ସୁରଟରୁ ବ୍ରହ୍ମପୁର ଷ୍ଟେଶନରେ ବିଳମ୍ବିତ ରାତିରେ ପହଞ୍ଚିବ ଆଉ ୩ ଟ୍ରେନ୍‌

ବ୍ରହ୍ମପୁର ଅଫିସ,୨୩ା୫: ସୁରଟରୁ ଶ୍ରମିକମାନଙ୍କୁ ନେଇ ବାହାରିଥିବା ୩ଟି ସ୍ବତନ୍ତ୍ର ଟ୍ରେନ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବ। ବିଭିନ୍ନ ଜିଲାର ଶ୍ରମିକମାନେ ଉକ୍ତ ଟ୍ରେନରେ ଆସିବେ ବୋଲି ଜଣାପଡ଼ିଛି। ବହ୍ମପୁର ରେଳଷ୍ଟେଶନର ୪ ନମ୍ବର ପ୍ଲାଟଫର୍ମରେ ଏହିସବୁ ଟ୍ରେନ୍‌ ଲାଗିବ ବୋଲି ବ୍ରହ୍ମପୁର ଷ୍ଟେଶନ ମ୍ୟାନେଜର ଦୁର୍ଗାପ୍ରସାଦ ବ୍ରହ୍ମା ସୂଚନା ଦେଇଛନ୍ତି। ବ୍ରହ୍ମପୁରକୁ ସୁରଟରୁ ମୋଟ୍‌ ୬ଟି ଟ୍ରେନ୍‌ ଆସିବ। ସେଥିମଧ୍ୟରୁ କୋଏମ୍ବାଟୁର୍‌ରୁ ଗୋଟିଏ ଟ୍ରେନ୍‌ ଆସିବ। କୋଏମ୍ବାଟୁର୍‌ରୁ ଆସୁଥିବା ଟ୍ରେନରେ ଅଧା ଯାତ୍ରୀ ବ୍ରହ୍ମପୁର ରେଳଷ୍ଟେଶନରେ ଓହ୍ଲାଇବେ। ଅନ୍ୟ ଯାତ୍ରୀମାନଙ୍କୁ ନେଇ ଟ୍ରେନ୍‌ଟି ଯାଜପୁର ଯିବ ବୋଲି ସେ କହିଛନ୍ତି। ସେପଟେ ସୁରଟରୁ ବାହାରିଥିବା ଟ୍ରେନ୍‌ଗୁଡିକ ନିର୍ଦ୍ଧାରିତ ସମୟର ୬ ଘଣ୍ଟା ବିଳମ୍ବରେ ଛାଡ଼ିଥିବା ମଧ୍ୟ ସେ କହିଛନ୍ତି । ଯାହାଫଳରେ ବ୍ରହ୍ମପୁର ଷ୍ଟେଶନରେ ଶନିବାର ରାତି ୧୧ଟାରେ ପହଞ୍ଚିବା ନେଇ ପୂର୍ବରୁ ଆଶା କରାଯାଉଥିବା ବେଳେ ଟ୍ରେନ୍‌ଗୁଡିକ ଏବେ ରବିବାର ଭୋର୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସୁରଟରୁ ଆସୁଥିବା ଆଉ ୩ଟି ଟ୍ରେନ ପ୍ରତ୍ୟେକ ୨ ଘଣ୍ଟା ବ୍ୟବଧାନରେ ବ୍ରହ୍ମପୁର ଷ୍ଟେଶନରେ ପହଞ୍ଚିବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘଛୁଆର ମୃତଦେହ ଉଦ୍ଧାର

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍‌ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଶନିବାର ବନବିଭାଗ ଏକ ବର୍ଷକର କଲରାପତରିଆ ବାଘଛୁଆର ମୃତଦେହ...

ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ ଡାଲ ଖାଇ ନୃତ୍ୟ

କେସିଙ୍ଗା,୨୫ା୧(ତୁମେଶ୍ୱର ସାହୁ): ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଆୟୋଜିତ ଗଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ ଓ ବରଗଡ଼...

ଚଳନ୍ତା ଟ୍ରେନ୍‌ରେ ସେଲ୍‌ଫି ନେଉଥିଲେ ଛାତ୍ରୀ,ଚାଲିଗଲା ଜୀବନ

କେନ୍ଦୁଝର/ପାଟଣା,୨୫ା୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ):କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଟାଙ୍ଗିଆପାଳ ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ଚଳନ୍ତା...

କେସିଙ୍ଗା ସହରର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀଙ୍କୁ ୯ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୨୫।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର ଦ୍ୱାର କେସିଙ୍ଗା ସହର ଏବଂ ଅଞ୍ଚଳର ବିକାଶ ପାଇଁ ଦୀର୍ଘ ବର୍ଷରୁ ଅହରହ ସଂଘର୍ଷ କରି ଆସୁଥିବା ସଚେତନ ନାଗରିକ ମଞ୍ଚ...

ଝାଡୁ ମାରିଲେ ତହସିଲଦାର: ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି

ଦାରିଙ୍ଗବାଡି,୨୫।୧(ଅରୁଣ ସାହୁ):ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ମଧ୍ୟ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର...

ଆରପାରିରେ କାଇଚଟଣୀ ଗବେଷକ ଇଂ ନୟାଧର ପଢିଆଲ

ବାରିପଦା,୨୫।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂପଭଞ୍ଜ ଜିଲାର କାଇଚଟଣୀ ଗବେଷକ ତଥା ପୂର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ଇଂ ନୟାଧର ପଢିଆଲଙ୍କ ମୃତ୍ୟୁ ଘଟିଛି । ଭୂବନେଶ୍ୱରର ଏକ ଘରୋଇ...

କଟକ ବିଜେଡିରେ ଗୋଷ୍ଠୀକନ୍ଦଳ:ଦେବାଶିଷ କହିଲେ…

କଟକ,୨୫।୧(ଶିଳ୍ପା ପ୍ରିୟଦର୍ଶିନୀ):କଟକ ବିଜେଡି ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁବାର ନେତାଜୀ ଜୟନ୍ତୀରେ ଆୟୋଜିତ ମଶାଲ ଶୋଭାଯାତ୍ରାରେ ମେୟର ସୁବାସ ସିଂ ଓ ଚୌଦ୍ୱାର-କଟକ...

ନବୀନ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟର ପ୍ରତିବାଦ:ଲେଖକ ପ୍ରକାଶ ମିଶ୍ରଙ୍କ କୁଶପୁତ୍ତଳିକା ଦାହ

ହିଞ୍ଜିଳିକାଟୁ, ୨୫।୧(ଦ୍ବିତୀକୃଷ୍ଣ ପଣ୍ଡା):ପୂର୍ବତନ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କ ‘କମେଡି ଇନ ଖାକି’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅରୁଚିକର ଲେଖା ଲେଖିଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image