Posted inଜାତୀୟ

ସୋନିଆ ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧ା୮(ପି.ଟି.): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶନିବାର ପୁଣିଥରେ ଦଳର ନେତୃତ୍ୱ ନେବାକୁ ଦାୟିତ୍ୱ ଦିଆଯାଇଛି। ସାରା ଦିନର କସରତ ପରେ ବିଳମ୍ବିତ ରାତିରେ ତାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଘୋଷଣା କରିଥିଲେ। ଫଳରେ ଦୀର୍ଘ ୭୭ ଦିନ ଧରି ଦଳରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ସାମୟିକ ଭାବେ ଟଳିଛି।
ଅଧ୍ୟକ୍ଷ ପଦରୁ ଇସ୍ତଫା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ସବୁ ନେତାଙ୍କ ଅନୁରୋଧକୁ ରାହୁଲ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଦେବା ପରେ ରାତିରେ ପୁଣିଥରେ ବୈଠକ ବସିଥିଲା। ଏଥିରେ ରାହୁଲଙ୍କ ଇସ୍ତଫା ଗୃହୀତ ହୋଇଥିଲା। ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ସୋନିଆ ଦଳର ଦାୟିତ୍ୱରେ ରହିବେ। ସିଡବ୍ଲ୍ୟୁସି ରାହୁଲଙ୍କ ଇସ୍ତଫା ଗ୍ରହଣ କରିବା ସହ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛି। ରାହୁଲଙ୍କ ମାର୍ଗଦର୍ଶନକୁ କଂଗ୍ରେସ ଗ୍ରହଣ କରି ସଂଗଠନକୁ ଆଗେଇନେବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବା ଦଳର ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା ସୂଚନା ଦେଇଛନ୍ତି।
ପୂର୍ବାହ୍ନ ୧୧ଟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅହମ୍ମଦ ପଟେଲ, ଏ.କେ. ଆଣ୍ଟୋନି, ଗୁଲାମ ନବୀ ଆଜାଦ, ପି. ଚିଦାମ୍ବରମ୍‌ ପ୍ରମୁଖ ଏଆଇସିସି ମୁଖ୍ୟାଳୟରେ ଏକାଠି ହୋଇ ନେତା ଚୟନ ନେଇ ଆଲୋଚନା କରିଥିଲେ। ସାରା ଦେଶର ଦଳୀୟ ନେତାମାନଙ୍କ ସହ ପରାମର୍ଶ ପାଇଁ ସିଡବ୍ଲ୍ୟୁସି ନିଷ୍ପତ୍ତି ନେବା ପରେ ବିଭିନ୍ନ ଅଞ୍ଚଳ ପାଇଁ ୫ଟି ଗ୍ରୁପ୍‌ ଗଠନ କରାଯାଇଥିଲା। ଉକ୍ତ ଗ୍ରୁପ୍‌ଗୁଡିକୁ ଭିନ୍ନ ଭିନ୍ନ ଅଞ୍ଚଳର ରାଜ୍ୟ କଂଗ୍ରେସ ମୁଖ୍ୟ, ଏମ୍‌ପି ଓ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ କୁହାଯାଇଥିଲା। ପରାମର୍ଶ ପ୍ରକ୍ରିୟାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପ୍ରମୁଖ ସାମିଲ ହୋଇଥିଲେ। ୫ଟି ସବ୍‌ କମିଟି ଦେଇଥିବା ରିପୋର୍ଟ ଉପରେ ରାତିରେ ଆଲୋଚନା ହୋଇଥିଲା। ଯଦି ରାହୁଲ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ତେବେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଉ ଓ ସେ ନିର୍ବାଚନ ପ୍ରକ୍ରିୟାର ତଦାରଖ କରନ୍ତୁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ରାତି ୧୧ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ କଂଗ୍ରସର ପରାଜୟ ପରେ ମେ’ ମାସରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ୨ ମାସ

ପର୍ଯ୍ୟନ୍ତ ଦଳ ତାଙ୍କ ଉପରେ ଚାପ ପକାଇଥିଲେ ହେଁ ସେ ତାହା ଗ୍ରହଣ କରି ନ ଥିଲେ। ଦଳର ପରାଜୟ ପାଇଁ ସେ ନୈତିକ ଦୃଷ୍ଟିରୁ ନିଜକୁ ଦାୟୀ କରି ନେତୃତ୍ୱ ପରିବର୍ତ୍ତନ ଚାହିଁଥିଲେ। ଫଳରେ ନୂଆ ନେତୃତ୍ୱ ଚୟନ ପାଇଁ ଶନିବାର ସିଡବ୍ଲ୍ୟୁସି ବୈଠକ ବସିଥିଲା। ବୈଠକରେ ନେତୃତ୍ୱକୁ ନେଇ ଦୀର୍ଘସମୟ ଆଲୋଚନା ହୋଇଥିଲା। ସୋନିଆ ଓ ରାହୁଲ ଆଲୋଚନା ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ଦିନବେଳା କୌଣସି ନିଷ୍ପତ୍ତି ହୋଇ ନ ପାରିବାରୁ ରାତିରେ ପୁଣି ଥରେ ବୈଠକ ବସିଥିଲା ଓ ସେଥିରେ ସୋନିଆ ଓ ରାହୁଲ ଯୋଗଦେଇଥିଲେ।
ସୋନିଆ ୧୯୯୭ରେ କଂଗ୍ରେସରେ ଯୋଗଦେଇଥିଲେ ଏବଂ ୧୯୯୮ରୁ ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ୨୦୦୪ ଓ ୨୦୦୯ ଲୋକ ସଭା ନିର୍ବାଚନ ଜିତି ସହଯୋଗୀ ଦଳଗୁଡିକର ସମର୍ଥନରେ ସରକାର ଗଢ଼ିଥିଲା। ସ୍ବାସ୍ଥ୍ୟଗତ କାରଣରୁ ୨୦୧୭ରେ ସୋନିଆ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ରାହୁଲଙ୍କୁ ଦଳର ନେତୃତ୍ୱ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri