୨୦୨୦ ତମାମ ବର୍ଷଟି ଆମକୁ କଣ ଦେଲା ଆଉ କଣ ନେଲା ଏସବୁର ତର୍ଜମା କରିବାର ସମୟ । କିଛି ଘଟଣା ମନକୁ ଶାନ୍ତି ଓ ଆନନ୍ଦ ଦେଇଥିବା ବେଳେ ଆଉ କିଛି ଘଟଣା ମନକୁ ଅଶାନ୍ତି ଓ ଅଭୁଲା ଛାପ ଦେଇଥାଏ । ୨୦୨୦ ବର୍ଷଟି ସିନେମା ଜଗତ ପାଇଁ ବି କିଛି ସେହିଭଳି ରହିଥିଲା । କରୋନାର ହାହାକାର ଭିତରେ ନିଜକୁ ଶ୍ରେଷ୍ଟତାର ସହ ଅନ୍ୟକୁ ସାହାର୍ଯ୍ୟ କରିବାରେ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଥିଲେ ବଲିଉଡ ଷ୍ଟାର ସୋନୁ ସୁଦ୍ ଏବଂ ଓଲିଉଡର ପାଗଳ ପ୍ରେମୀ ସବ୍ୟସାଚ୍ଚୀ ମିଶ୍ର । ଏହି ଦୁଇଜଣ ଷ୍ଟାରଙ୍କ ପାଇଁ ମନରେ ଅନେକ ସ୍ନେହ ଓ ଶ୍ରଦ୍ଧା ରହିଥିବା ବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଅଭିନେତାଙ୍କ ଆତ୍ମହତ୍ୟା ଖବର ଓ ତାର ପରବର୍ତୀ ଅବସ୍ଥା ସବୁଦିନ ପାଇଁ ସିନେ ପ୍ରେମୀଙ୍କ ମନରେ ଅଭୁଲା ହୋଇ ରହିଯାଇଛି । ସିନେମା ଇଣ୍ଡଷ୍ଟ୍ରୀର ଏସବୁ ତମାମ ଖବର ଉପରେ ନଜର ପକାଇବା ବର୍ଷର ଶେଷ ଅଧ୍ୟାୟରେ ।