ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ ସ୍କୁଲରେ ଛୋଟପିଲାଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ପାଇଁ କେତେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍କୁଲର ଛାତ୍ରୀଛାତ୍ର ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି। ସେହିପରି ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ପରେ ନିଜେ ନିଜର ଖାଇବା ଥାଳି ମଧ୍ୟ ଛାତ୍ରୀଛାତ୍ରମାନେ ଧୋଇଥାନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ସ୍ବଚ୍ଛତା ସମ୍ପର୍କରେ ସଚେତନା ସୃଷ୍ଟି ଲାଗି ଏପରି କରାଯାଉଥିବା କୁହାଯାଉଛି। ଏହାର ଭିଡ଼ିଓ ଭାଇରାଲ ହେବା ପରେ ରାଜ୍ୟ ପ୍ରଶାସନ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜବାବ୍ ତଲବ୍ କରାଯାଇଥିଲା। ତେବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଏପରି କରାଯାଉଥିବା ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।