ସେବାରେ ସମରପିତ ଗୁଞ୍ଜ ମା’ର ଜୀବନ୍‌

ଲାଠୋର,୧୫।୫ (ଡି.ଏନ.ଏ.): ବଏସ୍‌ ପାଖାପାଖି ଶହେ। ଜୀବନ୍‌ର ଶେଷ ମୁଡ଼ସାକେ ଛିଁ ସାରିଛନ୍‌। ହେଲେ ଆଏଜ୍‌ ବି ସେ ସେବା ମନ୍‌ବୁରତିକେ ଛାଡ଼ି ନାଇଁପାରି। ଆସେପାସେ ଯାହାର ଯେନ୍‌ ସୁବିଧା ଅସବିଧା, ଡାକ୍‌ଦେଉନ କି ନାଇଁ ଦେଉନ ସେଠାନେ ଯାଇ ସେ ଭିଡ଼ି ପଡ଼ୁଛନ୍‌। ଏନ୍‌ତା ଝନେ ମମତା ଭରା ଉଦାର ହୁରୁଦ୍‌ର ମହିଲା ହେଉଛନ୍‌ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଗଁାର ଗୁଞ୍ଜ ବିଶି। ଅଂଚଲରେ ଲୋକ୍‌ ତାହାକୁ ଗୁଞ୍ଜ ମା’ ହିସାବେ ଜାନିଛନ୍‌।

ସୂଚନା ହିସାବେ ଖପ୍ରାଖୋଲ ବ୍ଲକ ମାଲପଡ଼ା ଗଁାର ଗୁଞ୍ଜ ବିଶିକର ପରିବାର କହେଲେ  ଦୁଇ ଝି’ ଆର ଗୁଟେ ବଲି ପୁଓକେ ନେଇ ତାକର ସଁସାର। ଆପ୍‌ନେ ଗଣ୍ଡା ବିଶି ଆଏଜ୍‌କେ ୫୦ ବଛର ତଲୁ ଆରପାରକେ ଚାଲିଯାଇଛନ୍‌। ବଡ଼ଖା ଝି’ କୈକେୟା ବିହାଚୁରା ହେଇ ନିଜର ଘର ସଁସାର କରି ରହୁଛନ୍‌। ପୁଓ ରାନୁ ବିଶି ବି ନିଜର କୁଟୁମବାଟୁମ ଧରି ରହୁଛନ୍‌। ଏନ୍‌ତାଥି ଗୁଞ୍ଜ ମା’ ତାକର ସାନ ଝି’ ସୂତୟା ପାସେ ରହୁଛନ୍‌। ଗୁଞ୍ଜ ମା’ ବହୁତ ବଛର ତଲେ ପାଟଣାଗଡ଼ରେ ୧୫ ଦିନ୍‌ ଲାଗି କଣ୍ଟ୍ରିଧାଇ ତାଲିମ ନେଇ ଅଂଚଲରେ ସୁଆସ୍‌ତିଅ ସେବା ଯୁଗେଇ ଆସୁଥିଲେ। ସେ ଅଂଚଲର ଅନେକ ଗରଭବତୀ ମହିଲାକୁଁ ସଫଲତାର ସହିତ ପିଲାତି କରିଛନ୍‌। ବନେ ବଛରକେତେ କଣ୍ଟ୍ରିଧାଇ କାମ କଲା ଉତାରୁ ମାସିକ ୨୦ ଟଁକା ଦରମାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦୁଆରା ପରିଚାଲିତ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରରେ ସାହାଯ୍‌ କାରନୀ ହିସାବେ ଯୋଗ ଦେଇଥିଲେ। ସେଠାନେ ୩୫ ବଛରୁ ଅଧ୍‌କା ଗଁାର ଛୁଆପୁତା ଆର ଗରଭବତୀ ମହିଲାକୁଁ ସେବା ଯୁଗେଇ ଆସୁଥିଲେ। ହେଲେ ବଏସ୍‌ ଅଧ୍‌କା ହେଲାରୁ ଚାକରି ଛାଡ଼ି ସେ କାମଟା ନିଜର ସାନ ଝି’ ସୂତୟାକେ ସମରପି ଦେଲେ। ଏହେଦେ ବଏସର ଶେଷ ମୁଡ଼ସାକେ ପୁହୁଁଚିଥିଲେ ବି ସେ ବେଶ୍‌ ଚଲଚଁଚଲ, ସବୁବେଲେ ଉଦାର ମନ୍‌ଭାବ। ନିଜର ଗଁା ଆର ଆସର ପାସର ଗଁାଗଁଡ଼ାରେ ଡକା ଅଡକା ଲୁକ୍‌କର ସୁଖ୍‌ଦୁଖ୍‌ରେ ସାମିଲ ହେଇ ସେବା ଯୁଗଉଛନ୍‌। ଏନ୍‌ତା କି ଅଂଚଲରେ କେହେନ୍‌ସି ସରକାରୀ ବେସରକାରୀ କାଯ୍‌କରମ ହେଲେ ସେଠାନେ ବି ହାବ୍‌ଡ଼ି ପଡ଼ୁଛନ୍‌ ଆର ତାକର ଦୁଆରା ଯେନ୍‌ଟା ହେଉଛେ ସେ କରୁଛନ୍‌। ହେଲେ ଇ ସେବାର ଲାଗି ସେ କେଭେ କାହାରନୁ ଟଁକେ ଶୁକେ ଆଶ୍‌ ନାଇଁକରନ। ତାକର ଇ ସେବା ମନବୁରତି ଆର ଉଦାରବାଦି ଚିନ୍‌ତାଧାରାର ଲାଗି ଅଂଚଲରେ ସଭେ ଆଦର ସହକାରେ ଗୁଞ୍ଜ ମା’ ବିଲି ଡାକୁଛନ୍‌। ହେଲେ ଆଏଜ୍‌ ଇ ମହିଲା ଅଭାବ ଅନାଟନ ଲାଗି ଘରଖଁଡ଼େ ଅଭାବୁ ଗୁଟେ ଭଂଗା ଦଦ୍‌ରା ଖପର ଘରେ ପଲିଥିନ୍‌ ଢ଼ାପି ରହୁଛନ୍‌। ଘରେ କବାଟଟେ ବି ନଁାଇଁନ। ସରକାରୀ ସୁବିଧା କହେଲେ ସେ ମାସିକ ପାଉଥିବାର ୩୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା। ଅଭାବ ଅନାଟନ, ଦୁଖ୍‌ସୁଖ ଭିତରେ ସଁଥ୍‌ଲି ହେଉଥିଲେ ବି ଉଦାରବାଦି ଚିନ୍‌ତାଧାରାର ଗୁଞ୍ଜ ମା’ କାହାରି ଉପରେ କିଛି ଅଭିଯୋଗ ନାଇଁ କରବାର। ଆଏଜ୍‌ ବି ସବୁବେଲେ ତାହାକୁ ଲୁକ୍‌କର ସୁଖ୍‌ଦୁଖ୍‌ର ଚିନ୍‌ତା ଲାଗିଛେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri