Posted inଜାତୀୟ

ସୋସିଆଲ ମିଡିଆରେ ଆଧାର ସଂଯୋଗ: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୦: ସୋସିଆଲ ମିଡିଆ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ଲାଗି ହୋଇଥିବା ଏକ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସବୁ ମାମଲା ସର୍ବୋଚ୍ଚ ଅଦାଲତକୁ ଆସିବା ଆବଶ୍ୟକ ନାହଁ। ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟଙ୍କ ବିଚାରାଧୀନ ଥିବାରୁ ସେଠାକୁ ଯିବା ଲାଗି ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଅଦାଲତ କହିଥିଲେ।
ସୋସିଆଲ ମିଡିଆରେ ମିଥ୍ୟା ଓ ପଇସାଦିଆ ଖବର ଛପାଯାଉଥିବାରୁ ଏହାକୁ ରୋକିବା ଲାଗି ଉପାଧ୍ୟାୟ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ନକଲି ଓ ଜାଲ୍‌ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଆବେଦନକାରୀ ଅଦାଲତଙ୍କୁ ଅନୁରୋଧ କରିଥିଲେ। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ପେଡ୍‌ ନ୍ୟୁଜ୍‌ (ଟଙ୍କା ଦେଇ ପ୍ରସାରଣ କରାଯାଉଥିବା ଖବର) ଏବଂ ରାଜନୈତିକ ବିଜ୍ଞାପନ ଛପାକୁ ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ ଭାବେ ଘୋଷଣା କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମଧ୍ୟ ଆବେଦନକାରୀ ନିବେଦନ କରିଥିଲେ।
ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଭାଜପା ନେତା ଉପାଧ୍ୟାୟ ତାଙ୍କ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି। ପୂର୍ବରୁ ଫେସବୁକ୍‌ ପକ୍ଷରୁ ଦାଏର ପିଟିଶନ ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିସାରିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ସଂଯୋଗ ସମ୍ପର୍କିତ କେତେକ ମାମଲା ମାଡ୍ରାସ, ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟଗୁଡିକରେ ବିଚାରାଧୀନ ଥିଲାବେଳେ ସେଗୁଡିକୁ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର ଲାଗି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ଆବେଦନ କରିଥିଲେ। ଉପାଧ୍ୟାୟ ତାଙ୍କ ଆବେଦନରେ ଫେସ୍‌ବୁକ୍‌ ଓ ଟୁଇଟରରେ ସାମିଲ ଥିବା ବ୍ୟକ୍ତି ସେମାନଙ୍କ ବିବରଣୀ ସାମିଲ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରିଥିଲେ। ଏଥିସହିତ ମିଥ୍ୟା ଓ ପେଡ୍‌ ନ୍ୟୁଜ୍‌ ରୋକିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଲାଗି ନିର୍ବାଚନ କମିଶନ ଓ ଭାରତର ପ୍ରେସ୍‌ କାଉନସିଲଙ୍କୁ ନିର୍ଦ୍ଦେଶ ଦେବା ଲାଗି ପିଟିଶନରେ ଅନୁରୋଧ କରାଯାଇଥିଲା।
୩.୫ କୋଟି ଟୁଇଟର ହ୍ୟାଣ୍ଡଲ ମଧ୍ୟରୁ ୧୦ ପ୍ରତିଶତ ନକଲି। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶତାଧିକ ଖ୍ୟାତନାମା ବ୍ୟକ୍ତିଙ୍କ ନାଁରେ ଜାଲ୍‌ ଟୁଇଟର୍‌ ଆକାଉଣ୍ଟ ଥିତ୍ବା ପିଟିଶନ୍‌ରେ ଦାବି କରାଯାଇଥିଲା। ସେହିପରି ଲକ୍ଷ ଲକ୍ଷ ଫେସ୍‌ବୁକ୍‌ ଆକାଉଣ୍ଟ ନକଲି ବୋଲି ଅଭିଯୋଗ ହୋଇଛି। ଉକ୍ତ ଜାଲ୍‌ ଆକାଉଣ୍ଟରେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଫଟୋ ବ୍ୟବହାର କରାଯାଇ ଏହାକୁ ଜାତିବାଦ, ସାମ୍ପ୍ରଦାୟିକତାବାଦ ଓ ବିଚ୍ଛିନ୍ନତାବାଦର ପ୍ରସାରଣ ଲାଗି ବ୍ୟବହାର କରାଯାଉଛି। ଏଭଳି କାର୍ଯ୍ୟ ଜାତୀୟ ସଂହତି ପାଇଁ ବିପଦ ସୃଷ୍ଟି କରିବା ସହ ଅଧିକାଂଶ ଦଙ୍ଗାର ମୂଳ କାରଣ ସାଜିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଠିକ୍‌ ତଥ୍ୟ ଭୋଟରମାନଙ୍କ ଲାଗି ଜରୁରୀ ହୋଇଥିଲା ହୋଇଥିଲାବେଳେ ଭୁଲ୍‌ ତଥ୍ୟ ସୋସିଆଲ ମିଡିଆରେ ଛାଡ଼ି ସେମାନଙ୍କୁ ବିଭ୍ରାନ୍ତ କରାଯାଉଥିବା ଭାଜପା ନେତା ପିଟିଶନରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଦା ନୀଳ ରଙ୍ଗର ପଗଡ଼ି କାହିଁକି ପିନ୍ଧୁଥିଲେ ମନମୋହନ ସିଂ? ନିଜେ କହିଥିଲେ କାରଣ…

ନୂଆଦିଲ୍ଲୀ,୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି...

ନିଗମବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୭।୧୨: ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ସଂନ୍ଧ୍ୟାରେ ବିଗିଡ଼ିବା ଯୋଗୁ...

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୨୭।୧୨: ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ...

ମନମୋହନ ମୋର ବନ୍ଧୁ, ମାର୍ଗଦର୍ଶକ ଥିଲେ,ତାଙ୍କୁ ହରାଇବା ମୋର ବ୍ୟକ୍ତିଗତ କ୍ଷତି: ସୋନିଆ

ନୂଆଦିଲ୍ଲୀ,୨୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଶୁକ୍ରବାର ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏଥିରେ ଏକ ସଂକଳ୍ପ ପାରିତ...

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

ମନମୋହନଙ୍କ ସିଂଙ୍କ କ’ଣ ରହିଛି ୨୬ ତାରିଖର ଲିଙ୍କ୍‌, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୧୨: ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ଭୀଷ୍ମ ପିତାମହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। କେବଳ ଦେଶ ନୁହେଁ ସେ ଜଣେ ଭଲ ଅର୍ଥନୀତିଜ୍ଞ ଭାବେ...

‘ଅନ୍ତିମ ସଂସ୍କାର ସେହି ସ୍ଥାନରେ କର, ଯେଉଁଠି…’, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୧୨: ଶୁକ୍ରବାର କଂଗ୍ରେସ ମୁଖ୍ୟାଳୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସିପିପି ସଭାପତି ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳର ନେତା ତଥା ସାଂସଦ ରାହୁଲ...

ନେହେରୁଙ୍କ ଠାରୁ ବାଜପେୟୀ ଯାଏ…ମୃତ୍ୟୁ ପରେ ଏହି ପ୍ରଧାନମନ୍ତ୍ରୀଙ୍କ ଏତେଦିନ ଯାଏ ରଖାଯାଇଛି ମୃତଦେହ

ନୂଆଦିଲ୍ଲୀ,୨୭।୧୨: ଡିସେମ୍ବର ୨୬ ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ହୋଇଛି। ତାଙ୍କର ମୃତଦେହ ଡିସେମ୍ବର ୨୮ ଶନିବାର ଦିନ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri