ସ୍ତ୍ରୀଙ୍କୁ ପିଟି ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ :୪ ଶିଶୁ ଏବେ ଅସହାୟ

ବଡବିଲ, ୨୪।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦାମୁହଟିଂରେ ସୋମବାର ଦେବକୀ ନାମ୍ନୀ ଜଣେ ମହିଳାଙ୍କ ସହ ତାଙ୍କ ସ୍ବାମୀ କାଳିଆ ଗୋପଙ୍କ ମଧ୍ୟରେ କୌଣସି କାରଣ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ କାଳିଆ ଉତ୍‌କ୍ଷିପ୍ତ ହୋଇ ଏକ ଏକ ପ୍ଲାଷ୍ଟିକ ପାଇପ୍‌ରେ ସ୍ତ୍ରୀଙ୍କୁ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କାଳିଆଙ୍କୁ ଗିରଫ କରିଛି। ଦେବକୀଙ୍କ ମୃତ୍ୟୁ ଓ ତାଙ୍କ ସ୍ବାମୀ ଗିରଫ ହେବାପରେ ସେମାନଙ୍କ ୪ ଜଣ ସନ୍ତାନ ଅସହାୟ ହୋଇପଡିଛନ୍ତି।
ବଡବିଲ ଥାନା ଇନ୍ସପେକ୍ଟର ସୁଶାନ୍ତ ଦାଶ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପୋଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ କାଳିଆଙ୍କୁ କାବୁ କରିଛି। କେନ୍ଦୁଝରରୁ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି। ଏନେଇ ଥାନାରେ ଆଇପିସି ୩୦୨ ଦଫାରେ ଏକ ମାମଲା(ନଂ୧୮୪/୨୦୧୯) ରୁଜୁ କରାଯାଇଛି। ଅସହାୟ ହୋଇପଡ଼ିଥିବା ୪ ଶିଶୁଙ୍କୁ ଚାଇଲ୍ଡଲାଇନର ସହାୟତାରେ ଥାଇଥାନ ନିମନ୍ତେ ବ୍ୟବସ୍ଥା କରାଯିବ।
ଦେବକୀଙ୍କ ବଡ ଝିଅ ରିନୁ(୧୨) ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ ଗତ ୩ ବର୍ଷ ତଳେ ତାଙ୍କର ଗୋଡ ଭାଙ୍ଗିଯିବା ପରଠାରୁ ସେ ଆଉ ସ୍କୁଲ ଯାଇପାରୁ ନ ଥିଲେ। ତାଙ୍କ ସାନ ଭଉଣୀ ମିନୁ ମାମୁ ଘରେ ରହି ପାଠ ପଢୁଥିଲାବେଳେ ୩ ସାନ ଭାଇ ରବୀନ୍ଦ୍ର(୪), ବାଦଲ(୩) ଓ ଆକାଶ (୨) ଘରେ ରହୁଥିଲେ। ମା’ ବାପାଙ୍କ କଳି ସେମାନଙ୍କ ଜୀବନରେ ଦୁଃଖ ଆଣିଦେଇଛି ବୋଲି ରୀନୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର,୨୦।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri