ଦାମାସକସ୍,୨୫।୪: ଉତ୍ତର ପଶ୍ଚିମ ସିିରିଆରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି। ବିସ୍ଫୋରଣରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିଛି। ବିସ୍ଫୋରଣ ଯୋଗୁ ଏଠାରେ ଥିବା ଅନ୍ୟ କୋଠାଗୁଡ଼ିକ ମଧ୍ୟ ଭୁଶୁଡ଼ି ପଡ଼ିବା ସ୍ଥିତିରେ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାଟିତଳେ କିଛି ଲୋକ ପୋତି ହୋଇରହିଥିବା ଆଶଙ୍କା କରାଯାଉଛି। ଏହାଦ୍ୱାରା ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ କହିଛି। ପୂର୍ବରୁ ଏଠାରେ ଆଲ୍ କାଏଦା ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା କୁହାଯାଉଛି। ବିସ୍ଫୋରଣ କିଭଳି ଘଟିଲା ସେ ନେଇ ତଦନ୍ତ ଜାରି ରହିଛି।