ସ୍ପଷ୍ଟ କଲା କେନ୍ଦ୍ର: ମାଗଣାରେ ମିଳିବନି ବିଜୁଳି

ନୂଆଦିଲ୍ଲୀ,୧୭-୭: ରାଜନୈତିକ କାରଣରୁ ରାଜ୍ୟ ସରକାରଗୁଡ଼ିକ ଚାଷୀ, ଗରିବଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଉଛନ୍ତି। ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ରିହାତି ଚାହୁଁଛନ୍ତି। ଏଣିକି ସେ ସୁବିଧା ଆଉ ସେମାନଙ୍କୁ ମିଳିବ ନାହିଁ। ମାଗଣା ବିଜୁଳି କେହି ଦେଇପାରିବେ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ଚାହିଁଲେ ମାଗଣାରେ ବିଜୁଳି ଦେଇପାରନ୍ତି। ତେବେ ସେମାନଙ୍କୁ ନିଜ ବଜେଟରୁ ଏଥିପାଇଁ ଦେୟ ଭରଣା କରିବାକୁ ହେବ।
କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ ୨୦ତମ ବାର୍ଷିକ ପିଟିସି ଭାରତ ଦିବସର ଉତ୍ସବରେ ଯୋଗ ଦେଇ କହିଛନ୍ତି ଯେ, ଭାରତ ଏକ ନୂଆ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି। ଏହି ନୂଆ ବ୍ୟବସ୍ଥାରେ ବିଜୁଳି ଉପଭୋକ୍ତାଙ୍କୁ ପୂର୍ବରୁ ଦେୟ ପ୍ରଦାନ କରିବାକୁ ହେବ। ପରେ ସେମାନେ ବିଜୁଳି ବ୍ୟବହାର କରିପାରିବେ। ରାଜ୍ୟ ସରକାରଗୁଡ଼ିକ ସମାଜର କେତେକ ବର୍ଗଙ୍କୁ ନିଃଶୁଳ୍କରେ ବିଜୁଳି ଯୋଗାଇ ପାରିବେ। ତେବେ ସେମାନେ ବଜେଟରେ ଏଥିପାଇଁ ବ୍ୟବସ୍ଥା କରିବେ। ତାଙ୍କର କହିବାନୁଯାୟୀ, ଦେଶକୁ ଦେୟ ଓ ଯୋଗାଣ ମଧ୍ୟରେ ଏକ ସମନ୍ବୟ ସୃଷ୍ଟିକରିବାକୁ ହେବ। ଗ୍ରାହକ ପ୍ରଥମେ ଦେୟ ଦେବେ, ପରେ ତାଙ୍କୁ ବିଜୁଳି ମିଳିବ। ମାଗଣା ବିଜୁଳି ଭଳି କିଛି ବ୍ୟବସ୍ଥା ନାହିଁ। ନିବେଶ ବିନା ବିଜୁଳି ଉତ୍ପାଦନ ସମ୍ଭବ ନୁହେଁ। ଏଥିପାଇଁ ଅର୍ଥ ଜରୁରୀ। କାହାକୁ ନା କାହାକୁ ଏହା ଦେବାକୁ ହେବ। ଶକ୍ତି କେନ୍ଦ୍ର ଗୁଡ଼ିକ ବିଜୁଳି କ୍ରୟ ଚୁକ୍ତି ବିନା ହିଁ କୋଇଲା ପାଇପାରିବେ। କୋଇଲା ବ୍ୟବହାର କରି ଯେକୌଣସି କମ୍ପାନୀ ବିଜୁଳି ଉତ୍ପାଦନ ପାଇଁ ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରିପାରିବେ ବୋଲି ଶକ୍ତି ମନ୍ତ୍ରୀ ସିଂ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ବିଦ୍ୟୁତ ଯୋଗାଣକାରୀ କମ୍ପାନୀଙ୍କ ସହ ଦୀର୍ଘକାଳୀନ ଯୋଗାଣ ଚୁକ୍ତି ପରେ ହିଁ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡ଼ିକୁ କୋଇଲା ଯୋଗାଇ ଦିଆଯାଉଛି। ଏବେ ଏହି କାରଣରୁ ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ର କୋଇଲା ଅଭାବରେ ବନ୍ଦ ହେବାର ଦ୍ୱାରଦେଶରେ ପହଞ୍ଚତ୍ଛି। ସେ କହିଛନ୍ତି ଯେ, ଆଗାମୀ ଦିନରେ ଘରେ ଘରେ ସ୍ମାର୍ଟମିଟର ଲାଗିବ। ମୋବାଇଲ ରିଚାର୍ଜ ଭଳି ପୂର୍ବରୁ ଟଙ୍କା ଦେବା ପରେ ହିଁ ଘରକୁ ବିଜୁଳି ମିଳିବ। ୨୦୨୨ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାଙ୍କୁ ବିଲ୍‌ ପ୍ରଦାନ ପାଇଁ ଲାଇନ ଲଗାଇବାକୁ ପଡିବ ନାହିଁ। ବିଜୁଳି ଯୋଗାଣକାରୀ କମ୍ପାନୀଙ୍କୁ ବିଲ୍‌ ଦେବାକୁ ପଡିବ ନାହିଁ। କ୍ଷତି କମିବ ଏବଂ କମ୍ପାନୀଙ୍କ ଲାଭ ବଢ଼ିବ।
ସମସ୍ତଙ୍କୁ ୨୪ ଘଣ୍ଟିଆ ବିଜୁଳି
ଗ୍ରାହକ ଆଧାରିତ ଏକ ବିଜୁଳି ଯୋଗାଣ ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ। ସପ୍ତାହକୁ ୭ ଦିନ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ପାଇଁ ବ୍ୟବସ୍ଥା ହେବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ବିଦ୍ୟୁତ ଯୋଜନା(ଏନ୍‌ଇପି) ଅଧୀନରେ ବିଦ୍ୟୁତ ଉତ୍ପାଦନ ଓ ପରିବହନ ସେକ୍ଟରକୁ ନେଇ ଏକ ଯୋଜନା ପ୍ରସ୍ତୁତ ହେଉଛି। ଏଥିରେ ଗ୍ରାହକଙ୍କୁ କେନ୍ଦ୍ରବିନ୍ଦୁରେ ରଖି ଯୋଗାଣ ଯୋଜନାକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ ମଙ୍ଗଳବାର ଏହି ଯୋଜନାର ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତାବ ଦିଆଯାଇଛି। ସମସ୍ତ ଗ୍ରାହକଙ୍କ ଘରେ ଯେପରି ମିଟର ଲାଗିପାରିବ ସେ ଦିଗରେ ପଦକ୍ଷେପ ନିଆଯିବ। ଗ୍ରାହକଙ୍କୁ ଉତ୍ତମ ବିଜୁଳି ଯୋଗାଣ ପାଇଁ ଉଚ୍ଚ କାରିଗରୀ କୌଶଳ ବ୍ୟବହାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ

ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ୱାକାଥନ୍‌ ଜରିଆରେ ଜାଗରୁକତା ସୃଷ୍ଟି

ଭୁବନେଶ୍ୱର,୫।୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କଟକ ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩...

ନାଲ୍‌କୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲକୋ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪...

ବିଓଏମ୍‌ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ନିକଟରେ ଶେଷ ହୋଇଯାଇଛି। ଏପରିକି ୨୦୨୪...

ଦିନକରେ ୬ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୫।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଭୂ-ରାଜନୈତିକ ବାତାବରଣ ଯୋଗୁ ଭାରତୀୟ ପୁଞ୍ଜି ବଜାର ଓ ଷ୍ଟକ ମାର୍କେଟ କାରବାରରେ ଏକ ପ୍ରକାରର ବଡ ଧରଣର ପ୍ରଭାବ...

ନଭେମ୍ବର ୮ରୁ ‘ପଥ ପ୍ରଦର୍ଶକ ୨.୦’

ଭୁବନେଶ୍ୱର,୫।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କ୍ୟାରିୟର ମ୍ୟାପ୍‌ ପକ୍ଷରୁ ଚଳିତ ବର୍ଷ ନଭେମ୍ବର ୮ରୁ ଏକ ୨ଦିନିଆ ପ୍ରଦର୍ଶନୀ ‘ପଥ ପ୍ରଦର୍ଶକ...

ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ,୪।୧୧: ଆମେରିକୀୟ ଦୁର୍ବଳତାର ଫାଇଦା ନେଇ ଅନ୍ୟ ଏସୀୟ ବଜାର ଲାଭାନ୍ବିତ ହୋଇଥିବା ବେଳେ କ୍ଷତିର ସମ୍ମୁଖୀନ ହୋଇଛି ଭାରତୀୟ ଟଙ୍କା। ସ୍ଥାନୀୟ ଷ୍ଟକରୁ କ୍ରମାଗତ...

ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୧୧: ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଉତ୍ପାଦନକାରୀ ରାଷ୍ଟ୍ର(ଓପେକ ପ୍ଲସ)ଗୁଡିକ ନିଷ୍ପତ୍ତି ନେବା ପରେ ତେଲ ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri