ସେପ୍ଟେମ୍ବର ୫ରୁ ଜିଓ ଗିଗାଫାଇବର ସେବା;ମାଗଣାରେ ମିଳିବ ଏଚ୍‌ଡି ଟିଭି, ସେଟ୍‌ଟପ୍‌ ବକ୍ସ

ମୁମ୍ବାଇ,୧୩-୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଗିଗା ଫାଇବର ଆରମ୍ଭ କରାଯିବା ନେଇ ଘୋଷଣା କରିଛନ୍ତି। ଜିଓ ଶୁଭାରମ୍ଭ ହେବାର ୩ ବର୍ଷ ପୂର୍ତ୍ତି ଅବସରରେ ସେପ୍ଟେମ୍ବର ୫ରୁ ସାରା ଦେଶରେ ଏହି ବ୍ରଡ୍‌ବ୍ୟାଣ୍ଡ ସେବା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
ମୁକେଶ କହିଛନ୍ତି ଯେ, ୩୪ କୋଟି ଗ୍ରାହକ ଏବେ ଜିଓକୁ ଆପଣାଇଛନ୍ତି। ଫଳରେ ଏହି ମୋବାଇଲ ଅପରେଟିଂ କମ୍ପାନୀ ବିଶ୍ୱର ସବୁଠାରୁ ଦ୍ରୁତଗତିରେ ବଢ଼ୁଥିବା ଡିଜିଟାଲ ସର୍ଭିସ କମ୍ପାନୀ ହୋଇଛି। କମ୍ପାନୀ ୬୭,୩୨୦ କୋଟି ଜିଏସ୍‌ଟି ଓ ୧୨,୧୯୧ କୋଟି ଟଙ୍କା ଆୟକର ପ୍ରଦାନ କରି ଦେଶର ସର୍ବବୃହତ ଟିକସଦାତା ହୋଇପାରିଛି। ଜିଓ ଫାଇବର ଓ୍ବେଲକମ୍‌ ଅଫର ସହିତ ଲ୍ୟାଣ୍ଡଲାଇନ ଫୋନରୁ ଲାଇଫଟାଇମ ଫ୍ରି ଭଏସ୍‌ କଲ୍‌, ୧୦୦ ଏମ୍‌ବିପିଏସ୍‌ ମିନିମମ୍‌ ସ୍ପିଡ୍‌ରେ ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ଦିଆଯିବ। ସେହିଭଳି ଏହି ଅଫର୍‌ରେ ଯେଉଁ ଗ୍ରାହକ ଜିଓ ଗିଗାଫାଇବର ଓ ଜିଓ ସେଟ୍‌ ଟପ୍‌ ବକ୍ସର ଜିଓ ଫର୍‌ ଏଭର ପ୍ଲାନ ନେବେ ସେମାନଙ୍କୁ କମ୍ପାନୀ ପକ୍ଷରୁ ୪କେ ଏଚ୍‌ଡି ଏଲ୍‌ଇଡି ଟିଭି ଓ ୪କେ ସେଟ୍‌ ଟପ୍‌ ବକ୍ସ ମାଗଣାରେ ପ୍ରଦାନ କରାଯିବ। ତେବେ ପ୍ଲାନ୍‌ ସମ୍ପର୍କ ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଜିଓ ଫାଇବର ପ୍ଲାନ ସମ୍ପର୍କରେ ଉଲ୍ଲେଖ କରି ମୁକେଶ କହିଛନ୍ତି ଯେ, ଏହା ଗ୍ଲୋବାଲ ରେଟ୍‌ ମୁକାବିଲାରେ ୧୦ ଗୁଣା ଶସ୍ତା ହେବ। ଜିଓ ଫାଇବର ସିମ୍ପଲ ଟାରିଫ ପ୍ଲାନ ୭୦୦ ଟଙ୍କାରୁ ୧୦ ହଜାର ଟଙ୍କା ପ୍ରତି ମାସରେ ଉପଲବ୍ଧ ହେବ। ସେ କହିଛନ୍ତି ଯେ, ଗ୍ରାହକଙ୍କୁ କେବଳ ଗୋଟିଏ ସେବା ଭଏସ୍‌ କଲ୍‌ ଅଥବା ବ୍ରଡ୍‌ବ୍ୟାଣ୍ଡ ପାଇଁ ଅର୍ଥ ଦେବାକୁ ହେବ। ଇଣ୍ଟରନ୍ୟାସନାଲ କଲ୍‌ ଲାଗି ସବୁଠାରୁ କମ୍‌ ଫିକ୍ସଡ ଲାଇନ ରେଟ୍‌ ପ୍ରଦାନ କରାଯିବ। ଏହାର ଦର ବର୍ତ୍ତମାନ ଉପଲବ୍ଧ ରେଟ୍‌ ଠାରୁ ୧୦ ଗୁଣା ଶସ୍ତା ହେବ। ଆମେରିକା ଓ କାନାଡାକୁ ଇଣ୍ଟରନ୍ୟାଶନାଲ କଲ୍‌ ଲାଗି ୫୦୦ ଟଙ୍କା ପ୍ରତି ମାସରେ ଆଦାୟ କରାଯିବ। ଫଳରେ ଜଣେ ଗ୍ରାହକ ମାତ୍ର ୫୦୦ ଟଙ୍କାରେ ଆମେରିକା, କାନାଡାକୁ ଅନ୍‌ଲିମିଟେଡ କଲ୍‌ କରିପାରିବେ। ଜିଓ ଫାଇବରର ବାର୍ଷିକ ପ୍ୟାକ୍‌ ନେଲେ ଏଚ୍‌ଡି ଟିଭି ସବ୍‌କ୍ରିପ୍‌ଶନ ମିଳିବ।
ଘରେ ବସି ଦେଖିହେବ ପ୍ରଥମ ଦିନ ସିନେମା
ମୁକେଶ କହିଛନ୍ତି ଯେ, ୨୦୨୦ ମଧ୍ୟଭାଗରୁ ଜିଓ ଗିଗାଫାଇବରର ପ୍ରିମିୟମ ଗ୍ରାହକଙ୍କ ଲାଗି ବିଶେଷ ସୁବିଧା ପ୍ରଦାନ କରାଯିବ। ଜିଓ ଫାଇବର ଗ୍ରାହକ ସିନେମା ହଲ୍‌ରେ ରିଲିଜ ହେଉଥିବା ସିନେମାକୁ ଅର୍ଥାତ୍‌ ଫାର୍ଷ୍ଟ ଡେ, ଫାର୍ଷ୍ଟ ସୋ ଅଧୀନରେ ନୂଆ ସିନେମା ଦେଖିବାର ସୁଯୋଗ ପାଇବେ। ଜିଓ ଗିଗାଫାଇବର ପାଇଁ ଅଦ୍ୟାବଧି ୫ କୋଟିରୁ ଅଧିକ ରେଜିଷ୍ଟ୍ରେଶନ ହୋଇସାରିଛି। ଡିଜିଟାଲ ଇନ୍‌ଫ୍ରାରେ ୩.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି। ଅଦ୍ୟାବଧି ୫୦ଲକ୍ଷ ଘର ଏହା ପହଞ୍ଚତ୍ସାରିଛି। ବର୍ଷକ ଭିତରେ ଜିଓ ଗିଗାଫାଇବର ସାରା ଦେଶରେ ପହଞ୍ଚତ୍ୟିବ ବୋଲି ମୁକେଶ କହିଛନ୍ତି।
ଜୁନ୍‌ ତ୍ରୈମାସରେ ୧୦,୧୦୪ କୋଟି ଲାଭ
ଜୁନ୍‌ ୩୦ରେ ଶେଷ ହୋଇଥିବା ତ୍ରୈମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କନ୍‌ସୋଲିଡେଟେଡ ନେଟ୍‌ ପ୍ରଫିଟ୍‌ ୬.୮୨ ପ୍ରତିଶତ ବଢ଼ି ୧୦,୧୦୪ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ରାଜସ୍ବ ୨୧.୨୫% ବୃଦ୍ଧି ପାଇ ୧.୬୧ ଲକ୍ଷ କୋଟି ଟଙ୍କା ହୋଇଛି।
ଜିଓର ଲାଭ ୮୯୧ କୋଟି
ରିଲାଏନ୍ସ ଜିଓର ଆର୍ଥିକ ବର୍ଷ ୨୦୨୦ର ପ୍ରଥମ ତ୍ରୈମାସରେ ପ୍ରଦର୍ଶନରେ ଉନ୍ନତି ହୋଇଛି। ଏହି ଅବଧିରେ କମ୍ପାନୀର ଲାଭ ବାର୍ଷିକ ଆଧାରରେ ୪୬ ପ୍ରତିଶତ ବୃଦ୍ଧି ପାଇ ୮୯୧ କୋଟି ଟଙ୍କା ହୋଇଛି। ବର୍ଷକ ପୂର୍ବେ ସମାନ ଅବଧିରେ ଜିଓର ଲାଭ ୬୧୨ କୋଟି ଟଙ୍କା ଥିଲା।
ରିଟେଲ ମାର୍କେଟର କାୟାକଳ୍ପ ବଦଳାଇବ ନ୍ୟୁ କମର୍ସ ଇନିସିଏଟିଭ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଜିଏମ୍‌ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରିଟେଲ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ରିଟେଲ କ୍ଷେତ୍ରରେ ‘ନ୍ୟୁ କମର୍ସ ଇନିସିଏଟିଭ’ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି। ଏହା ମାଧ୍ୟମରେ ଅସଂଗଠିତ ରିଟେଲ ମାର୍କେଟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦିଆଯିବ। ଦେଶର ୯୦ ପ୍ରତିଶତ ରିଟେଲ ଅସଂଗଠିତ କ୍ଷେତ୍ରରେ ରହିଛି। ନ୍ୟୁ କମର୍ସ ଏଭଳି ଏକ ପ୍ଲାଟଫର୍ମ ହେବ, ଯାହା ଦ୍ୱାରା ସମସ୍ତ କିରାନା ଦୋକାନକୁ ସହଭାଗୀ କରାଯିବ। ସେ କହିଛନ୍ତି ଯେ, ୩ କୋଟି ବ୍ୟବସାୟୀ ଓ କିରାନା ଦୋକାନ ଭାରତୀୟ କାରବାର ଇକୋସିଷ୍ଟମର ମେରୁଦଣ୍ଡ ହୋଇଛି। ଏଥିରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ରୂପରେ ୨୦ କୋଟିରୁ ଅଧିକ ବ୍ୟକ୍ତିଙ୍କୁ ଜୀବିକା ମିଳୁଛି। ରିଲାଏନ୍ସର ନୂଆ ରିଟେଲ ପ୍ଲାନ୍‌ ଦେଶର ହାଇସ୍ପିଡ୍‌ ଡିଜିଟାଲ ପ୍ଲାଟଫର୍ମକୁ କିରାନା ଦୋକାନ ସହ ଯୋଡିବ। ଏହା ମାଧ୍ୟମରେ ଗ୍ରାହକ ନିଜର ଅର୍ଡର ଦେଇପାରିବେ। ରିଲାଏନ୍ସ ରିଟେଲ କ୍ଷୁଦ୍ର ଦୋକାନୀଙ୍କୁ ଟେକ୍ନୋଲୋଜି ଓ ଭିତ୍ତିଭୂମି ଯୋଗାଇବ। ଏହାଦ୍ୱାରା ସେମାନେ ବଡ଼ ବ୍ୟବସାୟୀଙ୍କ ଭଳି ଶକ୍ତିଶାଳୀ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri