ସୁରଜଙ୍କ ପରେ ସୁରଟରେ ଅଙ୍ଗଦାନ କଲେ ବିପିନ

ଭଞ୍ଜନଗର,୧୫।୩(ଡି.ଏନ.ଏ.) – ସୁରଜଙ୍କ ପରେ ଆଉ ଜଣେ ଓଡିଆ ବିପିନ ପ୍ରଧାନଙ୍କ ବିଭିନ୍ନ ଅଙ୍ଗକୁ ସୁରଟରେ ଶନିବାର ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଦାନ କରିଛନ୍ତି। ୬ଟି ଗୁରୁତ୍ୱପୁର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ (୨ଟି କିଡ୍‌଼ନୀ, ଲିଭର, ୨ଟି ଆଖି ଓ ହାର୍ଟ) ଦାନ କରାଯାଇଛି। ହାର୍ଟଟି ବମ୍ବେ ପଠା ଯାଇଥିବାବେଳେ କିଡ୍‌ନି ଓ ଲିଭର ଅହମ୍ମଦାବାଦ ପଠାଯାଇଛି। ଆଖି ୨ଟି ବାହାର କରିବା ପ୍ରକ୍ରିୟା ଖବର ଲେଖା ହେବାବେଳକୁ ଜାରି ରହିଥିଲା। ତାହା ସୁରାଟରେ ହିଁ ରହିବ। ଓଡିଆମାନଙ୍କ ଏହି ମହାନତାକୁ ନେଇ ସେଠାକାର ଓଡିଆ ଲୋକେ ଗର୍ବ ମନେ କରୁଛନ୍ତି। କିନ୍ତୁ ଗୁଜୁରାଟ ସରକାର ଏହିଭଳି ମହାନତା ପାଇଁ ସାମାନ୍ୟ ସହାୟତା ମଧ୍ୟ ଦେଉନାହାନ୍ତି, ଯାହାକୁ ନେଇ ଓଡିଆଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


ପ୍ରକାଶ ଯେ, ଗଞ୍ଜାମ ଜିଲା କବିସୁର୍ଯ୍ୟନଗର ନିକଟସ୍ଥ ଭାଟପଡା ଗ୍ରାମର ବିପିନ ପ୍ରଧାନ (୫୫) ସୁରଟରେ ରୁହନ୍ତି। ପାଖରେ ତାଙ୍କର ସାନ ପୁଅ କୁନା ରହୁଥିବାବେଳେ ବଡ ପୁଅ ବେଙ୍ଗାଲୁରୁରେ ରହୁଛନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଗ୍ରାମରେ ରୁହନ୍ତି। ଗତ ୯ ତାରିଖରେ ବିପିନଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ୨ ଦିନ ମେଡିକାଲରେ ରହିବା ପରେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା। ପରେ ଡାକ୍ତର ବିପିନଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା ଘୋଷଣା କରିଥିଲେ। ପ୍ରବାସୀ ଓଡିଆ ସଙ୍ଗଠନର କର୍ମକର୍ତ୍ତାମାନେ ପହଞ୍ଚତ୍ଥିଲେ। ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ଅଙ୍ଗଦାନ ପାଇଁ ପରାମର୍ଶ ଦିଆଯାଇଥିଲା। ଏହାପରେ ବିପିନଙ୍କ ଅଙ୍ଗଦାନ କରିବାକୁ ପରିବାର ଲୋକେ ରାଜି ହୋଇଥିଲେ। ଶନିବାର ଅପରାହ୍ନ ୨ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଚାଲିଥିଲା। ମେଡିକାଲରେ ବିପିନଙ୍କ ପରିବାର ଲୋକ, ପ୍ରବାସୀ ଓଡିଆ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି।ଏନେଇ ବିପିନଙ୍କ ବଡ ପୁଅ ମୁନା ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଭିନ୍ନ ଲୋକ ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲୁ। ସୂଚନାଯୋଗ୍ୟଯେ ଗତ ନଭେମ୍ବର ୧ ତାରିଖରେ ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦା ବାବୁଲା ସେଠୀଙ୍କ ପୁଅ ସୁରଜ ସୁରଟରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ବ୍ରେନ୍‌ଡେଡ୍‌ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହିଭଳି ମହାନ କାର୍ଯ୍ୟ ପାଇଁ ସୁରଜଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା, ବିଜୁ ପକ୍କା ଘର ଏବଂ ଜମି ପ୍ରଦାନ କରାଯାଇଥିଲା। ଏଥିସହ ସୁରଜଙ୍କ ନାମରେ ଏକ ଯୋଜନା କରି ଅଙ୍ଗଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ ଏହି କାର୍ଯ୍ୟ ପାଇଁ ପ୍ରୋସେତ୍ାହନ କରୁଥିବା ସଂସ୍ଥାଗୁଡିକୁ ସୁରଜଙ୍କ ନାମରେ ପ୍ରତିବର୍ଷ ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଏନେଇ ସୁରଜଙ୍କ ବାପା ବାବୁଲା ସେଠୀ କହିଛନ୍ତି ଯେ, ଯାହାକିଛି ସହାୟତା ପାଇଛୁ ଓଡିଶା ସରକାରଙ୍କ ଠାରୁ। ଗୁଜରାଟ ସରକାର ଆମକୁ ଟଙ୍କାଟିଏ ସହାୟତା ଦେଇନାହିଁ। ଗୁଜରାଟ ସରକାରଙ୍କ ସହାୟତା ନଥିଲେ ମଧ୍ୟ ଆଉ ଜଣେ ଓଡିଆ ଆଜି ସେଠାରେ ଅଙ୍ଗଦାନ କରି ଓଡିଆ ମାଟି ପାଇଁ ଗର୍ବ ଆଣି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପରିବାରର ବିବାଦ ନେଇ ମେଡିକାଲରେ ୩ ଦିନ ପଡ଼ିରହିଲା ମୃତଦେହ

ଧରାକୋଟ,୧୬ା୧୧: ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଗାଙ୍ଗପୁରର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ କାରଣ ଅସ୍ପଷ୍ଟ ରହିଛି।...

ବୋମାମାଡ଼ ଘଟଣା, ଆଉ ଜଣେ ଗିରଫ

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ବୋମାମାଡ଼ କରି ଆତଙ୍କ ଚଳାଇଥିବା ଅପରାଧୀ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ପୋଲିସ...

କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,୧୫।୧୧(କାଳିଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ବୁଗୁଡ଼ା ଅଞ୍ଚଳର ବାଘୁଆ ନଦୀ ଏବଂ ବିଭିନ୍ନ ପୁଷ୍କରିଣୀରେ ବୋଇତ ବନ୍ଦାଣ ପର୍ବ ପାଳନ ସାଙ୍ଗକୁ ଠାକୁର...

ଗଞ୍ଜାମ ଏନ୍‌ଏସିର ବିଚିତ୍ର ନୀତି: ଆହାର କେନ୍ଦ୍ର ସମ୍ମୁଖରେ ଡମ୍ପିଂୟାର୍ଡ

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସିରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶୁକ୍ରବାର ସହରବାସୀ ପବିତ୍ର କାର୍ତ୍ତିକ ମାସ ଶେଷ ବ୍ରତ ପୂଜା...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ନିର୍ବନ୍ଧ ଭୋଜିରେ ଦାଦା-ପୁତୁରା ଲାଗିଗଲେ କଳି: ଚୋଟ ଖାଇଲେ ମଧ୍ୟସ୍ଥି

ଧରାକୋଟ,୧୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଜଗମୋହନ ପଞ୍ଚାୟତ ନାରାୟଣପୁର ଶାସନ ଗ୍ରାମରେ ଏକ ନିର୍ବନ୍ଧ ଭୋଜିରେ ଛୁରାମାଡ଼ ହେବାରୁ ଜଣେ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri