ସୁସ୍ଥ ହୋଇ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର ,୧୧ା୬ (ଡି.ଏନ.ଏ )- ଅସୁସ୍ଥ ହୋଇ ପ୍ରଥମେ ଜୟପୁର ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ପଦ୍ମଶ୍ରୀ କମଳା ପୂଜାରୀ ଗୁରୁବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ା ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ଗ୍ରାମ ପାତ୍ରପୁଟରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଜିଲାପାଳ ମଧୁସୂଦନ ମିଶ୍ର ମେଡିକାଲ କଲେଜରେ ପହଞ୍ଚତ୍ ବୁଧବାର ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ବାର୍ଦ୍ଧକ୍ୟତା ଯୋଗୁ ତାଙ୍କର ରକ୍ତଚାପ ବୃଦ୍ଧି ହେବା ଏବଂ ସ୍ନାୟଜନିତ ସମସ୍ୟା ଦେଖାଦେଇଛି। ତାଙ୍କୁ କିଛି ଦିନ ପରେ ବ୍ରହ୍ମପୁର ମେଡିକାଲ କଲେଜକୁ ଯାଇ ଚିକିସତ୍ିତ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଶନିବାର କମଳାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଏହା ଜାଣିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ା ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ କମଳାଙ୍କୁ ମଙ୍ଗଳବାର କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ…

ଜୟପୁର,୧ା୧୧: ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡ଼ିଲେ ସୁନା ବ୍ୟବସାୟୀ। ଘଟଣାର ୨ ଦିନ ପରେ ବୁଜିଲେ ଆଖି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ...

ଘୁ.ଉଦୟଗିରିରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଘୁ.ଉଦୟଗିରି,୩୧।୧୦(ଚିନ୍ମୟ କୁମାର ସେଠୀ): ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ବନ୍ଧ ଛକ ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି। ଚଳିତ...

ବ୍ରିଜ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ମହିଳା

କୋରାପୁଟ,୩୧।୧୦: କୋରାପୁଟ ଜିଲା ଦୁରୁଗୁଡ଼ା ନିକଟରେ ଗୁରୁବାର ବ୍ରିଜ ଉପରୁ ଜଣେ ମହିଳା କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ...

ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା

କୋରାପୁଟ/ନାରାୟଣପାଟଣା,୩୧।୧୦(ଅମିତାଭ ବେହେରା/ରାଜକିଶୋର ଜେନା) ଦୀପାବଳୀରେ ଏକ ଅଘଟଣ ସାମ୍‌ନାକୁ ଆସିଛି। କୋରାପୁଟ ଜିଲା ନାରାୟଣପାଟଣା ଥାନା ଅଧୀନ ବିଜାଘାଟି ବୁଢାପଣସ ନିକଟରେ ଗୁରୁବାର ଏକ ହାଇୱାରେ...

କୋରାପୁଟରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ, ବାଦ୍ୟର ତାଳେ ତାଳେ ଝୁମିଲେ…

କୋରାପୁଟ,୨୭ା୧୦(ଅମିତାଭ ବେହେରା): ରବିବାର କୋରାପୁଟ ଜିଲାର ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମର ମା’ ମାଉଲିମା ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅନୁଷ୍ଠାନିକ ଭାବେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ...

ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌: ଟ୍ରେନ ଚଳାଚଳ ବ୍ୟାହତ

କୋରାପୁଟ,୨୧।୧୦(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ଟ୍ରେନ୍‌ ଲାଇନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। କୋରାପୁଟ କୋତାବାଲସା ରୁଟ୍‌ ଚିମିଡ଼ିପାଲ୍ଲୀ ଷ୍ଟେଶନ ନିକଟରେ ଟ୍ରେନର ୫...

କୋରାପୁଟ ଜିଲା ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ୬ ଜଣଙ୍କୁ ସଫଳତା

କୋରାପୁଟ,୨୦।୧୦(ଅମିତାଭ ବେହେରା ): ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୋରାପୁଟ ଜିଲାର ୬ ଜଣ ଯୁବତୀ ଓ...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri