ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ ଆରମ୍ଭ କରିବ ଆଇଆଇଏମ୍‌ ସମ୍ବଲପୁର, ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ) – ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ୍‌) ସମ୍ବଲପୁର ଆସନ୍ତା ଶିକ୍ଷାବର୍ଷରୁ ବିଭିନ୍ନ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିମଧ୍ୟରେ ରହିଛି ୯ ମାସିଆ ସୋସିଆଲ ଇନୋଭେଶନ ପ୍ରୋଜେକ୍ଟ। ଏମ୍‌ବିଏ ଛାତ୍ରୀଛାତ୍ରଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ଏହି ଶିକ୍ଷା ପ୍ରୋଜେକ୍ଟରେ ଛାତ୍ରୀଛାତ୍ରମାନେ ସପ୍ତାହରେ ଗୋଟିଏ ଦିନ ବିଭିନ୍ନ ବସ୍ତି, ଆଦିବାସୀ ଅଞ୍ଚଳ, ସରକାରୀ ସ୍କୁଲକୁ ଯିବେ। ସେଠାରେ ପ୍ରଥମ ୩ମାସ ସମସ୍ୟା ଅନୁଧ୍ୟାନ କରିବେ, ପରବର୍ତ୍ତୀ ୩ମାସ ସମସ୍ୟାର ସମାଧାନ ନେଇ ପ୍ରୋଜେକ୍ଟ ତିଆରି କରିବେ ଓ ଶେଷ ୩ମାସ ସେହି ପ୍ରୋଜେକ୍ଟକୁ ସେଠାରେ କାର୍ଯ୍ୟକାରୀ କରିବା ସହ ଫଳାଫଳ ସଂକ୍ରାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ଏହାପରେ ସେମାନଙ୍କୁ ଏକ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ ରହିବ। ଏହି ପ୍ରୋଜେକ୍ଟ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ ବୋଲି ସମ୍ବଲପୁର ଆଇଆଇଏମ୍‌ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ କହିଛନ୍ତି।

ଶନିବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ଏ ସମ୍ପର୍କରେ ସୂଚନା ଦେଇ ଜୈସଓ୍ବାଲ କହିଛନ୍ତି, ବର୍ତ୍ତମାନ ଏମ୍‌ବିଏରେ ୧୨୦ ସିଟ୍‌ ରହିଥିବାବେଳେ ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ୧୮୦କୁ ବୃଦ୍ଧି କରାଯିବ। ସେହିଭଳି ପିଏଚ୍‌ଡି ପାଇଁ ୫ ସିଟ୍‌ ଥିବାବେଳେ ଆସନ୍ତା ବର୍ଷରୁ ଏକ୍‌ଜିକ୍ୟୁଟିଭ୍‌ ପିଏଚ୍‌ଡି ପାଇଁ ୫ସିଟ୍‌ କରାଯିବ। ସେହିପରି ଭୁବନେଶ୍ୱରରେ ଏକ ଇନ୍‌କ୍ୟୁବେସନ ସେଣ୍ଟର ହେବ। ଯୁବ ଡାକ୍ତର, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ତଥା ଯେଉଁମାନେ ଚାକିରି’ଖୋଜୁଛନ୍ତି ସେମାନଙ୍କ ପାଇଁ ଏହି ସେଣ୍ଟରରେ ନୂତନ ଷ୍ଟାର୍ଟଅପ୍‌ ପାଇଁ ସହାୟତା ମିଳିବ। ଏଥିପାଇଁ ଏମ୍‌ଏସ୍‌ଏମ୍‌ଇ ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ଓଡ଼ିଶାର ହସ୍ତକଳାର ମଧ୍ୟ ପ୍ରଚାର ପ୍ରସାର ପାଇଁ ଆଇଆଇଏମ୍‌ ଯୋଜନା କରିଛି। ହସ୍ତଶିଳ୍ପୀମାନେ ବଜାର ସହିତ ସିଧାସଳଖ ଜଡ଼ିତ ହୋଇପାରୁ ନ ଥିବାରୁ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି। ତେଣୁ ଆଇଆଇଏମ୍‌ ସମ୍ବଲପୁର ଏକ ଡିଜିଟାଲ ବିଜିନେସ୍‌ ମଡେଲ କରିବାକୁ ଯାଉଛି। ଏଥିପାଇଁ ଆଇଆଇଏମ୍‌ ସମ୍ବଲପୁରରେ ଏକ ସେଣ୍ଟର କରାଯିବ। ହସ୍ତଶିଳ୍ପ କାରିଗରଙ୍କୁ କୌଣସି ପାଠପଢ଼ା ଯିବ ନାହିଁ। ସେଣ୍ଟରରେ ସେମାନଙ୍କୁ ମାର୍କେଟିଂ କିପରି କରାଯାଏ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ। ଏହାକୁ ଆଇଆଇଏମ୍‌ ସମ୍ବଲପୁରର ଫାକଲ୍‌ଟି ଓ ଛାତ୍ରୀଛାତ୍ରମାନେ ପରିଚାଳିତ କରିବେ ବୋଲି ପ୍ରଫେସର ଜୈସୱାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

ନଭେମ୍ବର ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ, ଉଚ୍ଚ ପଦାଧିକାରୀ, ଜିଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୧୩।୧୧: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ...

ଓଡ଼ିଶାର ସବୁ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ୱର,୧୩।୧୧: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ( Inter Ministerial Committee )...

ରାଜ୍ୟ କ୍ୟାବିନେଟ୍‌ରେ ୮ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଏଥିରେ ରହିଛି…

ଭୁବନେଶ୍ୱର,୧୩ା୧୧: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ଲୋକଙ୍କୁ ଫେରାଯିବ ବେଦାନ୍ତ ଜମି, ସରକାର ଏନେଇ…

ଭୁବନେଶ୍ୱର,୧୩ା୧୧: ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବେଦାନ୍ତ କମ୍ପାନୀ ନେଇଥିବା ଜମି ଲୋକଙ୍କୁ ଫେରସ୍ତ କରାଯିବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ...

ନିଯୁକ୍ତି ପରୀକ୍ଷାକୁ ନେଇ ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଅନିୟମିତତା କଲେ ଦୋଷୀଙ୍କୁ ମିଳିବ…

ଭୁବନେଶ୍ୱର,୧୩ା୧୧: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଜାନୁଆରୀ ମାସରେ ଦିଆଯିବ ନୂଆ ରାସନ କାର୍ଡ; ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୧୩।୧୧: ଆସନ୍ତା ବର୍ଷ ଜାନୁଆରୀ ଲୋକମାନଙ୍କୁ ମିଳିବ ନୂଆ ରାସନ କାର୍ଡ। ବୁଧବାର ଏନେଇ ସୂଚନ ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ...

ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ, ମିଳିଲା ଅନୁମତି

ଭୁବନେଶ୍ୱର,୧୩।୧୧: ଏଣିକି ମନ୍ତ୍ରୀମାନେ ସରକାରୀ କାର୍ଯ୍ୟ ପାଇଁ ବିମାନରେ ଯାତ୍ରା କରିପାରିବେ। ବୁଧବାର ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଅନୁମତି ମିଳିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri