ସୂର୍ଯ୍ୟମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣକୁ ଗୁରୁତ୍ୱ

କୋଣାର୍କ, ୨୯।୨(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଶୁକ୍ରବାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି। କୋଣାର୍କସ୍ଥିତ ଯାତ୍ରୀନିବାସ ସମ୍ମେଳନ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶିକା ଉଷା ଶର୍ମା ଉଦ୍‌ଘାଟନ କରିଥିଲେ। ସୂର୍ଯ୍ୟମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଉପରେ ମହାନିର୍ଦ୍ଦେଶିକା ଶର୍ମା ଗୁରୁତ୍ୱାରୋପ କରିଛନ୍ତି। ୨୦୧୦ ମସିହା ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ ପ୍ରତିନିଧି ଦଳ ଓ ସିବିଆରଆଇ ସଂସ୍ଥା ଦେଇଥିବା ରିପୋର୍ଟ ଭିତ୍ତିରେ ଏହି ସଂରକ୍ଷଣ କରାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଏଏସ୍‌ଆଇ ମହାନିର୍ଦ୍ଦେଶିକାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।
ସୂର୍ଯ୍ୟମନ୍ଦିରର ସ୍ଥିତାବସ୍ଥା ଅନୁଧ୍ୟାନ, ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଏନ୍‌.କେ. ମହାନ୍ତି କର୍ମଶାଳାରେ ଯୋଗଦେଇ ସୂର୍ଯ୍ୟମନ୍ଦିରରେ ବର୍ଷାଜଳ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା, ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଚାରାରୋପଣ, ଗର୍ଭଗୃହରୁ ବାଲି କାଢିବା କିମ୍ବା ଦବିଯାଇଥିବା ସ୍ଥାନରେ ବାଲି ଭର୍ତ୍ତି କରିବା, ମୁଖଶାଳା ଓ ମନ୍ଦିର ଚତୁଃପାର୍ଶ୍ୱ ବେଢା ସମୂହକୁ ରାସାୟନିକ ପ୍ରଲେପ ଦ୍ୱାରା ସଂରକ୍ଷଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଏସବୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ କହିଥିଲେ। ପରେ ଏଏସ୍‌ଆଇ ମହାନିର୍ଦ୍ଦେଶିକା ଶର୍ମା, ସିବିଆର୍‌ଆଇର ଜଣେ ଅଧିକାରୀ, ଚେନ୍ନାଇ ଆଇଆଇଟିର ଜଣେ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀମାନେ ସୂର୍ଯ୍ୟମନ୍ଦିର ବୁଲି ସ୍ଥିତାବସ୍ଥା ଅନୁଧ୍ୟାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଓ ଜଗମୋହନର ସ୍ଥିତାବସ୍ଥା କିଭଳି ରହିଛି ତାହାର ଯାଞ୍ଚ କରିଥିଲେ। ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଏବଂ ବିଶେଷଜ୍ଞ କମିଟିର ଅନୁଧ୍ୟାନ ସଂକ୍ରାନ୍ତ ରିପୋର୍ଟ ଆଧାରରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ସମେତ ପାରିପାର୍ଶ୍ୱିକ ଉନ୍ନୟନ ନେଇ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଶେଷଜ୍ଞ ପଦ୍ମଶ୍ରୀ ଜି.ସି ମିତ୍ର ପ୍ରକାଶ କରିଛନ୍ତି। କର୍ମଶାଳାରେ ବିଶେଷଜ୍ଞ ମିତ୍ରଙ୍କ ସମେତ ରାଜ୍ୟ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଆମିକସ୍‌ କ୍ୟୁରି ମହାନ୍ତି, ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, ଏଏସ୍‌ଆଇର ପୂର୍ବତନ ମହାନିର୍ଦ୍ଦେଶକ ଡ. ବି. ଆର୍‌. ମଣି, ଏ.ବି. ତ୍ରିପାଠୀ, ସଞ୍ଜୟ ଆଚାର୍ଯ୍ୟ, ଅନିଲ ଧୀର, ପୁରୀ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ସମେତ ଐତିହ୍ୟସ୍ଥଳୀର ବିଶେଷଜ୍ଞମାନେ ଯୋଗଦେଇଛନ୍ତି। କର୍ମଶାଳାକୁ ସ୍ଥାନୀୟ ଏଏସ୍‌ଆଇ ଅଧିକାରୀ ନିରୋଜ ସିଂ ଏବଂ ମ୍ୟୁଜିୟମ ଅଧିକାରୀ ପ୍ରତାପ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୨୮।୧୧: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ରାତିରେ ଖାଇ ସାରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ...

୧୫ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର

ଯୋଡ଼ା,୨୮ା୧୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଜଣେ ୧୫ ମାସର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଛି।...

ଭାଜପା କାର୍ଯ୍ୟାଳୟରେ ୨ ଘଣ୍ଟା ରହିବେ ମୋଦି, କରିବେ ରାତ୍ରି ଭୋଜନ

ଭୁବନେଶ୍ୱର, ୨୮ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ...

ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବିଚିତ୍ର ବର୍ନାଳି ନାଟ୍ୟ ସଂସଦ କକ୍ଷରେ ନାଟ୍ୟ ସଂସଦର ସଭାପତି ବିଶ୍ୱନାଥ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା...

ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୨୮ା୧୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ଜି. ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ...

ସୁଜାତାଙ୍କ ଉପରେ ବିଶ୍ୱାସ କରିବ ତ ଭାଜପା ସରକାର? ଏବେ ବି ଆକ୍ଟିଭ ପାଣ୍ଡିଆନ! ଭିତରେ ଚାଲିଛି…

ଭୁବନେଶ୍ୱର,୨୮।୧୧: କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ। ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଭାଜପା ଓଡ଼ିଶାରେ କ୍ଷମତା ହାତେଇଛି।...

ଘରେ ପଶି ପୁତୁରାଙ୍କୁ ହତ୍ୟା, ଦାଦାଙ୍କୁ ଅଟକ ରଖିଲା ପୋଲିସ

ବ୍ରହ୍ମପୁର,୨୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଘରୋଇ ହିଂସା ଓ ପୂର୍ବ ଶତ୍ରୁତାରୁ ମାସେ ଭିତରେ ୩ ମୁଣ୍ଡ ଗଡ଼ିସାରିଲାଣି। ପୂର୍ବରୁ ଶେରଗଡ଼ରେ ଦୁଇଟି ହତ୍ୟାକାଣ୍ଡ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଯେଉଁଠି ଅଧିକ ‘ସୁଭଦ୍ରା’ ଫର୍ମ ରିଜେକ୍ଟ ହୋଇଛି, ସେଠାରେ ଆରମ୍ଭ ହେବ…

ଭୁବନେଶ୍ୱର,୨୮ା୧୧: କିଛି ମହିଳା ସୁଭଦ୍ରା ଯୋଜନା ପାଇଁ ଫର୍ମ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କା ମିଳିନାହିଁ। କାହିଁକି ମିଳିନାହିଁ ବୋଲି ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri