ସୋନ ଡ୍ୟାମ୍‌ରୁ ନିଖୋଜ ଦମ୍ପତିଙ୍କ ମୃତଦେହ ଉଦ୍ଧାର: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଜଣେ ଅଭିଯୁକ୍ତ ଗିରଫ

କପ୍ତିପଦା,୯ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧିନ ମଝିଗଡିଆ ପଞ୍ଚାୟତ ଭେଜଡ଼ିହା ଗ୍ରାମର ଏକ ଦମ୍ପତି ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସେମାନଙ୍କ ମୃତଦେହ ସୋନ ଡ୍ୟାମର ଗଭୀର ପାଣିରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଲେ ସୀତାରାମ ସିଂ(୬୨) ଓ ତାଙ୍କ ସ୍ତ୍ରୀ ଲେତ(୫୫)। ଦୁଇ ଦିନ ଧରି କପ୍ତିପଦା ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ। ବୁଧବାର ବାଲେଶ୍ୱରୁ ଏକ ଓଡ୍ରାଫ୍‌ ଟିମ୍‌ ମଧ୍ୟ ଆସି ଏଥିରେ ସାମିଲ ହୋଇଥିଲେ। ମାତ୍ର ୨ଦିନରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିବାରୁ ମୃତଦେହ ସମ୍ପୂର୍ଣ୍ଣ ପଚି ଗଭୀର ଜଳରେ ଭାସୁଥିବା ବେଳେ ଉଭୟ ବାହିନୀ ଶବକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉକ୍ତ ଘଟଣା ସମ୍ପର୍କରେ ମୃତ ଦମ୍ପତିଙ୍କ ଝିଅ ସୀମା ସିଂଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା(ନମ୍ବର-୧୨୯/୧୯)ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ଜଡିତ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇଛ। ମାତ୍ର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି। ଅଭିଯୁକ୍ତ ମାନେ ହେଲେ ଉକ୍ତ ପଞ୍ଚାୟତ ମହୁଲପଙ୍ଖା ଗ୍ରାମର ଲାଗୁ ହୋ(୨୪) ଓ ଦିବାକର ଦାଙ୍ଗଲୀ(୨୪)। ଲାଗୁ ଗିରଫ ହୋଇଥିବା ବେଳେ ଦିବାକର ଫେରାର ଅଛନ୍ତି ା ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରୀ ରଖିଛି।

ପ୍ରକାଶଯୋଗ୍ୟ, ଗତ ୩୧ ଅଗଷ୍ଟରେ ଏହି ପରିବାରର ସମସ୍ତ ସଦସ୍ୟଙ୍କ ସମେତ ସମୁଦି ବାରିପଦା ସଦର ଥାନା କରତବସା ଗ୍ରାମର ଗୁରୁଭା ସିଂଙ୍କୁ ମଧ୍ୟ କେତେକ ଗ୍ରାମବାସୀ ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତ୍ରକ ଆକ୍ରମଣ କରିଥିଲେ। ଏପରିକି ମୃତ ଲେତଙ୍କୁ ଗୋଟିଏ ଗଛରେ ବାନ୍ଧିଦେଇ ମାଡ଼ ମାରିଥିଲେ। ଗ୍ରାମବାସୀଙ୍କ ଆକ୍ରମଣରେ ଗୁରୁଭା ଏବଂ ଲେତ ଗୁରୁତର ଆହତ ହୋଇଥିଲେ। ଗ୍ରାମରକ୍ଷୀଙ୍କ ପାଖରୁ ଖବର ପାଇ କପ୍ତିପଦା ଆଇଆଇସି ରୀନା ବେହେରା ଏବଂ ପୁଲିସ ବାହିନୀ ଘଟଣାସ୍ଥଳରେ ପହଂଚି ଗୁରୁତର ଗୁରୁଭା ଏବଂ ଲେତଙ୍କୁ ପ୍ରଥମେ କପ୍ତିପଦା ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଉଦଳା ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏ ସଂପର୍କରେ କପ୍ତିପଦା ଥାନାରେ କେସ୍‌ ନଂ ୯୩/୧୯ରେ ଏକ ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri