ଲକ୍ଷ୍ନୌ,୧୧।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ସାମ୍ପ୍ରଦାୟିକ ହିଂସାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ହେଲେ କିଛି ବ୍ୟକ୍ତି ରାଜ୍ୟରେ ଶାନ୍ତି ଭଙ୍ଗ କରିବାକୁ ଯାଇ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହି ମାମଲାରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ପୋଲିସ ୩୪ଟି ମାମଲା ରୁଜୁ କରିଥିବା ବେଳେ ୭୭ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଦିନ ଭିତରେ ୮୨୭୫ପୋଷ୍ଟରୁ ପ୍ରାୟ ୪୫୬୩ ପୋଷ୍ଟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ସବୁ ପୋଷ୍ଟ ଫେସ୍ବୁକ୍, ଟୁଇଟର ଓ ୟୁ ଟ୍ୟୁବରେ କରାଯାଇଥିବା ଜଣାପଡ଼ିଛି।