ମୁମ୍ବାଇ,୨୭ା୩: ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକଣା ଜାରି ହେବା ସତ୍ତ୍ୱେ ଲୋକେ ରାସ୍ତାଘାଟରେ ବୁଲୁଥିବାରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ହେଲେ ସେନା ମୁତୟନ କରାଯିବ। ଏଥିପାଇଁ ଲୋକେ ଆମକୁ ବାଧ୍ୟ କରନ୍ତୁ ନାହିଁ ବୋଲି ଅଜିତ ନିୟମ ଉଲ୍ଲଂଘନକାରୀମାନଙ୍କୁ ଗୁରୁବାର ଚେତାବନୀ ଦେଇଛନ୍ତି।