକ୍ ଠିକ୍ଠାକ୍ ଥିଲେ। ଏହେଦେ ସେ ଗାଁ ସ୍କୁଲରେ ଦୁତୀଅ ଶ୍ରେଣୀରେ ପଢ଼ୁଛନ୍। ହେଲେ ମାନସର ବଏସ୍ ବଢ଼ବାର ସଂଗେ ଶରୀର ନାଇଁ ବଢ଼ଲାରୁ ମା’ବାପ୍ର ଚିନ୍ତା ବଢ଼ିଥିଲା। ପରିବାର ଲୋକ ମାନସକେ ବଲାଙ୍ଗୀର, ବୁର୍ଲା ଡାକ୍ତରଖାନା ନେଇ ଚିକିତ୍ସା କରାଲେ। ଡାକ୍ତର ଅପପୁଷ୍ଟିର ଲକ୍ଷନ କହି ଚିକିସତ୍ା କଲେ। ହଜାର ହଜାର ଟଁକା ଉଷୋକଷା କଲା ଉତାରୁ ବି ମାନସର ଶରୀରରେ କିଛି ପରିବରତନ୍ ନାଇଁ ହେଲା। ଶେଷେ ଲୁକ୍କର ପରାମଶ୍ରେ ପରିବାର ଲୋକ୍ ମାନସକେ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସ ନେଲେ। ସେଠାନେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ଜାନବାକେ ପାଏଲେ ଯେ, ମାନସର ବୋନମ୍ୟାରୋରେ ସମସିଆ ରହିଛେ, ରକତ୍ ଠିକ୍ସେ ତିଆର ହେଇ ନାଇଁପାରବାର। ସେନ୍ତା ତାକର ଗୁଟେ କିଡ଼୍ନୀ ରହିଥିବାର ଜନା ପଡ଼ିଥିଲା। ଡାକ୍ତର ମାନସର ଚିକିସତ୍ା ଲାଗି ଅତି କମ୍ରେ ୧୫ ଲାଖ୍ ଟଁକା ଖରଚ୍ ହେବା ବଲି କହିଥିଲେ। ଇ କଥାଟା ଶୁନି ବରଗଡ଼ ଜିଲା ଯୋଖିପାଲିର ୟୁଥ ଏଗେଁଷ୍ଟ କରପ୍ସନ ସଂଗଠନ ମୁଖ୍ୟମନ୍ତ୍ରୀକଁର ଦୁରୁଷ୍ଟି ଆକରଷନ୍ କରିଥିଲା। ଶେଷେ ବଲାଙ୍ଗୀର ଜିଲାପାଲକଁର ନିରଦେଶରେ ଆଗଲପୁର ବିଡିଓ ଇ ଦୁଖି ପରିବାରକେ ରେଡକ୍ରସରୁ ୨୦ ହଜାର ଟଁକା ସାହାଯ୍ ଦେଇଥିଲେ। ସେ ଟଁକାରେ ପରିବାର ଲୋକ୍ ମାନସକେ ଦୁତୀଅ ଥର ଭୁବନେଶ୍ୱର ଏମ୍ସକେ ଚିକିତ୍ସା ଲାଗି ନେଇଥିଲେ। ହେଲେ ସେଠାନେ ଡାକ୍ତର ମାନସର ଚିକିତ୍ସା ଲାଗି ୧୫ ନୁହେ ୨୫ ଲାଖ୍ ଟଁକା ଦରକାର ପଡ଼ବା ଆର ଚିକିତ୍ସା ଦିଲ୍ଲୀ ଏମ୍ସରେ ହେବା ବଲି କହିଥିଲେ। ଇ କଥା ଶୁନି ମା’ବାପ୍ର ମୁଡ଼େ ଚଡ଼କ ପଡ଼ିଥିଲା। ହେନ୍ଥେଇ ବି ପରିବାରର ଥିତି ଭଲ ନାଇଁ। ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ମା’ବାପ୍ ନିରାଶ ହେଇ ବୁଧୁବାର ପୁଓକେ ଧରି ଗାଁକେ ଫିରି ଅସିଛନ୍। ଇଆଡ଼େ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ୫ ଲାଖ୍ ତକ୍ ଚିକିତ୍ସା ସାହାଯ୍ ମିଲିପାରବା। ବାକି ଟଁକାର ଲାଗି ଘରଦୁଆର, ଜମିବାଡ଼ି ବିକ୍ଲେ ବି ଠୋଲ ନାଇଁ ହେଇପାରେ। ଏନ୍ତାଥି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସାହାଯ୍ର ହାତ୍ ବଢ଼ାଲେ ମୋର ପୁଓ ନୁକୋ ହେଇପାରବା ବଲି ବେଣୁଧର କହିଛନ୍। ସେନ୍ତା ଗାଁବାସୀ ବି ଇ ଦୁଖି ପରିବାରକେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସାହାଯ୍ର ହାତ୍ ବଢ଼ାବାକେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍।
Posted inସମ୍ବଲପୁର