Posted inଜାତୀୟ

ସୁସ୍ଥ ଭବିଷ୍ୟତ ଆଡ଼କୁ ଭାରତ

ନୂଆଦିଲ୍ଲୀ,୩୦-୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଭାରତକୁ ସୁସ୍ଥ ଭବିଷ୍ୟତ ଆଡ଼କୁ ଆଗେଇନେବାରେ ଏହା ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିର ବିକାଶ ଯୋଗୁ ଜୀବନଶୈଳୀ ଶାରୀରିକ ଶ୍ରମହୀନ ହୋଇପଡିଛି। ଫିଟ୍‌ନେସ୍‌ରେ କିଛି ନିବେଶ କରିବାକୁ ପଡ଼େନାହିଁ ଏବଂ ବହୁତ ସୁଫଳ ମିଳିଥାଏ। ଦୈନନ୍ଦିନ ଜୀବନରେ ଜନସାଧାରଣଙ୍କୁ କ୍ରୀଡା ଓ ଶାରୀରିକ କାର୍ଯ୍ୟ ସହ ସାମିଲ କରାଇବା ଫିଟ୍‌ ଇଣ୍ଡିଆ ଅଭିଯାନର ଉଦ୍ଦେଶ୍ୟ। ନିଜ ଦେଶକୁ ଫିଟ୍‌ ରଖିବା ପାଇଁ ଚାଇନା, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ଦେଶ ଏଭଳି ଅଭିଯାନ ଆରମ୍ଭ କରିସାରିଲେଣି। ସଫଳତା ଓ ଫିଟ୍‌ନେସ ଅଙ୍ଗାଙ୍ଗୀ ଭାବେ ଜଡିତ। ସବୁ ସଫଳ ବ୍ୟକ୍ତି ଫିଟ୍‌ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଏହି ଅଭିଯାନକୁ ଆଗେଇନେବା ଲାଗି କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ନେତୃତ୍ୱରେ ସରକାରୀ ଅଧିକାରୀ, ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ), ଜାତୀୟ କ୍ରୀଡ଼ା ମହାସଂଘ, ଘରୋଇ ସଂସ୍ଥା, ଫିଟ୍‌ନେସ୍‌ ପ୍ରୋତ୍ସାହନକାରୀମାନଙ୍କୁ ନେଇ ଏକ କମିଟି ଗଢ଼ାଯାଇଛି। ଫିଟ୍‌ନେସ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଥିବାବେଳେ ଏବେ ଏଥିରେ ଭିନ୍ନତା ଦେଖିବାକୁ ମିଳିଛି। କିଛି ଦଶନ୍ଧି ପୂର୍ବରୁ ଜଣେ ସାଧାରଣ ଲୋକ ଦିନକୁ ୮ରୁ ୧୦ କିଲୋମିଟର ଚାଲୁଥିଲେ, ସାଇକେଲ ଚଳାଉଥିଲେ କିମ୍ବା ଦୌଡୁଥିଲେ। ଟେକ୍‌ନୋଲୋଜିର ବିକାଶ ସହିତ ଶାରୀରିକ କାର୍ଯ୍ୟ କମିଯାଇଛି। ଫଳରେ ଯୁବପିଢ଼ିଙ୍କଠାରେ ମଧୁମେହ, ଉଚ୍ଚରକ୍ତଚାପ ଓ ଅନ୍ୟାନ୍ୟ ଜୀବନବ୍ୟାପୀ ରୋଗ ବୃଦ୍ଧିପାଉଛି, ଯାହା ଉଦ୍‌ବେଗଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୨ରୁ ୧୫ ବର୍ଷର ପିଲାଙ୍କୁ ମଧୁମେହ ଏବଂ ୩୦ ବର୍ଷର ଯୁବକଙ୍କୁ ହୃଦ୍‌ଘାତ ହେଉଛି। ତେଣୁ ବର୍ତ୍ତମାନର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ। ଫିଟ୍‌ନେସ ସମୟର ଆବଶ୍ୟକତା ବୋଲି ମୋଦି କହିଛନ୍ତି।
ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରିଜିଜୁଙ୍କ ସମେତ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା ଓ ଅନ୍ୟମାନେ ଯୋଗଦେଇଥିଲେ। ସମସ୍ତଙ୍କ ସହଯୋଗ ଦ୍ୱାରା ଏହି ଅଭିଯାନକୁ ଏକ ନୂତନ ସୋପାନକୁ ନିଆଯାଇପାରିବ। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀରେ ଏହି ଅଭିଯାନ ଶୁଭାରମ୍ଭ ହୋଇଥିବାରୁ ରିଜିଜୁ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତର କ୍ରୀଡ଼ା ସଫଳତାକୁ ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ପାତାଳରେ ରହିଲେ ବି ବଞ୍ଚି ପାରିବ ନାହିଁ ଚାଇନା-ପାକିସ୍ତାନ! ଡିଲ ପକ୍କା କରିବେ ଡୋଭାଲ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏଭଳି ଚୁକ୍ତି ହେବାକୁ ଯାଉଛି, ଯାହାକୁ ଶୁଣିଲେ ପାତାଳରେ ଥିବା ଶତ୍ରୁମାନଙ୍କର ଦାନ୍ତବି ଖଟା ହୋଇଯିବ। ଭାରତର କୂଟନୈତିକ,...

ଲେବାନନରେ ଫୁଟିଲା ପେଜର ବୋମା, ଭାରତରେ ବଢିଲା ସୁନାର ଦାମ!

ନୂଆଦିଲ୍ଲୀ,୨୩।୯: ପୁଣିଥରେ ସୁନା ଦର ବୃଦ୍ଧି ଭାରତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ...

ଘୃଣା ଦ୍ୱାରା କେହି ଉପକୃତ ହୁଅନ୍ତି ନାହିଁ, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୩ା୯: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ସୁରନକୋଟରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ମୋବାଇଲରେ ଏମିତି ଭିଡିଓ ମିଳିଲେ ଏବେ ସିଧା ଯିବେ ଜେଲ, ସିଜେଆଇଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୯: ଯଦି ଆପଣଙ୍କ ଫୋନରେ ଶିଶୁ ଅଶ୍ଳୀଳତା ବା ଚାଇଲ୍ଡ ପର୍ନୋଗ୍ରାଫି ସମ୍ବନ୍ଧୀୟ ଭିଡିଓ ମିଳୁଛି, ତେବେ ଆପଣ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି...

ଦାୟିତ୍ୱ ଗ୍ରହଣ କଲେ ଆତିଶୀ, ହେଲେ ପାଖରେ କାହିଁକି ରଖିଲେ ଖାଲି ଚୌକି, କହିଲେ ଏମିତି କଥା

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ସୋମବାର ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri