ସୂର୍ଯ୍ୟମନ୍ଦିର ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି

କୋଣାର୍କ,୧୪ା୯(ଡି.ଏନ.ଏ): ଶୁକ୍ରବାର ଆମିକ୍‌ସ କ୍ୟୁରି ଆଡଭୋକେଟ୍‌ ଏନ୍‌.କେ. ମହାନ୍ତି ଦ୍ୱିତୀୟଥର ପାଇଁ କୋଣାର୍କ ଗସ୍ତରେ ଆସି ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିବା ପରେ ଗଣମାଧ୍ୟମକୁ ମନ୍ଦିର ଶତପ୍ରତିଶତ ସୁରକ୍ଷିତ ଥିବା କହିବା ସହ କେନ୍ଦ୍ରୀୟ କୋଠା ଗବେଷଣା କେନ୍ଦ୍ର(ସିବିଆରଆଇ)ର ରିପୋର୍ଟ ଅନୁଯାୟୀ ଜଗମୋହନ ଗର୍ଭଗୃହ ଭିତରେ ଥିବା ବାଲି ୧୭ଫୁଟ୍‌ ତଳକୁ ଦବିଥିବା ସୂଚନା ଦେଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଆମିକସ୍‌ କ୍ୟୁରି ମହାନ୍ତି କୋଣାର୍କରେ ପହଞ୍ଚତ୍ଥିଲେ। ପରିଦର୍ଶନ ବେଳେ ସେ ଅଧିକାରୀମାନଙ୍କଠାରୁ ମନ୍ଦିରର ଉନ୍ନତି ଓ ରୂପରେଖ ବଢ଼ାଇବା ନେଇ କିଭଳି କାର୍ଯ୍ୟ ଚାଲୁଛି ସେ ବିଷୟରେ ପଚାରି ବୁଝିଥିଲେ। ତେବେ ଗର୍ଭଗୃହର ୧୭ଫୁଟ ଦବିଥିବା ଖାଲି ସ୍ଥାନର ପରିପୂର୍ତ୍ତି ନିମନ୍ତେ ପୁନର୍ବାର ବାଲି ଭର୍ତ୍ତି କରିବା ପାଇଁ ସିବିଆରଆଇର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଗର୍ଭଗୃହ ଭିତରେ କେଉଁ କିସମର ବାଲି ଭର୍ତ୍ତି କରାଯିବ, ସେ ସମ୍ପର୍କରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ଏଥିସହ ଆସନ୍ତା ଜାନୁୟାରୀ ସୁଦ୍ଧା ଜଗମୋହନ ଚାରିପଟେ ଲାଗିଥିବା ଲୁହା ପାଇପ ଭାରାକୁ କଢାଯାଇ ନୂଆ ସିଷ୍ଟମର ଭାରା ଲାଗିବ। ଯାହାଦ୍ୱାରା ଜଗମୋହନର ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦିଆଯିବା ସହ ପର୍ଯ୍ୟଟକମାନେ ମନ୍ଦିରର ଭାସ୍କର୍ଯ୍ୟକୁ ଠିକ ରୂପେ ଦେଖିବାର ସୁଯୋଗ ପାଇବେ। ୧୯୦୨ ମସିହାରେ ୧୦ହଜାର ମେଟ୍ରିକ୍‌ ଟନ୍‌ ବାଲି ଗର୍ଭଗୃହରେ ଭର୍ତ୍ତି କରାଯାଇଥିଲା। ଏବେ ସାମାନ୍ୟ ଦବିଥିବା ସତ୍ତ୍ୱେ ଜଗମୋହନ ସୁରକ୍ଷିତ ଥିବାବେଳେ ମନ୍ଦିର ପ୍ରତି କୌଣସି ବିପଦ ନ ଥିବା ଆମିକସ କ୍ୟୁରି କହିଛନ୍ତି। ତାଙ୍କ ସହ ଭୁବନେଶ୍ୱର ସର୍କଲ ଇଞ୍ଜିନିୟର ଅନଙ୍ଗ ଦାସ, ଭୁବନେଶ୍ୱର ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ଥିବାବେଳେ କୋଣାର୍କ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ ସୁଶାନ୍ତ କୁମାର ଗୋଚ୍ଛାୟତ ଓ ଅନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇଥିଲେ ଯୁବକ, ଦଳିଦେଲା ହାତୀ

ହିନ୍ଦୋଳ,୨୮।୧୧: ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଅନ୍ତର୍ଗତ କଡଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଭୋର ସମୟରେ ଗ୍ରାମର ଗାୟତ୍ରୀ ମଣ୍ତପ ନିକଟସ୍ଥ...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ହୁ ହୁ ହୋଇ ଜଳିଗଲା ୧୦ ଏକର ଜମିର ଅମଳ ଧାନ

ବରଗଡ଼ ୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ବିର୍ଜାମ ଗ୍ରାମରେ ଖଳାରେ ଗଦା ହୋଇଥିବା ଅମଳ ଧାନରେ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ...

୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୮ା୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ...

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ଷ୍ଟଲକୁ ମିଳିଲା ଦ୍ୱିତୀୟ ସ୍ଥାନ

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ):ଦେଶର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଯାଇଛି। ଉକ୍ତ ବାଣିଜ୍ୟ ମେଳାରେ ଦେଶର...

ମାଡିଆସୁଛି ବାତ୍ୟା: ଓଡ଼ିଶାର ୭ ଜିଲାରେ…

ଭୁବନେଶ୍ୱର,୨୮ା୧୧(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛି ଦିନ ଶୀତର ଲହରି ଜାରି ରହିଛି। ମାତ୍ର ଗୁରୁବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି...

ବାଟ ଛାଡ଼ିଲେ ଶିନ୍ଦେ: ଏବେ ମହାରାଷ୍ଟ୍ରରେ ହେବ ଅସଲ ଖେଳ

ମୁମ୍ବାଇ,୨୮ା୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ଦାବିଦାର ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ବିଧାନସଭା ନିର୍ବାଚନ ଫଳ ଆସିବାର ୪ ଦିନ ପରେ ଏହି ଦାବିରୁ...

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର...

ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ

ଭୁବନେଶ୍ୱର,୨୮ା୧୧ (ସୂର୍ଯ୍ୟକାନ୍ତ ବେହେରା): ଲିଙ୍ଗରାଜ ମନ୍ଦିର ପରିସରକୁ ମୋବାଇଲ, ସିଗାରେଟ୍‌ ଭଳି କିଛି ଜିନିଷକୁ ବାରଣ କରାଯାଇଛି। କିନ୍ତୁ ଏହାସତ୍ତ୍ୱେ ମନ୍ଦିର ପରିସରକୁ ମୋବାଇଲ ଯିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri