କଦଳୀ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ୟୁରୋପିଆନ ଏକାଡେମୀ ଅଫ୍ ଆୟୁର୍ବେଦର ସୂଚନା ଅନୁଯାୟୀ, ସିଝା କଳଦୀ ରାତିରେ ଖାଇଲେ ଏହା ଶରୀରରେ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
-କଞ୍ଚା କଦଳୀରେ ଥିବା କ୍ୟାଲସିୟମ ହାଡ଼ ମଜଭୂତ କରିବା ସହ ଶରୀରକୁ ଶକ୍ତି ଯୋଗାଇଥାଏ।
-ଦିନେ ଦୁଇଦିନ ଏହାକୁ ଖାଇଲେ କୌଣସି ଲାଭ ମିଳି ନ ଥାଏ।
-ରାତିରେ ଯେଉଁମାନଙ୍କୁ ନିଦ ହୋଇ ନ ଥାଏ ସେମାନେ ନିୟମିତ ଭାବେ ରାତିରେ ସିଝା କଦଳୀର ପାଣି ପିଇଲେ ସୁଫଳ ମିଳିଥାଏ।
– ଚୋପାଲଗା କଦଳୀକୁ ସିଝାଇ ଏହାର ପାଣି ପିଇଲେ ଶରୀରର ଆହୁରି କିଛି ସମସ୍ୟା ଠିକ୍ ହୋଇଥାଏ ବୋଲି ଜଣାପଡିଛି।