ସେବା,ସମ୍ପତ୍ତି ଓ ଅପରାଧ

ପ୍ରଭାତ କୁମାର ଦାସ

ବର୍ତ୍ତମାନ ଦେଶର ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୬୩ କୋଟି ଟଙ୍କା। ଅର୍ଥାତ୍‌ ଦୁସ୍ଥ ଅସହାୟ ଜନତାଙ୍କ ସେବା କରିବା ପାଇଁ, ସଙ୍ଗିନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ସଗର୍ବେ ସଫଳ ହୋଇଥିବା ତଥାକଥିତ ସେବକମାନେ କୋଟି କୋଟି ଟଙ୍କାର ମାଲିକ। ଏସବୁ ସେମାନେ ରାଜନୈତିକ ସେବା କର୍ମକୁ ଆପଣାଇବା ପୂର୍ବରୁ ଉପାର୍ଜନ କରିଥିଲେ ନା ନିଜ ସେବାଧର୍ମର ପରିସୀମା ଭିତରେ କରିଛନ୍ତି,ତାହା ତଦନ୍ତ ସାପେକ୍ଷ। କିନ୍ତୁ ସେମାନଙ୍କର ଏଭଳି ଅହେତୁକ ସମ୍ପତ୍ତି ବୃଦ୍ଧିର କାରଣ ଖୋଜିବା ପାଇଁ ଦେଶର ଶାସନ ବ୍ୟବସ୍ଥା କେବେ ତତ୍ପରତା ପ୍ରକାଶ କରିନାହିଁ। ରାଜ କର୍ମଚାରୀ ବା ବ୍ୟବସାୟୀମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଯେପରି ତଦନ୍ତ ବା ବିଚାର ହୁଏ, ବିଧାୟକମାନଙ୍କ କ୍ଷେତ୍ରରେ ସେଭଳି କେବେ ଦେଖାଯାଇ ନାହିଁ। ଦେଶ ସାରା ଚରିଯିବା ପାଇଁ ରାଜନୈତିକ ଶୀର୍ଷାସନରେ ଥିବା ପ୍ରଭୁମାନଙ୍କର ଏକ ଅଲିଖିତ ନିର୍ଦ୍ଦେଶ ବା ନୀରବ ସମର୍ଥନ ସେମାନଙ୍କ ସପକ୍ଷରେ ଅଛି। ସେଥିପାଇଁ ତ ପ୍ରତି ସାଧାରଣ ନିର୍ବାଚନରେ ଜନତାଙ୍କ ସେବା କରିବା ପାଇଁ ପ୍ରଚଣ୍ଡ ପ୍ରତିଯୋଗିତା।
ଏହି କୁବ୍ୟବସ୍ଥାକୁ ଗଭୀର ଭାବରେ ହୃଦୟଙ୍ଗମକରି ଏବେ ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ଏକ ନୀରବ ଜନମତ ଗୁଞରିତ ହେଉଛି- ‘କୋଟିପତି ଓ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ସବୁ ରାଜନୈତିକ ଦଳ ପୁନଶ୍ଚ ଦଳର ଟିକେଟ ନ ଦିଅନ୍ତୁ’। କାରଣ ସେମାନେ କୌଣସି ଅର୍ଥରେ ବି ଗରିବ ଅସହାୟ,ସେବା ପ୍ରତୀକ୍ଷାରେ ଥିବା ଜନତାର ପ୍ରତିନିଧି ହେବାର ଯୋଗ୍ୟତା ରଖନ୍ତି ନାହିଁ। ଅଭାବୀ ମଣିଷର ଦୁଃଖକୁ ସେମାନେ କେବେ ଅନୁଭବ କରିପାରିବେ ନାହିଁ।
ଏହା ୨ ପ୍ରକାର ବୌଦ୍ଧିକ ପରୀକ୍ଷାର ସୁଯୋଗ ଆଣିପାରେ। ସେମାନେ ନିର୍ବାଚନ ଜିତିଲା ପରେ ନିଷ୍ଠାପର ଭାବେ ଜନତାର ସ୍ବଚ୍ଛ ନିର୍ମଳ ସେବା କରିବେ ନା ସେମାନଙ୍କ ପୂର୍ବ ସୁରୀଙ୍କ ଭଳି ଦେଶକୁ ଲୁଟି ନିଜ ସମ୍ପତ୍ତି ବୃଦ୍ଧିରେ ଲାଗିପଡ଼ିବେ? ଅନ୍ୟ ପରୀକ୍ଷାଟି ହେଲା,ରାଜନୀତିରେ ସେବା ପାଇଁ ପଟ୍ଟାପାଉତି କରିଥିବା କିଛି ନିର୍ଦ୍ଦିଷ୍ଟ ସ୍ବାର୍ଥସର୍ବସ୍ବ ପରିବାରଙ୍କ ପଞ୍ଝାରୁ ବିଧାନସଭା ଭଳି ଏକ ପବିତ୍ର ଗୃହକୁ ମୁକ୍ତକରି ଏକ ନୂଆ ଧାରାରେ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ, ସମଭାବାପନ୍ନ କରିବା। ସେବା ଗ୍ରହଣ କରୁଥିବା ଶ୍ରେଣୀ ଓ ସେବା ପ୍ରଦାନ କରୁଥିବା ଶ୍ରେଣୀ ଭିତରେ ଯେଉଁ ବିଶାଳ ଅର୍ଥନୈତିକ ବ୍ୟବଧାନ, ତାହା ରାଜନୈତିକ ସେବା ବ୍ୟବସ୍ଥା ଛଡ଼ା ଆଉ କୌଣସି ସେବା କ୍ଷେତ୍ରରେ ଦେଖାଯାଏ ନାହିଁ। ଏଥିପାଇଁ ବି ଏକ ସୁଷମ ଭାବନା ଓ ସୁଷମ ବଣ୍ଟନର ନୀତି ଲୋଡ଼ା।
ଆହୁରି ଅଧିକ ଏବେ ଦେଶରେ ୧୧୩୬ ଜଣ ବିଧାୟକଙ୍କ ନାମରେ ସାଂଘାତିକ ଆପରାଧିକ ମାମଲା ପଞୀକୃତ ହୋଇ ରହିଛି। ସେହି ମାମଲା ସବୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅମୀମାଂସିତ ହୋଇ ରହିବା ଲାଗି ଏକ ଅଦୃଶ୍ୟ ଚାପ ମଧ୍ୟ ରହିଛି। ସେହି ବିଧାୟକ ମାନେ ବି ଖାସ୍‌ ଏହି କୋଟିପତିମାନଙ୍କ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଗଣତାନ୍ତ୍ରିକ ପ୍ରତିନିଧିତ୍ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବାକୁ ହେଲେ ଓ ଆରୋପୀ ଅପରାଧୀ ବିଧାୟକ ମାନଙ୍କୁ ସନ୍ଦେହମୁକ୍ତ ଦେଖିବାକୁ ହେଲେ ଯଥାଶୀଘ୍ର ସେସବୁ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବାକୁ ହେବ; ତଦ୍ଦ୍ବାରା ନ୍ୟାୟ ପାଇଁ ଦୀର୍ଘଦିନ ଧରି ଅପେକ୍ଷାକରି ରହିଥିବା ସାଧାରଣ ପୀଡ଼ିତ ଜନତା ନ୍ୟାାୟର ସ୍ବାଦ ପାଇପାରିବେ। ଏହି ସ୍ପର୍ଶକାତର କାରଣ ପାଇଁ ଆପରାଧିକ ମାମଲାରେ ଜଡ଼ିତ ଥାଇ ବିଚାରକୁ ଅପେକ୍ଷା କରିଥିବା ବିଧାୟକମାନେ ଆଗାମୀ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ଉଚିତ ନୁହେଁ।
ବିଶେଷ ମତ ଯେ ଏହା କେବଳ ବିଧାୟକମାନଙ୍କ ପାଇଁ ପ୍ରଯୁଜ୍ୟ ସେକଥା ନୁହେଁ, ନିର୍ବାଚନ ପ୍ରତିଯୋଗିତାରେ ସଫଳ ହୋଇଥିବା ଏମ୍‌ପିମାନେ ବି ଏକାଭଳି ଏଥର ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ଉଚିତ ନୁହେଁ। ଆଶ୍ଚର୍ଯ୍ୟର କଥା , ଆମ ରାଜ୍ୟର ୪୪ ଶତାଂଶ ବିଧାୟକ, ସଂଖ୍ୟାରେ ୬୪ଜଣ କୋଟିପତି ଶ୍ରେଣୀର ଓ ବିଭିନ୍ନ ଆପରାଧିକ ମାମଲାରେ ବି ସମ୍ପୃକ୍ତ। ସେହି ଆପରାଧିକ ମାମଲାର ସୀମା ନାରୀ ନିର୍ଯାତନା,ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ପର୍ଯ୍ୟନ୍ତ ମଧ୍ୟ ପରିବ୍ୟାପ୍ତ। ଯଥାଶୀଘ୍ର ଏହାର ପରିସମାପ୍ତି ଲୋଡ଼ା।
ମୋ-୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri