ରାୟପୁର,୨୩।୭: ଛତିଶଗଡ଼ ସୁକମାର ବିରାଭଟ୍ଟି ଜଙ୍ଗଲରୁ ଡିଆରଜି ଯବାନ ଜଣେ ମାଓବାଦୀଙ୍କ ମୃତଦେହ ଜବତ କରିଛନ୍ତି। ସେଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମୃତ ମାଓବାଦୀ ହେଉଛନ୍ତି ମଡକମ ହିଡମା। ତାଙ୍କୁ ଧରାଇଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ୨ଟି ମାରଣାସ୍ତ୍ର ଜବତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ଛତିଶଗଡ଼ର ୨ ମାଓବାଦୀ ଆତ୍ମ ସମର୍ପଣ କରିଥିଲେ।