ବିଞ୍ଝାରପୁର ,୩ା୬(ଡି.ଏନ୍.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଥିବା ଏକ ଡ୍ରେସ୍ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନର ପଛପଟେଥିବା ସ୍କାଏଲାଇଟ୍ ଭାଙ୍ଗି ଲୁଟେରାମାନେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ଚୋରିକରି ନେଇଥିବା ସୋମବାର ମାଲିକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କର କୌଣସି ସୁରାକ ପାଇ ପାରି ନ ଥିବା ଜଣାପଡିଛି। ପ୍ରକାଶ ଯେ, ଚିକଣା ଗ୍ରାମର ପ୍ରଶାନ୍ତ କବି ଦୁଇ ବର୍ଷ ହେବ ମଇଁନ୍ଦା ଛକରେ ନନ୍ଦିନୀ କଲେକସନ ନାମରେ ଡ୍ରେସ୍ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି। ସୋମବାର ସକାଳେ ଦୋକାନ ଖୋଲିବାକୁ ଆସିଥିବାବେଳେ ଲୁଟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ନେଇ ଥାନାରେ ଅଭିଯୋଗ କରିଥିଲେ।