ସ୍ପିଡ୍‌ ବ୍ରେକର

ଦ୍ୱିତୀ ଚନ୍ଦ୍ର ସାହୁ

 

ରାସ୍ତାରେ ଆପଣ ଯାଉଥିବେ। ହଠାତ୍‌ ଆପଣ ଛେଚିହେବେ ନିଜ ବସିବା ସ୍ଥାନରେ। ବିରକ୍ତି ହେବେ ପ୍ରଥମେ। ତା’ପରେ ଜାଣିବେ ରାସ୍ତାରେ ସ୍ପିଡ୍‌ ବ୍ରେକର ଥିଲା, ତେଣୁ ଡ୍ରାଇଭର ବ୍ରେକ୍‌ କଷିବାରୁ ଧକ୍କା ଖାଇବାକୁ ପଡ଼ିଲା। ଆପଣ ନିଜେ ଗାଡ଼ି ଚଲେଇ ଯାଉଛନ୍ତି। ବ୍ୟସ୍ତ ଭିତରେ ଥିବେ। ଅପ୍ରତ୍ୟାଶିତ ଭାବେ ଆଗରେ ଦେଖିବେ ସ୍ପିଡ୍‌ ବ୍ରେକର ଅଛି। ଗାଡ଼ିର ଗତି କମେଇବେ ତ ନିଶ୍ଚିତ, ତା’ସହିତ ନିଜେ ମନେ ମନେ ଦି’ଚାରି ପଦ ଶୋଧିବେ ରାସ୍ତା ତିଆରି କରିଥିବା ବିଚରା ଲୋକଟି ଉପରେ, ଯଦିଓ ଇଞ୍ଜିନିୟରଙ୍କ ନିର୍ଦ୍ଦେଶକ୍ରମେ ନିର୍ମାଣ ହୋଇଥିବ ସ୍ପିଡ୍‌ ବ୍ରେକର। ଗାଡ଼ିର ଗତି କମାଇବା ଲାଗି, ଟ୍ରାଫିକ୍‌ ସୁବ୍ୟବସ୍ଥିତ କରିବା ପାଇଁ, ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁର୍ଘଟଣା କମାଇବା ପାଇଁ ଅବା ଚାରିଛକରେ ମୁହାଁମୁହିଁ ଧକ୍କା ନ ହେବା ଭଳି ଅନେକ କାରଣ ହେତୁ ରାସ୍ତାରେ ନିର୍ଦ୍ଦିଷ୍ଟ ମାପ ଅନୁଯାୟୀ ସ୍ପିଡ୍‌ ବ୍ରେକର ଲାଗିଥାଏ। ଏହା ଅବଶ୍ୟ ଚାଳକ ତଥା ଯାତ୍ରୀଙ୍କ ପାଇଁ ଅସହ୍ୟ ହେଲେ ବି ସୁରକ୍ଷା ଯୋଗାଇଥାଏ। ଏସବୁ ସତ୍ତ୍ୱେ ଏଇ ସ୍ପିଡ୍‌ ବ୍ରେକର ଯୋଗୁ ବର୍ଷକୁ ହାରାହାରି ଦଶହଜାର ବେପରୁଆ ଚାଳକଙ୍କ ମୃତ୍ୟୁ ହେଉଥିବା ବି ଆକଳନ କରାଯାଇଛି। ଆଗରେ ସ୍ପିଡ୍‌ ବ୍ରେକର ଥିବା ସତ୍ତ୍ୱେ ଦ୍ରୁତଗତିରେ ଗାଡ଼ି ଚଲେଇବାର ଅଭ୍ୟାସ ହେତୁ ବାଡ଼େଇ ହୋଇ ଦୁର୍ଘଟଣା ଘଟେ। ଚାଲି ନ ଜାଣିଲେ ବାଟର ଦୋଷ ଭଳି ଅନେକ ସମୟରେ ରାସ୍ତାକୁ ଦୋଷ ଦେଉ। ଅଥଚ ନିଜ ଦୋଷ ପ୍ରତି ଅଣଦେଖା କରୁ।
ଜୀବନ ବି ଗୋଟେ ଲମ୍ବା ରାସ୍ତା। ଏହାକୁ ଛୋଟ କରିଦେଉ ଆମେ। ବ୍ୟସ୍ତତା ଓ କ୍ଷିପ୍ରଗତିରେ ଯିବାର ଆବେଗରେ ବେଳେବେଳେ ପହଞ୍ଚତ୍ବା ଅପେକ୍ଷା ଆଦୌ ନ ପହଞ୍ଚତ୍ବା ଭଳି ସ୍ଥିତି ସୃଷ୍ଟିକରୁ। ଜୀବନର ଏଇ ଅନୁଭବମୟ ଦୀର୍ଘରାସ୍ତା ବାସ୍ତବରେ ଖୁବ୍‌ ସୁନ୍ଦର। ଏଠି ନିଜେ ଚାଲି ହୁଏ ଏବଂ ଅନ୍ୟକୁ ଚଲାଇ ହୁଏ। ଏଠି ଶିଖି ହୁଏ ପୁଣି ଅନ୍ୟକୁ ଶିଖାଇ ହୁଏ। କିଏ କିଏ ଅନ୍ୟକୁ ଦେଖି ଶିଖି ବି ପାରନ୍ତି। ତଥାପି ଜୀବନ ପ୍ରତି ଆମର ଅଭିଯୋଗ ଅନେକ। ଜୀବନର ମହତ୍ତ୍ୱକୁ ନ ବୁଝି ଅନେକ ପରାମର୍ଶ ନିଜେ ଜୀବନକୁ ଦେଇପାରୁ। ଜୀବନ କିନ୍ତୁ ନିଜ ବାଟରେ ଚାଲେ। କେବେ କେବେ ବିନା ଡ୍ରାଇଭରରେ। ଆଉ କେବେ ଜୀବନଧାରଣ କରିଥିବା ବ୍ୟକ୍ତି ଚାଳକ ସାଜେ। ସୁବ୍ୟବସ୍ଥିତ ଭାବେ ଜୀବନ ଚାଲିବାକୁ ଚାହେଁ। ସେ ନିଜପଣରେ ଆଗକୁ ବଢ଼େ। ସେଇକ୍ରମରେ ଆମକୁ ଯିବାକୁ ହୁଏ। ଏଥିରେ ଆମର ବ୍ୟତିକ୍ରମ ବହୁତ। କିଏ ଧିମା ଯିବାକୁ ଇଚ୍ଛା କରେ ତ କିଏ ପୁଣି ଦୌଡ଼ି ଦୌଡ଼ି ପହଞ୍ଚତ୍ବାକୁ ଆଗ୍ରହ ଅଧିକ ରଖେ। ସଫଳତା ପ୍ରାପ୍ତିର ବିଭୋରପଣ ବସ୍ତୁତଃ ମଣିଷକୁ କ୍ଷିପ୍ର କରେ। ଆତୁରପଣ ଜୀବନର ଗତିପଥକୁ ବଢ଼େଇବାକୁ ଚାହେଁ। କେବେ କେବେ ବଳ ପ୍ରୟୋଗପୂର୍ବକ ଗତିକୁ ବଢ଼େଇଦିଏ। ସେତିକିବେଳେ ଧକ୍କା ଖାଇବାର ସମ୍ଭାବନା ଅଧିକ ଥାଏ। ଏଇ ଅନିୟନ୍ତ୍ରଣ ଆବେଗ ଓ ଦୌଡ଼ିବାର ନିଶା ମଣିଷକୁ ପଥଭ୍ରଷ୍ଟ କରାଏ। ଏସବୁକୁ ସୁଧାରିବାକୁ ଜୀବନରେ ସ୍ପିଡ୍‌ ବ୍ରେକରର ଆବଶ୍ୟକତା ଥାଏ। ରାସ୍ତାରେ ଥିବା ଭିନ୍ନ ଭିନ୍ନ କିସମର ସ୍ପିଡ୍‌ ବ୍ରେକର ଭଳି ବ୍ୟକ୍ତିଗତ ଜୀବନରେ ସ୍ପିଡ୍‌ ବ୍ରେକର ଭିନ୍ନ ଭିନ୍ନ ଢଙ୍ଗରେ ଉଭା ହୁଅନ୍ତି। ଆମ ଭିତରେ ଅଧିକ ଚଗଲାମି ବଢ଼ିଗଲେ କିମ୍ବା ବେଶି ସିଆଣିଆ ହୋଇ ଅଧିକ ଉତ୍ପାତ ହେଲେ ଆମ ମା’ବାପା, ଗୁରୁଜନ ସେଥିରୁ କ୍ଷାନ୍ତ ହେବାକୁ ପରାମର୍ଶ ଦିଅନ୍ତି। ସ୍ପିଡ୍‌ ବ୍ରେକର ଭଳି ନିଜ ଅନୁଭୂତିକୁ ପାଥେୟକରି ରୁଚିକର ପରାମର୍ଶ ଦିଅନ୍ତି। ସେସବୁକୁ ଅନେକ ସମୟରେ ଅଣଦେଖା କରି ଆଗକୁ ସେମିତି ବଢ଼ିବାକୁ ଆଗ୍ରହ ରଖୁ। ମୂଲ୍ୟହୀନ ପରାମର୍ଶ କୋଉ କାମକୁ ନୁହଁ ବୋଲି ବିଚାରବୋଧ କରିଦେଉ। ଗୁରୁଜନଙ୍କ ମହତ୍‌ ବାଣୀରୂପକ ନାଲି ସିଗ୍‌ନାଲକୁ ଭ୍ରୁକ୍ଷେପ ନ କରି ଥେଇ ଥେଇ ହେଲେ ବିପଦର ସମ୍ମୁଖୀନ ହେଉ। ତା’ପରେ ହିଁ ଗୁରୁଜନଙ୍କ କଥାର ଓଜନକୁ ବୁଝିପାରୁ।
ଆଜିକା ସମାଜରେ ଗୁରୁଜନଙ୍କ ପ୍ରତି ପରପିଢ଼ିଙ୍କ ହେୟ ମନୋଭାବ ଯୋଗୁ ଅକାରଣରେ ଜୀବନକୁ ଦୁଃଖମୟ ଆଡ଼କୁ ଟାଣିନେଉ। ଗୁରୁଜନ ସବୁବେଳେ ଆମ ପାଇଁ ସ୍ପିଡ୍‌ ବ୍ରେକର। ଉଚିତ୍‌ ସମୟରେ ସତର୍କ କରାଇ ଦିଅନ୍ତି ଆଗତ ବିପଦ ସମ୍ପର୍କରେ। ଜୀବନ ପୁଣି ଜଞ୍ଜାଳମୟ ଓ ସମସ୍ୟାବହୁଳ ବୋଲି ପ୍ରାୟତଃ ଅଭିଯୋଗ ଶୁଣିବାକୁ ମିଳେ। ଜୀବନ ରାସ୍ତାରେ ସମସ୍ୟା ହେଉଛି ସ୍ପିଡ୍‌ ବ୍ରେକର। ତାକୁ ଧୀରସ୍ଥିରରେ ପାରି କରିବାକୁ ହେବ। ଜୀବନ ରାସ୍ତାରେ ଆଗକୁ ବଢ଼ିବାକୁ ହେବ। ସମସ୍ୟା ମଣିଷକୁ ବ୍ୟତିବ୍ୟସ୍ତ କରାଏ ସତ, କିନ୍ତୁ ସମସ୍ୟା ମଣିଷକୁ ସଚେତନ କରାଇଦିଏ। ଜିଇବାକୁ ଏବଂ ବଢ଼ିବାକୁ ଉଚିତ୍‌ ଶିକ୍ଷା ଦିଏ। ବିପଦ ପୂର୍ବର ସୂଚନା ଭଳି ସ୍ପିଡ୍‌ ବ୍ରେକର ଜୀବନରେ ରହିଆସିଛି। ଧୋକା ଖାଇବା, ଠକି ହେବା, ବିପଦର ସମ୍ମୁଖୀନ ହେବା, ବିଫଳତା ଲଭିବା, ଦୁର୍ଘଟଣାର ଶିକାର ହେବା ଏସବୁ ଏକପ୍ରକାର ଜୀବନର ସ୍ପିଡ୍‌ ବ୍ରେକର ଜୀବନକୁ ବୁଝିବାକୁ ଓ ହେଜିବାକୁ ସୁଯୋଗ ଦିଏ। ସେଥିରୁ ଶିଖି ଆଗକୁ ବଢ଼ିଲେ ଜୀବନର ଗତିପଥ ବଦଳିଯାଏ। ଅନ୍ୟଥା ଜୀବନ ଦୁର୍ବିସହ ହୋଇପଡ଼େ।
ପରିବେଶ ଦିଗରେ ବି ମଣିଷକୁ ପ୍ରତି ମୁହୂର୍ତ୍ତରେ ପ୍ରକୃତି ସ୍ପିଡ୍‌ ବ୍ରେକର ଭଳି ଚେତାବନୀ ଦେଇଚାଲିଛି। କରୋନା ଭଳି ମହାବିପତ୍ତି ମାଡ଼ି ଆସି ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ବିଶ୍ୱତାପନ ଆମ ପରି ସ୍ଥାନ ପ୍ରତି ଚରମ ଆହ୍ବାନ ଭାବେ ଉଭା ହୋଇଛି। ଏସବୁରୁ ଅନେକ କଥା ବୁଝିବାର ବେଳ ମଣିଷ ନିକଟରେ ଆସି ପହଞ୍ଚତ୍ ସାରିଛି। ନିଜକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ଓ ବିକାଶକୁ ସାଥୀକରି ବଢ଼ିବାକୁ ହେବ। ପରିବେଶ ଓ ପ୍ରକୃତିର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ବିଭିନ୍ନ ସଂସ୍ଥା ସ୍ପିଡ୍‌ ବ୍ରେକର ସାଜିବା ଦରକାର। ବଦଳୁଥିବା ପରିବେଶକୁ ନେଇ ଲୋକଙ୍କୁ ସଚେତନ ଓ ଜାଗ୍ରତ କରାଇବା ଆବଶ୍ୟକ। ଓଡ଼ିଶାବାସୀ ତଥା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପ୍ରକୃତି ସୁରକ୍ଷା ଦିଗରେ ଅନେକ କାମ କରିବାର ଆବଶ୍ୟକତା ମନେହେଉଛି।
ମନୋବିଜ୍ଞାନ ଦୃଷ୍ଟିରୁ ମଣିଷ ସେତେବେଳ ଯାଏ ସଚେତନ ହୋଇ ନ ଥାଏ ଯେତେବେଳ ଯାଏ ତା’ ସାମ୍ନାରେ ଉତ୍‌ପ୍ରେରକଟିଏ ନ ଥାଏ। ଉତ୍‌ପ୍ରେରକକୁ ସାମ୍ନା କଲେ ମଣିଷର ସ୍ବାଭାବିକ କ୍ରିୟାରେ ପରିବର୍ତ୍ତନ ଆସିଯାଏ। ସେ ଜୀବନ ସମସ୍ୟା ହେଉ ଅବା ସ୍ପିଡ୍‌ ବ୍ରେକର ଜୀବନର ଉତ୍ତମ ଉତ୍‌ପ୍ରେରକ, ଏଇଠୁ ଜୀବନକୁ ସୁସଂହତ କରିବା ଆବଶ୍ୟକ। କିନ୍ତୁ ଭଙ୍ଗା ସ୍ପିଡ୍‌ ବ୍ରେକରର ଖାଲି ଅଂଶ ଦେଇ ଗାଡ଼ିକୁ ଦ୍ରୁତଗତିରେ ଚଲାଇବା ଭଳି ଜୀବନକୁ ସବୁବେଳେ ଫାଙ୍କ ଦେଇ ଆଗକୁ ବଢ଼େଇବାକୁ ଦିଆ ନ ଯାଉ। କିଏ କହିବ ଭଙ୍ଗା ସ୍ପିଡ୍‌ ବ୍ରେକରର ସେପଟେ ବଡ଼ ବିପଦ ଥିବ ଏବଂ ସେଇଠି ସବୁକିଛି ଶେଷ ହୋଇଯିବ। ଏଣିକି ବିଚାର ଆପଣଙ୍କର!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri