Posted inରାଜ୍ୟ

ସୃଜନଶୀଳତାର ଅନ୍ୟ ନାମ ଅରୁଣିମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ ମଧ୍ୟରେ ରାଜ୍ୟର ୧୬ ଲକ୍ଷ ୧୩ହଜାର ୭୭୫ ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମରେ ନିୟୋଜିତ ରଖିବା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ୟୁନିସେଫ୍‌ ସହାୟତାରେ ବିଭାଗ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। କୋଭିଡ୍‌-୧୯ ମହାମାରୀ ସଙ୍କଟ ସମୟରେ ଶିଶୁମାନଙ୍କ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ବିକାଶ ନିମନ୍ତେ ଉତ୍ସର୍ଗୀକୃତ ରାଜ୍ୟର ୭୨,୫୮୭ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଏବେ ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।
ମଙ୍ଗଳବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ଉପସ୍ଥିତିରେ ଏହି କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ପ୍ରଥମ ସଂସ୍କରଣ ପିଲାମାନଙ୍କ ଦ୍ୱାରା ବିଶେଷଭାବେ ଆଦୃତ ହୋଇଥିବାରୁ ଦ୍ୱିତୀୟ ସଂସ୍କରଣକୁ ମଧ୍ୟ ଅନୁରୂପ ଆଦୃତି ମିଳିବ ବୋଲି ଆଶା ରଖାଯାଇଛି। ମାତାପିତାଙ୍କ ସକ୍ରିୟ ସହଭାଗିତାରେ ଶିଶୁମାନଙ୍କୁ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ଗଳ୍ପକଥନ ଆଦିରେ ନିୟୋଜିତ ରଖି ସେମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି କରିବା ଏହି କ୍ୟାଲେଣ୍ଡର ପ୍ରକାଶନର ଆଭିମୁଖ୍ୟ ବୋଲି ଗର୍ଗ କହିଥିଲେ। ‘ଘରେ ଘରେ ଅରୁଣିମା’ର ପ୍ରଥମ ସଂସ୍କରଣ ‘କୀଟପତଙ୍ଗ ଏବଂ ସରୀସୃପ’ମାନଙ୍କ ଉପରେ ଆଧାରିତ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ‘ବାୟୁ, ଜଳ ଏବଂ ମୃତ୍ତିକା’ ଉପରେ ଆଧାରିତ ହୋଇଛି। ଶିଶୁମାନଙ୍କ ମଧ୍ୟରେ ସ୍ବଚ୍ଛ ପରିବେଶ, ଜଳ ସଞ୍ଚୟ ଏବଂ ବୃକ୍ଷଲତା ବଢ଼ିବାରେ ମୃତ୍ତିକାର ଭୂମିକା ଆଦି ସମ୍ପର୍କରେ କୌତୂହଳ ସୃଷ୍ଟି କରିବାରେ ‘ଘରେ ଘରେ ଅରୁଣିମା’ର ଦ୍ୱିତୀୟ ସଂସ୍କରଣ ବିଶେଷ ଉପାଦେୟ ହେବ ବୋଲି ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନିଲେସନ୍‌ କହିଛନ୍ତି। ହାତଧୁଆ, ସ୍ବଚ୍ଛତା, ପରିମଳ, ସାମାଜିକ ଦୂରତ୍ୱ ଭଳି ଉତ୍ତମ ଅଭ୍ୟାସ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବା ନିମନ୍ତେ ଏହି କ୍ୟଲେଣ୍ଡରରେ ବାର୍ତ୍ତା ଦିଆଯାଇଛି। ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ଦ୍ୱାରା ଏହି ପୁସ୍ତକ ମାତାପିତା ଓ ଅଭିଭାବକଙ୍କୁ ଡିଜିଟାଲ୍‌ ମାଧ୍ୟମରେ ବିତରଣ କରାଯିବ। ଏହି ପୁସ୍ତିକା ପିଲାମାନଙ୍କ ମାନସିକ ସୁସ୍ଥତା ପାଇଁ ଉପାଦେୟ ହେବା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଶିଶୁମାନଙ୍କ ଉତ୍ତମ ସମ୍ପର୍କ ସ୍ଥାପନରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି।...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ବ୍ଲକରେ ହେବ…

ଭୁବନେଶ୍ୱର,୫।୧୦: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ବଡ଼ ସୂଚନା। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର। ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ହେବ ଶୀତଳ...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri