ବେଙ୍ଗାଲୁରୁ,୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିବା ପରେ ଚାରିଆଡେ ବିଷାଦର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏସ୍.ଭି. ରଙ୍ଗନାଥଙ୍କୁ ସିସିଡିର କାମଚଳା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଏହାସହ ନୀତିନ ବାଗମାନେଙ୍କୁ ଅନ୍ତରୀଣ ଚିଫ୍ ଅପରେଟିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଥିଲା। ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢଉ ଯୋଗୁ ସେ ଆତ୍ମହତ୍ୟା କରିଥିବା ଏକ ଚିଠିରୁ ଜଣାପଡିଛି।