ସିଇଓଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ:ଯୋଗଦେଲେନି କଂଗ୍ରେସର ପ୍ରତିନିଧି

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସୁରେନ୍ଦ୍ର କୁମାର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ବିଜେପୁର ଉପନିର୍ବାଚନ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତି, ନାମାଙ୍କନପତ୍ର ଦାଖଲର ଶେଷ ତାରିଖ, ନାମାଙ୍କନପତ୍ର ଯାଞ୍ଚ, ପ୍ରତ୍ୟାହାର, ମତଦାନ ତାରିଖ ଓ ଭୋଟ ଗଣତି ସହ ନିର୍ବାଚନ ପ୍ରକ୍ରିୟା ଶେଷ ଇତ୍ୟାଦି ତଥ୍ୟଗୁଡ଼ିକୁ ବୈଠକରେ ଅବଗତ କରାଇଛନ୍ତି। ବୈଠକରେ ଉପସ୍ଥିତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଅବଗତ କରାଇବା ପରେ ଆସନ୍ତା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ଉପରେ ସୁରେନ୍ଦ୍ର କୁମାର ସେମାନଙ୍କ ସହଯୋଗ କାମନା କରିଛନ୍ତି। ବୈଠକରେ ବିଜେଡି ଓ ଭାଜପା ସଦସ୍ୟ ଉପସ୍ଥିତ ଥିବାବେଳେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ଅନୁପସ୍ଥିତ ରହିଥିଲେ। ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ବରଗଡ଼ ଜିଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି। ସର୍ବସାଧାରଣ କୋଠାଗୁଡିକରେ ନିର୍ବାଚନ ସମ୍ପର୍କିତ ବ୍ୟାନର, ହୋଡିଂ ଓ ପୋଷ୍ଟର ଗୁଡ଼ିକୁ ନ ଲଗାଇବା ପାଇଁ ରାଜନୈତିକ ଦଳ ଓ ସେମାନଙ୍କ କର୍ମୀମାନଙ୍କୁ ଅନୁରୋଧ କରାଯାଇଛି। ନାମାଙ୍କନପତ୍ର ଦାଖଲବେଳେ ପ୍ରାର୍ଥୀମାନେ ଫର୍ମ ନଂ ୨୬ରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ, ହେଲେ ସତ୍ୟପାଠ ଫର୍ମର କୌଣସି ସ୍ତମ୍ଭ କିମ୍ବା କୌଣସି ଧାଡ଼ି ଖାଲି ରହିବ ନାହିଁ। ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ଥାଏ, ତେବେ ସେମାନେ ନର୍ବାଚନ ପ୍ରଚାର ସମୟରେ ୩ଥର ଗଣମାଧ୍ୟମରେ ସେନେଇ ପ୍ରଚାର ପ୍ରସାର କରାଇବେ। ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍‌/ଭିଭିପିଏଟି କ୍ଷେତ୍ରରେ ଏମ୍‌-୩ ଭର୍ସନ ମେଶିନ୍‌ ବ୍ୟବହାର କରାଯିବ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୁକିଲା ରାଜଧାନୀ, ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଯାଏ ମଉଜମସ୍ତିର ଆସର

ଭୁବନେଶ୍ୱର,୫।୧:ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର । ଜମିଛି ନୃତ୍ୟ ଗୀତର ଆସର। ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ...

ଦୁର୍ଘଟଣା ରୋକିବ ସ୍ମାର୍ଟ ଡିଭାଇସ୍‌

ଭୁବନେଶ୍ୱର,୫ା୧(ଅନିଲ ଦାସ): ଗତ ୧୦ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୭ ହଜାରରୁ ଅଧିକ ଜୀବନ ଯାଇଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ସମସ୍ତ ବସ୍‌ରେ...

‘ପାଠ୍ୟ ପୁସ୍ତକରେ ବରଗଡ଼ ଧନୁଯାତ୍ରା ସ୍ଥାନିତ ହେଉ’; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଆଦେଶ ଦେଲେ କଂସ ମହାରାଜ…

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ)-ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଶନିବାର ରାଜ ଦରବାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଶିକ୍ଷା, ସଂସ୍କୃତି,...

ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ଉମରକୋଟ/ରାଇଘର, ୪।୧(ସନ୍ତୋଷ ଶତପଥୀ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବନାଞ୍ଚଳରେ ଚାରାରୋପଣରେ ଦୁର୍ନୀତି ଅଭିଯୋଗରେ ଗୋନା ସେକ୍ସନ୍‌ ଫରେଷ୍ଟର କାମାକ୍ଷାପ୍ରସାଦ ସ୍ବାଇଁ, ଫରେଷ୍ଟଗାର୍ଡ ହରେକୃଷ୍ଣ ନାୟକଙ୍କୁ...

ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ

ନୂଆପଡ଼ା,୪ା୧ (ମକାରୁ ବେମାଲ): ନୂଆପଡ଼ା-ଛତିଶଗଡ଼ ସୀମାନ୍ତରେ ଗୁରୁବାର ଓ ଶୁକ୍ରବାର ଓଡ଼ିଶା ଓ ଛତିଶଗଡ ଯବାନଙ୍କ ମିଳିତ ଅପରେଶନ ସମୟରେ ମାଓବାଦୀ ସହ ଗୁଳି ବିନିମୟ...

ସାଥୀଙ୍କୁ ନିଶାବଟିକା ଖୁଆଇଦେଲେ ଦୁଇ ଛାତ୍ର: ଆଉ ତା’ପରେ…

ଦେଓଗାଁ,୪।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଦେଓଗାଁ ମୁଖ୍ୟାଳୟସ୍ଥିତ ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଦେଇ ଗତିକରୁଥିବା ଅଭିଯୋଗ ହୋଇଛି।...

ବରଗଡ଼ ଧନୁଯାତ୍ରା: ଉଦ୍‌ଘାଟିତ ହେଲା ରଙ୍ଗମହଲ

ମଥୁରାନଗରୀ,୪।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶନିବାର ଦ୍ୱିତୀୟ ଦିବସରେ ମଥୁରାନଗରୀସ୍ଥିତ ନିଶାମଣି ସ୍କୁଲ ସମ୍ମୁଖ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦ୍‌ଘାଟିତ...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ

ଭୁବନେଶ୍ୱର,୪ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ  ପାଇଛି। ତେବେ ଅରିନ୍ଦମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri