Posted inଖେଳ

ସୁବ୍ରତ ଓସିଏର ନୂଆ ସିଇଓ

କଟକ ଅଫିସ,୧୨ା୩-  ରାଜ୍ୟର ପୂର୍ବତନ କ୍ରିକେଟ ଖେଳାଳି ସୁବ୍ରତ କୁମାର ବେହେରା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି। ବୁଧବାର ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦ୍ୟୁତ କୁମାର ନାୟକ ପୂର୍ବରୁ ଏହି ପଦବୀରେ ରହିଥିଲେ।
ଗତ ନଭେମ୍ବର ୨୭ରେ ସିଇଓ ନିଯୁକ୍ତି ନେଇ ଓସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଇସ୍‌ ୱାଟର ହାଉସ୍‌ ଆଣ୍ଡ କୁପର୍ସ ଦ୍ୱାରା ଆୟୋଜିତ ସିଇଓ ନିଯୁକ୍ତି ପ୍ରକ୍ରିୟାରେ ଅନେକ ଆଶାୟୀ ଆବେଦନ କରିଥିଲେ। ଗତ ଫେବୃୟାରୀ ୮ ଓ ୯ ଦୁଇ ଦିନ ଧରି ହୋଇଥିବା ଚୂଡ଼ାନ୍ତ ପର୍ଯ୍ୟାୟ ସାକ୍ଷାତକାରରେ ସୁବ୍ରତ ଉତ୍ତୀର୍ଣ୍ଣ ହୋଇଥିଲେ। ଶିକ୍ଷାଗତ ଯୋଗ୍ୟତା ଏମବିଏ ରଖିଥିବା ସୁବ୍ରତଙ୍କର କ୍ରିକେଟରେ ମଧ୍ୟ ସଫଳ କ୍ୟାରିୟର ରହିଛି। ୨୦୦୧ରେ ସେ ରାଜ୍ୟ ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ ଫର୍ମାଟରେ ପଦାର୍ପଣ କରିଥିଲେ। ୧୨ଟି ମ୍ୟାଚ୍‌ରୁ ମୋଟ୍‌ ୪୭୯ରନ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୪ଟି ଅର୍ଦ୍ଧଶତକୀୟ ଇନିଂସ ଥିଲା। ସେ ୪ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବା ବେଳେ ମୋଟ୍‌ ୯୮ରନ କରିଥିଲେ। ଲିଷ୍ଟ-ଏ ଫର୍ମାଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୭୧ରନ। ପୂର୍ବାଞ୍ଚଳ ଦଳ ପକ୍ଷରୁ ମଧ୍ୟ ସୁବ୍ରତ ପ୍ରତିନିଧିତ୍ୱ କରିଛନ୍ତି। ୧୦ବର୍ଷ ଧରି ସୁବ୍ରତ ରାଜ୍ୟ ଜୁନିୟର ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ୨୦୧୦ରୁ ୨୦୧୮ ପର୍ଯ୍ୟନ୍ତ ସେ ପ୍ରଶିକ୍ଷକ ଦାୟିତ୍ୱ ବହନ କରିବା ପରେ ଗତ ୨ବର୍ଷ ହେବ ଜୁନିୟର ଦଳର ଚୟନକର୍ତ୍ତା କମିଟିରେ ରହିଥିଲେ। ଏବେ ରାଜ୍ୟ କ୍ରିକେଟରେ ଥିବା କେତେକ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ କରିବି ବୋଲି ସୁବ୍ରତ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଘରୋଇ କ୍ରିକେଟ ମ୍ୟାଚ୍‌ ହେଉ ନ ଥିଲା। ସମ୍ପାଦକ ସଞ୍ଜୟ ବେହେରାଙ୍କ ଭିଜନ-୨୦୨୪ ଆଧାରରେ ଏବେ ଘରୋଇ ଟୁର୍ନାମେଣ୍ଟ କରାଯାଉଛି। ବହୁଳ ଭାବେ ଘରୋଇ ଟୁର୍ନାମେଣ୍ଟ ହେଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ ବୋଲି କଟକ ଗତିରାଉତ ପାଟଣା ଅଞ୍ଚଳର ସୁବ୍ରତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

2036 Olympics: ଓଡ଼ିଶାରେ ହେବ ହକି, ଅହମ୍ମଦାବାଦ, ମୁମ୍ବାଇକୁ ମିଳିବ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ

ନୂଆଦିଲ୍ଲୀ,୯।୧: ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ...

କ୍ରିକେଟଜଗତରେ ହଇଚଇ: ଗମ୍ଭୀରଙ୍କୁ ଦୋମୁହାଁ କହି ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୯।୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟିମ୍‌ ଲଜ୍ଜାଜନକ ପରାଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆ ୧-୩ରେ ସିରିଜ ହାରି ଯାଇଥିଲା। ଭାରତର ଏହି ପ୍ରଦର୍ଶନକୁ ନେଇ...

‘ଏହି କ୍ରିକେଟର ହେବେ ଭାରତର ଆଗାମୀ ଅଧିନାୟକ’; ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୯।୧: ଭାରତର ଭେଟେରାନ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି। ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ଅଧିନାୟକ କିଏ ହେବ ସେ ତା...

କୋହଲି ଆଉଟ୍‌ ହୋଇଗଲେ ମୁଁ ଖାଏନାହିଁ…ଏମିତି କହି ଫସିଲେ ନାନା ପାଟେକର

ନୂଆଦିଲ୍ଲୀ,୯।୧: ସଦ୍ୟ ସମାପ୍ତ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିଲେ। ଏହା ପରେ କୋହଲି ବାକି ଚାରୋଟି ମ୍ୟାଚରେ ବିଫଳ ହୋଇଥିଲେ।...

କୋହଲି ଅବସର ନେଲେ ଭୁଶୁଡି ପଡ଼ିବ ଟିମ୍‌ ଇଣ୍ଡିଆ: ଚାଞ୍ଚଲ୍ୟକର ଖୁଲାସା କଲେ ଅଷ୍ଟ୍ରେଲିୟ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ବିରାଟ କୋହଲି ଭାରତୀୟ ଦଳରୁ ବାଦ୍‌ ପଡ଼ିବେ, ସେ ଅବସର ନେବେ ଏବଂ ହୁଏତ କ୍ରିକେଟରୁ ଏକ ଛୋଟ ବିରତି ନେବେ। ଆଜିକାଲି ବିରାଟଙ୍କ...

ଆଉଜଣେ ଭାରତୀୟ କ୍ରିକେଟର ସୋସିଆଲ ମିଡିଆରୁ ହଟାଇଲେ ସ୍ତ୍ରୀଙ୍କ ଫଟୋ, ପରସ୍ପରକୁ କଲେ ଅନଫଲୋ, ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୯।୧: ନିକଟ ଅତୀତରେ ଭାରତୀୟ ଦଳର ଅନେକ କ୍ରିକେଟରଙ୍କ ଛାଡପତ୍ର ହୋଇଛି। ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା...

ଧନଶ୍ରୀଙ୍କ ସହ ଛାଡପତ୍ର ହେଲେ ଚହଲଙ୍କୁ ହେବ ବଡ଼ କ୍ଷତି! ଜାଣନ୍ତୁ ଦୁହିଁଙ୍କ ମଧ୍ୟରୁ ଧନୀ କିଏ

ନୂଆଦିଲ୍ଲୀ,୯।୧: ଚର୍ଚ୍ଚାରେ ଷ୍ଟାର ଦମ୍ପତି। ଭାରତୀୟ କ୍ରିକେଟ ଟିମ୍‌ର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀଙ୍କ ଛାଡପତ୍ର ନେଇ ଜୋର ଧରିଛି ଚର୍ଚ୍ଚା। ପରସ୍ପର ସୋସିଆଲ ମିଡିଆରୁ...

ଆୟକର ବିଭାଗରୁ ଦେଢ ଲକ୍ଷ ଦରମା ପାଆନ୍ତି ଚହଲ! ବିସିସିଆଇ-ଆଇପିଏଲରୁ ମିଳେ ମୋଟା ଅଙ୍କର ଦରମା

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟ ଦଳର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଜୀବନରେ ଅସ୍ଥିରତା ଦେଖାଯାଇଛି। ଚହଲ ତାଙ୍କ ସ୍ତ୍ରୀ ଧନଶ୍ରୀଙ୍କଠାରୁ ଛାଡପତ୍ର ନେଇ ଚର୍ଚ୍ଚାରେ ଅଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri