Posted inଜାତୀୟ

ସୁଧୁରୁନି କଶ୍ମୀର ସ୍ଥିତି

ଶ୍ରୀନଗର,୩ା୧୦(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୫୯ଦିନରେ ପହଞ୍ଚତ୍ଥିଲେ ହେଁ ଏପର୍ଯ୍ୟନ୍ତ ଉପତ୍ୟକାର ସ୍ଥିତି ସୁଧୁରିନାହିଁ। ବୁଧବାର ସକାଳେ ଶ୍ରୀନଗରରେ କେତେକ ଦୋକାନ ଖୋଲିଥିଲେ ହେଁ ମୁଖ୍ୟ ବଜାର ଓ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଅଗଷ୍ଟ ୫ରୁ ଉପତ୍ୟକାରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ହଣ୍ଡଓ୍ବାଡ଼ା ଓ କୁପ୍‌ଓ୍ବାଡ଼ାକୁ ଛାଡିଦେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୋବାଇଲ ସେବା ଏବେ ବି ବନ୍ଦ ରହିଛି। ଉପତ୍ୟକାରେ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାଜ୍ୟରେ ହିଂସା ସୃଷ୍ଟି ପାଇଁ ଦେଶବିରୋଧୀ ତତ୍ତ୍ୱ ମୋବାଇଲ ଓ ଇଣ୍ଟରନେଟ ସେବାର ଅପବ୍ୟବହାର କରିପାରନ୍ତି ବୋଲି ପ୍ରଶାସନ କହୁଛି।
ତେବେ ପ୍ରଶାସନ କହିବା ଅନୁଯାୟୀ ଜମ୍ମୁ-କଶ୍ମୀରର କୌଣସି ସ୍ଥାନରେ ଆଉ କଟକଣା ନାହିଁ। ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ଅସୁରକ୍ଷିତ ଅଞ୍ଚଳରେ ସୁରକ୍ଷା ବଳ ମୁତୟନ ହୋଇଛନ୍ତି। କିଛି ଦିନ ହେଲା ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କେତେକ ଦୋକାନ ଖୋଲୁଥିବାବେଳେ ଏହି ସମୟସୀମାକୁ ବୁଧବାର ୧୧ଟା ପର୍ଯନ୍ତ ବଢ଼ାଇଦିଆଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାଧାରଣ ପରିବହନ ୫୯ଦିନ ହେଲା ବନ୍ଦ ରହିଛି। ତେବେ ଘରୋଇ କାର, ଟ୍ୟାକ୍ସି ଓ ଅଟୋରିକ୍ସା ସହରର କେତେକ ଅଞ୍ଚଳରେ ଚାଲୁଥିବା ଦେଖାଯାଇଛି। ଅନେକ ଉଚ୍ଚସ୍ତରୀୟ ବିଚ୍ଛିନ୍ନତାବାଦୀ ରାଜନେତାଙ୍କୁ ଅଟକ ରଖାଯାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ଭଳି ମୁଖ୍ୟସ୍ରୋତର ନେତାଙ୍କୁ ଅଟକ କିମ୍ବା ଗୃହବନ୍ଦୀ ରଖାଯାଇଛି। ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ ସଭା ସଦସ୍ୟ ଫାରୁକ ଅବ୍‌ଦୁଲ୍ଲାଙ୍କୁ ବିବାଦୀୟ ଜନସୁରକ୍ଷା ଆଇନରେ ଗିରଫ କରାଯାଇଛି।
ତେବେ ଅଟକ ଥିବା କେତେଜଣଙ୍କ ଉପରୁ କଟକଣା ହଟାଇଦିଆଯାଇଥିବା ସେମାନେ ସୂଚନା ଦେଇଛନ୍ତି। ଅଟକ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାମନାନ୍‌ ଭାଲାଙ୍କ ଉପରୁ କଟକଣା ଉଠିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦର ସିଂ ରାଣା ମଧ୍ୟ ଅଟକରୁ ମୁକ୍ତ ହୋଇଥିବା କହିଛନ୍ତି। ତେବେ ତାଙ୍କୁ କୌଣସି ରାଜନୈତିକ କାର୍ଯ୍ୟରେ ଭାଗ ନ ନେବାକୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ସିର ଜାଭେଦ ରାଣା, ଏସ.ଏସ. ସଲଥିଆ, ସାଜ୍ଜଦ କିଚ୍‌ଲୁ, କଂଗ୍ରେସର ବିକର ରସୁଲ, ଜମ୍ମୁ-କଶ୍ମୀର ନ୍ୟାଶନାଲ ପାନ୍ଥର୍ସ ପାର୍ଟିର ହର୍ଷଦେବ ସିଂ ଅନୁରୂପ ଦାବି କରିଛନ୍ତି। ତେବେ ସେମାନେ ଆଦୌ ଅଟକ ନ ଥିଲେ ବୋଲି ଜମ୍ମୁ ଡିଭିଜନାଲ କମିଶନର ସଞ୍ଜୀବ ବର୍ମା କହିଛନ୍ତି।

‘ନୀରବ ରହିବା ଭଲ’


ଜମ୍ମୁ-କଶ୍ମୀରର ବର୍ତ୍ତମାନର ସ୍ଥିତିକୁ ନେଇ ନୀରବତା ଅବଲମ୍ବନ କରିବା ଭଲ ବୋଲି ଜମ୍ମୁ-କଶ୍ମୀରର ଶେଷ ରାଜା ହରି ସିଂଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା କରଣ ସିଂ କହିଛନ୍ତି। ପୁଣେରେ ଏମ୍‌ଆଇଟି ଓ୍ବାଲର୍‌ଡ ପିସ୍‌ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ବିଜ୍ଞାନ, ଧର୍ମ ଓ ଦର୍ଶନ ଉପରେ ବିଶ୍ୱ ପାର୍ଲାମେଣ୍ଟର ପଞ୍ଚମ ସଂସ୍କରଣ ଅବସରରେ ଜମ୍ମୁ-କଶ୍ମୀର ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ଜମ୍ମୁ-କଶ୍ମୀର ତାଙ୍କ ପୂର୍ବପୁରୁଷ ପ୍ରତିଷ୍ଠା କରିଥିଲେ। ୧୯୪୭ ଅକ୍ଟୋବରରେ ଜମ୍ମୁ-କଶ୍ମୀରକୁ ଭାରତରେ ମିଶ୍ରଣ ଲାଗି ଚୁକ୍ତିନାମା ସ୍ବାକ୍ଷର ହେଲାବେଳେ ସେ ସେଠାରେ ଉପସ୍ଥିତ ଥିଲେ। ଧର୍ମ ନାମରେ ଦେଶରେ ଅତ୍ୟାଚାର ବୃଦ୍ଧି ପାଉଥିବା ପ୍ରଶ୍ନର ଉତ୍ତରରେ କରଣ ସିଂ କହିଥିଲେ, ଦୁଃଖର କଥା ହେଉଛି ଧର୍ମ ନାମରେ ଆତଙ୍କବାଦର ପ୍ରସାର କରାଯାଉଛି। ଆମେ ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତ ମଧ୍ୟରେ ଗତି କରୁଛୁ, ଯେଉଁଠି ଅତୀତ ବିଲୁପ୍ତ ଓ ଭବିଷ୍ୟତ ସମ୍ପର୍କରେ ଅନେକ ପ୍ରଶ୍ନ ଅସମାହିତ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ବରିଷ୍ଠ କଂଗ୍ରେସ ନେତା କହିଥିଲେ, ମହାରାଜା ହରି ସିଂଙ୍କ ଶ୍ରୀନଗର ବାସଭବନକୁ ଏକଦା ବାପୁ ଆସିଥିଲେ ଓ ତାଙ୍କ ସହ ଦେଖାହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri