ସୂଚନା ଫଳକ, ଓ୍ବେବ୍‌ ପୋର୍ଟାଲ ତଥ୍ୟରେ ତାଳମେଳ ରହୁନି

ନାଉଗାଁ,୨୨।୪: (ସ୍ବ.ପ୍ର.) ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ମାତ୍ର ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପ ପାଇଁ ବାରମ୍ବାର କାମ ହୋଇଥିବା ଦର୍ଶାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ପରେ ହୋଇଥିବା କାର୍ଯ୍ୟ ପାଇଁ କୌଣସି ସୂଚନାଫଳକ ଲଗାଯାଇ ନ ଥିବା ବେଳେ ବ୍ୟୟ ସମ୍ପର୍କରେ ମଧ୍ୟ ସବିଶେଷ ବିବରଣୀ ମିଳୁନାହିଁ। ଏପରି କି ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ କାମ ହୋଇଥିବା ନେଇ ସୂଚନାଫଳକରେ ଦର୍ଶାଯାଇଥିବାବେଳେ ଓ୍ବେବ୍‌ ପୋର୍ଟାଲରେ ଏମ୍‌ଜିଏନ୍‌ଆରଜିଏସ୍‌ରେ ପୁନର୍ବାର କାମ ହୋଇଥିବା ଦର୍ଶାଯାଇଛି। ଫଳରେ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରୁନାହିଁ।
ଏହାର ଉଦାହରଣ ଓଷକଣା ପଞ୍ଚାୟତର ପୁରୁଣା ଭଟଣା ବେଲବଣ ପୋଖରୀ କାର୍ଯ୍ୟରେ ଦେଖିବାକୁ ମିଳିଛି। ଏହି ପୋଖରୀ ଖନନ ପାଇଁ ସୂଚନାଫଳକରେ ତଥ୍ୟ ରହିଛି। ଏହି ଅନୁସାରେ ଉକ୍ତ କାର୍ଯ୍ୟ ପାଇଁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନରୁ ୧ଲକ୍ଷ ୨୦ହଜାର ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ଏମ୍‌ଜିଏନ୍‌ଆରଇଜିଏସ୍‌ ପୋର୍ଟାଲ ତଥ୍ୟ ଅନୁସାରେ ବେଲବଣ ପୋଖରୀ ପାଇଁ ପୁନର୍ବାର ୬୩ ହଜାର ଟଙ୍କା ଏମ୍‌ଜିଏନ୍‌ଆରଇଜିଏସ୍‌ରେ ବ୍ୟୟ ହୋଇଥିବା ଦର୍ଶାଯାଇଛି। ଉକ୍ତ ଟଙ୍କାରେ ପୋଖରୀର କି କାର୍ଯ୍ୟ ହୋଇଛି ସେନେଇ କୌଣସି ତଥ୍ୟ ନାହିଁ। ଏ ସମ୍ପର୍କରେ ସୂଚନାଫଳକରେ ମଧ୍ୟ ଉଲ୍ଲେଖ ନାହିଁ।

ଅପରପକ୍ଷେ ଏଠାରେ ସରକାରୀ ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ, ପଞ୍ଚାୟତ ପୋଖରୀ ଖନନ ବା ପୁନରୁଦ୍ଧାର ପରେ ଏଥିରୁ ବାହାରୁଥିବା ମାଟି ପୋଖରୀ ଚତୁଃପାର୍ଶ୍ୱରେ ପକାଯାଇ ପ୍ରଶସ୍ତ ହୁଡ଼ା ତିଆରି କରାଯିବ। ଉକ୍ତ ହୁଡ଼ାରେ ବିଭିନ୍ନ ପ୍ରକାର ପନିପରିବା ଲଗାଯିବା ସହ ପୋଖରୀରେ ପଞ୍ଚାୟତ ତରଫରୁ ମାଛଚାଷ କରାଯାଇ ବିକ୍ରି କରାଯିବ। ଏହି ଅର୍ଥରେ ପଞ୍ଚାୟତର ପାଣ୍ଠି ସମୃଦ୍ଧ କରାଯିବ। କିନ୍ତୁ ବେଲବଣ ପୋଖରୀ ପୁନରୁଦ୍ଧାର ବେଳେ ବାହାରିଥିବା ମାଟି ପୋଖରୀ ହୁଡ଼ାରେ ପକା ନ ଯାଇ ନିକଟରେ ଥିବା ବେଲବଣ ମନ୍ଦିର ପରିସରକୁ ପୋତାଯାଇଛି। ଉକ୍ତ ମାଟିପୋତା ବାବଦରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୧ ଲକ୍ଷ ୫୬ ହଜାର ୯୫୪ ବ୍ୟୟ ହୋଇଛି ବୋଲି ଓ୍ବେବ୍‌ ପୋର୍ଟାଲରେ ଉଲ୍ଲେଖ ରହିଛି। କିନ୍ତୁ ମାଟିପୋତା ଯାଇଥିବା ସ୍ଥାନରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଗୋଟିଏ ପ୍ରକଳ୍ପ ନିର୍ମାଣ କରାଯାଇ କିପରି ୩ଟି କାମର ଖର୍ଚ୍ଚ ଦର୍ଶାଯାଇଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରେ, ମୁଁ ଏ ସମ୍ପର୍କରେ ଅବଗତ ନାହିଁ। କ’ଣ ହୋଇଛି ପଞ୍ଚାୟତ ଯନ୍ତ୍ରୀଙ୍କଠାରୁ ବୁଝିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଭୂତି ଭୂଷଣ ଶତପଥୀଙ୍କୁ ପଚାରିବାରେ ପଞ୍ଚଦଶ ଅର୍ଥ କମିଶନରେ ଯେଉଁ ସୂଚନାଫଳକ ଲାଗିଛି ତାହା ଭୁଲ୍‌ରେ ଲଗାଯାଇଛି। ପ୍ରଥମେ ଏହି ଯୋଜନାରେ କାମ ହେବା ପାଇଁ ସୂଚନାଫଳକ ଲଗାଯାଇଥିଲା। ସେଥିରେ ଟଙ୍କା ନ ହେବାରୁ ପରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ପୁନର୍ବାର କାମ ହେଲା। ଏନେଇ ବାରମ୍ବାର ସୂଚନାଫଳକ ପରିବର୍ତ୍ତନ କରିବା ପାଇଁ କହିଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ଏହା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ: ଦାଦା, ପୁତୁରା ମୃତ

ତିର୍ତ୍ତୋଲ/କେନ୍ଦ୍ରାପଡ଼ା,୨୧/୧୧(ଗୌରାଙ୍ଗ ଚରଣ ସ୍ବାଇଁ/ଜଗନ୍ନାଥ ଧଳ): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ଗ୍ରାମରେ ଛତୁରେ ପକାଇବାକୁ ଥିବା କୀଟନାଶକକୁ ପାଣି ଭାବି...

ଭାବିଥିଲେ ଆଜି କରିଦେବେ ମାସଟା ଯାକକ ବେପାର ହେଲେ ରାସ୍ତାରେ ଜଗିଥିଲା ଯମ …

ଜଗତସିଂହପୁର,୧୭।୧୧: ଆଜି ଝାଡ଼ ଖାଇ ପ୍ରତିଟି  ଆମିଷ ବେପାରୀ ଭାବିଥାନ୍ତି ତାଙ୍କ ମାସଟା ଯାକର ବେପାର  ଆଜି କରିବାକୁ । ହେଲେ ସକାଳୁ ସକାଳୁ ମାଛ...

ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା

ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧...

ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ

ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ...

ଜିଲା ପାଇଁ ଗୌରବ ଆଣିଲେ ସ୍ମୃତିରଞ୍ଜନ, ଓଏଏସ୍‌ ପାଇବା ପରେ କହିଲେ…

ଜଗତସିଂହପୁର,୨୦ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌) ପରୀକ୍ଷା ୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ମୋଟ ୬୮୩ଜଣ...

ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri