Posted inଜାତୀୟ

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ହାଇଡ୍ରାମା

ନୂଆଦିଲ୍ଲୀ,୧୭ା୧୦ (ପି.ଟି./ଆଇଏଏନ୍‌ଏସ୍‌): ରାଜନୈତିକ ଦୃଷ୍ଟିରୁ ଦେଶର ସର୍ବାଧିକ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ୫ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠରେ ବୁଧବାର ଏହାର ଚୂଡ଼ାନ୍ତ ବିଚାର ବେଳେ କୋର୍ଟରୁମ୍‌ରେ ହାଇଡ୍ରାମା ଦେଖିବାକୁ ମିଳିଛି। ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ପାଇଁ କୋର୍ଟରୁମ୍‌ରେ ଗହଳି ଲାଗି ରହିଥିଲା। ବିଚାର ଶେଷ ହେବାକୁ ଥିବାବେଳେ ହିନ୍ଦୁ ଓ ମୁସ୍‌ଲିମ୍‌ ପକ୍ଷ ଓକିଲଙ୍କ ମଧ୍ୟରେ ଖୁବ୍‌ କଥା କଟାକଟି ହୋଇଥିଲା। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ରାମଙ୍କ ଜନ୍ମସ୍ଥାନ ଚିହ୍ନିତ ଏକ ମାନଚିତ୍ର ଅଦାଲତରେ ଦାଖଲ କରିଥିଲେ। ମୁସ୍‌ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନ ଉକ୍ତ ମ୍ୟାପ୍‌କୁ ଚିରି ଦେଇଥିଲେ। ତାଙ୍କର ଏଭଳି ଆଚରଣକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ। ଏପରି କାର୍ଯ୍ୟ ଚଳିବ ନାହିଁ ବୋଲି ସିଜେଆଇ ରଞ୍ଜନ ଗୋଗୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ପ୍ରଥମାର୍ଦ୍ଧରେ ଶୁଣାଣି ବେଳେ ହିନ୍ଦୁ ପକ୍ଷମାନେ ଯୁକ୍ତି ବାଢ଼ିଥିଲେ, ଯେଉଁ ସ୍ଥାନରେ ମସ୍‌ଜିଦ ଛିଡ଼ା ହୋଇଛି ତାକୁ ହିନ୍ଦୁମାନେ ପବିତ୍ରସ୍ଥଳ ବୋଲି ବିବେଚନା କରନ୍ତି। ତେଣୁ ଐତିହାସିକ ଭୁଲକୁ ସୁଧାରିବା ପାଇଁ ସେମାନେ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଏହାକୁ ନେଇ ଧଓ୍ବନ୍‌ କହିଥିଲେ, ୧୯୯୨ ଡିସେମ୍ବର ୫ ପୂର୍ବରୁ ଯେଉଁଠି ମସ୍‌ଜିଦ ରହିଥିଲା ସେଠାରେ ପୁଣି ମସ୍‌ଜିଦ ଗଢ଼ାଯାଉ ବୋଲି ମୁସ୍‌ଲିମ ପକ୍ଷ ଚାହାନ୍ତି। ଭଙ୍ଗାଯାଇଥିବା ବିଲ୍ଡିଂ ଆମର। ଏହାର ପୁନଃ ନିର୍ମାଣ ଅଧିକାର ମଧ୍ୟ ଆମର। ଏଥିରେ ଅନ୍ୟ କାହାର ଅଧିକାର ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏପରି କି ସେ ଜଣେ ହିନ୍ଦୁ ପକ୍ଷ ଓକିଲଙ୍କ ବିରୋଧରେ (ଯିଏକି ବାବ୍ରି ମସ୍‌ଜିଦ ଏକ ଇସ୍‌ଲାମିକ୍‌ ଢ଼ାଞ୍ଚା ନ ଥିଲା ବୋଲି ଯୁକ୍ତି ବାଢ଼ିଥିଲେ) ଅପ୍ରୀତିକର ଭାଷା ମଧ୍ୟ ପ୍ରୟୋଗ କରିଥିଲେ। ସଲତନେଟ୍‌ ୧୨୦୬ରେ ଆରମ୍ଭ ହୋଇଥିଲା। ଇସ୍‌ଲାମ ହେଉଛି ଜାତି ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଆକର୍ଷଣୀୟ ଆସ୍ଥା ବୋଲି ଧଓ୍ବନ କହିଥିଲେ।

ଦ୍ୱିତୀୟ ଦୀର୍ଘତମ ଶୁଣାଣି

ଅଯୋଧ୍ୟା ମାମଲାର ଶୁଣାଣି ହେଉଛି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ ଶୁଣାଣି। କେଶବାନନ୍ଦ ଭାରତୀଙ୍କ ଶୁଣାଣି ୬୮ ଦିନ ଧରି ଚାଲିଥିବାବେଳେ ଆଧାର ମାମଲାର ବିଚାର ୩୮ ଦିନ ଚାଲିଥିଲା। ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚ୍ୟାଲେଞ୍ଜ କରି ୧୪ଟି ପିଟିଶନ ସର୍ବୋଚ୍ଚ ଅଦାଲତରେ ଦାଏର କରାଯାଇଥିଲା। ରାମ ଲାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ. ପରାଶରନ୍‌ ଏବଂ ସି.ଏସ୍‌. ବିଦ୍ୟାନାଥନ୍‌ ଲଢ଼ୁଥିବାବେଳେ ନିର୍ମୋହୀ ଆଖଡ଼ା ପକ୍ଷରୁ ଏସ୍‌.କେ. ଜୈନ୍‌ ମାମଲା ପରିଚାଳନା କରୁଥିଲେ। ସେହିପରି ରାଜୀବ ଧଓ୍ବନଙ୍କ ସହ ମୀନାକ୍ଷୀ ଆରୋରା ଓ ଶେଖର ନାଫାଡେ ସୁନ୍ନି ଓ୍ବାକଫ୍‌ ବୋଡ୍‌ ଏବଂ ମୁସ୍‌ଲିମ୍‌ ପକ୍ଷମାନଙ୍କ ପ୍ରତିନିଧିତ୍ୱ କରୁଥିଲେ। ଏହି ପକ୍ଷମାନେ ଶୁଣାଣି ବେଳେ ଐତିହାସିକ, ପରିବ୍ରାଜକ ଭୌଗୋଳିକ ସୂଚୀପତ୍ର ଓ ବ୍ରିଟିଶ ଶାସନ ଅମଳରେ ପ୍ରସ୍ତୁତ ଦସ୍ତାବିଜ ଆଧାରରେ ପ୍ରସ୍ତୁତ ରିପୋର୍ଟ ବିବରଣୀ ନିଜ ନିଜ ଦାବି ସପକ୍ଷରେ ଅଦାଲତରେ ଉପସ୍ଥାପନ କରିଥିଲେ। ସେହିପରି ଭାରତର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ରିପୋର୍ଟର ମଧ୍ୟ ଅବତାରଣା କରିଥିଲେ।

ବିଦେଶ ଗସ୍ତ ବାତିଲ କଲେ ସିଜେଆଇ

ସିଜେଆଇ ରଞ୍ଜନ ଗୋଗୋଇ ତାଙ୍କର ବିଦେଶ ଗସ୍ତକୁ ବୁଧବାର ବାତିଲ କରିଦେଇଛନ୍ତି। ସେ ନଭେମ୍ବର ୧୭ରେ ଅବସର ନେବା ପୂର୍ବରୁ କେତେକ ଦକ୍ଷିଣ ଆମେରିକୀୟ, ମଧ୍ୟପ୍ରାଚ୍ୟ ଓ ଅନ୍ୟ ରାଷ୍ଟ୍ରକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ଏହାକୁ ବାତିଲ କରିଦେଇଥିବା କୁହାଯାଉଛି। ଜଷ୍ଟିସ୍‌ ଗୋଗୋଇ ଗତବର୍ଷ ଅକ୍ଟୋବର ୩ରେ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri