ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ସଞ୍ଚାର ମନ୍ତ୍ରୀ ୟାୟା ସାଙ୍ଗ୍ରେ ଟୁଇଟ୍ କରି ଜଣାଇଛନ୍ତି। ମନେକା ଏବଂ ବୁର୍କିନା ଫାସୋରେ ଅଲକାଇଦା ଏବଂ ଦାଏଶ୍ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ବୁର୍କିନା ଫାସୋ ସୀମାରେ ୨ ଜଣ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୪୦ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।