ଲୋଇସିଂହା, ୩୧।୧୦(ଡି.ଏନ୍.ଏ.)- ଦିନାକେତେ ତଲେ ହେଇଥିବାର ଲଘୁଚାପ ବରଷାରେ ସୁବର୍ଣ୍ଣପୁର ଜିଲା କୁମୁଣ୍ଡେ ଗାଁର ଗିରିଶଙ୍କର ଗେଜୋକଁର ଘରର କାଁଥି ଭାଂଗି ଯାଇଛେ। ଭଂଗା କାଁଥି ଜାଗାରେ ସିମେଟ୍ ପାଲ ଢାପି ୪ ପରାନୀ କୁଟୁମ ବଡ଼ା ଗୁଲ୍ଗୁଲା ହେଇ ଜୀବନ୍ ବିତଉଛନ୍।
ସୂଚନା ହିସାବେ ତରଭା ବ୍ଲକ ରାଣୀସର୍ଡା ପଁଚେତ୍ ଅଧୀନ କୁମୁଣ୍ଡେ ଗାଁ। ଇ ଗାଁର ସ୍ବର୍ଗତ ଅକ୍ଷୟ ଗେଜୋକଁର ୪ ପୁଓ ଭିତରୁ ଗରିଶଙ୍କର ତୁରତୀଅ ପୁଓ। ମାଏକିନା ସାଧବି, ପୁଓ ଦେବରାଜ ଆର ଝି’ ପ୍ରିୟାଂଶିକୁଁ ନେଇ ସଁସାର। ଗିରିଶଙ୍କର କୁଲିମଜୁରି କରି ତାକର ତେଲ୍ନୁନ୍ ସଁସାର ଚଲଉଛନ୍। ଏନ୍ତାଥି ଗଲା ଗୁରୁବାର ରାତି ହେଇଥିବାର ଲଘୁଚାପ ବରଷାରେ ତାକର ଘରର ପଛ୍ ଫାଲ ଆର ଭୁଜ୍ନି ଫାଲର ମାଏଟ୍ କାଁଥି ଭାଂଗି ଯାଇଛେ। କାଁଥି ଭାଂଗବାର ଆଭାସ ପାଇ କୁଟୁମବସିଆ ତରକି ଯାଇଥିଲେ। ଯେନ୍ଥିରଲାଗି ଗୁଟେ ବଡ଼ ଅଘଟନରୁ କୁଟୁମଟା ବରତି ଯାଇଛନ୍। ଗରିଶଙ୍କରକଁର ଥିତି ଭଲ ନାଇଁ। ନୂତନ୍ ଘରଟେ ତିଆରିବା ତାକର ପକ୍ଷେ ସମ୍ଭବ ନୁହେ ବଲି ଗାଁର ନରେନ୍ଦ୍ର ପଧାନ, ପିପୁନ ମହାକୁର ଆର ନବୀନ ପଣ୍ଡା କହିଛନ୍। ଗାଁର ଅନେକ୍ ଅଲାଏକ୍ ଲୁକ୍କୁ ସରକାରୀ ଯୋଜନାରେ ଘର ମିଲୁଥିଲାବେଲେ ହକ୍ଦାର ହିତାଧିକାରୀ ତଲି ପଡ଼ବାର ନିହାତି ଦୁଖର କଥା ବଲି ସେମାନେ କହିଛନ୍। ଇ ଦୁଖି ପରିବାରକେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍ଟି ଦେଇ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍।