ସ୍ବଚ୍ଛ ଭାରତ ମିଶନ୍‌ ବାଟବଣା: ବ୍ୟକ୍ତିଗତ ନୁହେଁ ଗୋଷ୍ଠୀକୁ ଦେଉଛନ୍ତି ଗୁରୁତ୍ୱ

ନୟାଗଡ଼ ଅଫିସ/ନୂଆଗାଁ(ଡି.ଏନ.ଏ.),୧୯।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ(ଗ୍ରାମୀଣ)ଜରିଆରେ ପାଇଖାନା ନିର୍ମାଣ କାର୍ଯ୍ୟ ବାଟବଣା ହେଉଥିବା ଅଭିଯୋଗ ହେଉଛି। ନୂଆଗାଁ ବ୍ଲ୍ଳକରେ ମୋଟ ୨୫, ୯୬୩ ଜଣ ହିତାଧିକାରୀ ପାଇଖାନା ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ୨୨ ହଜାର ହିତାଧିକାରୀଙ୍କ ନିର୍ମାଣ ସରିଛି। ଅବଶିଷ୍ଟ ୩୯୬୩ ଜଣଙ୍କର ବର୍ତ୍ତମାନ ସୁଦ୍ଧା ପାଇଖାନା ନିର୍ମାଣ ହୋଇନାହିଁ। ୨ ଅକ୍ଟୋବର ୨୦୧୯ରେ ଏହି ଯୋଜନା ବନ୍ଦ ହେବାକୁ ଯାଉଥିବାରୁ ଏହାର ସୁଯୋଗରେ ବିଭାଗୀୟ ଅଧିକାରୀ ବାହାର ରାଜ୍ୟ ମଧ୍ୟପ୍ରଦେଶରୁ କିଛି ଠିକାଦାର ଆଣି କାମ କରାଉଛନ୍ତି। ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରାଇଲେ ତାଙ୍କୁ ବର୍ଷ ବର୍ଷ ଧରି ବିଲ୍‌ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିବା ବେଳେ ଠିକାଦାର କାର୍ଯ୍ୟ ଶେଷ ନ କରୁଣୁ ସେମାନଙ୍କୁ ଅନୁଦାନ ପ୍ରଦାନ କରାଯାଉଛି । ଯେଉଁ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିବେ ସେମାନଙ୍କୁ ସିଧାସଳଖ ଅନୁଦାନ ପ୍ରଦାନ ନ କରି କୌଣସି ଗ୍ରୁପ ନାମରେ ଟଙ୍କା ଦେଉଛନ୍ତି। ପରେ ବ୍ଲକ ପକ୍ଷରୁ ପାଇଖାନା ନିର୍ମାଣ କରିବା ଲାଗି ନିଯୁକ୍ତ ହୋଇଥିବା କର୍ମଚାରୀ (ମୋଟିଭେଟର) ପିସି ଆଦାୟ କରୁଥିବା ଅଭିଯୋଗ ହେଉଛି । ଫଳରେ ମିଶନ ବାଟବଣା ହେଉଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି। ଅଧିକ ଲାଭ ପାଇବା ଆଶାରେ ପାଇଖାନା ନିର୍ମାଣରେ ସମ୍ପୃକ୍ତ ଥିବା ଅଧିକାରୀ , କର୍ମଚାରୀ, ଠିକାଦାର ଏହିଭଳି ଅଭିନବ ଉପାୟ ଆପଣାଇଥିବା ଦେଖିବାକୁ ମିଳିଛି। ହିତାଧିକାରୀମାନେ ନିଜେ ପାଇଖାନା ନିର୍ମାଣ କରାଉଥିଲେ ମଧ୍ୟ ତାହାର ଅନୁଦାନ କୌଣସି ଗ୍ରୁପ ଆକାଉଣ୍ଟକୁ ପଠାଇ ହିତାଧିକାରୀଙ୍କୁ ଟଙ୍କା ଦେବା ବେଳେ ୧୨ ହଜାର ଟଙ୍କାରୁ ୯୦୦ ଟଙ୍କା କାଟି ନେଇ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯାଉଛି। ଏପରି ଘଟଣା ନୂଆଗାଁ ବ୍ଲକ ସିଙ୍ଗାରପଲି ପଞ୍ଚାୟତରେ ଦେଖିବାକୁ ମିଳିଛି।
ଭାରତ ମିଶନ (ଗ୍ରାମୀଣ) ଯୋଜନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଏ। ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବାର ୧୫ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବେ ଏବଂ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ଅନୁଦାନ ପଠାଇ ଦିଆଯାଏ । ନୂଆଗାଁ ବ୍ଲକରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ହିତାଧିକାରୀମାନେ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ କରିବାର ବର୍ଷେ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଅନୁଦାନ ପ୍ରଦାନ କରାଯାଉ ନାହିଁ ।
ଯେ, ପୂର୍ବରୁ ହିତାଧିକାରୀଙ୍କଠାରୁ ବିଲ୍‌ କରିଦେବା ପାଇଁ ୨ ହଜାର ଟଙ୍କା ଆଦାୟ କରାଯାଇଥିଲା, ଯାହାକି ଅଧିକାରୀ ଓ କର୍ମଚାରୀଙ୍କ ପିସି (ପର୍ସେଣ୍ଟେଜ) କାରବାରକୁ ପଦାରେ ପକାଇ ଦେଇଥିଲା । ତେଣୁ ହିତାଧିକାରୀଙ୍କଠାରୁ ପିସି ଆଦାୟ ସମ୍ଭବ ନ ହେବାରୁ କୌଣସି ହିତାଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ପାଇଖାନା ନିର୍ମାଣର ଅନୁଦାନ ଦିଆଗଲା ନାହଁି । ଫଳରେ ହିତାଧିକାରୀମାନେ ପାଇଖାନା ନିର୍ମାଣ କରିବାରୁ ମୁହଁ ଫେରାଇ ନେଇଥିଲେ। ସିଙ୍ଗାରପଲି ପଞ୍ଚାୟତର ଗଣେଶ୍ୱର ସାହୁ , ପ୍ରତାପ ବେହେରା, ଗୋଲାପ ବେହେରା, ଟୁକୁନା ଗୁରୁ ଆଦି ଅନେକ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରିଥିବା ବେଳେ ସେମାନଙ୍କ ନାମରେ ଅନୁଦାନ ଦିଆ ନ ଯାଇ ସେହି ଗ୍ରାମରେ ଥିବା ଏକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଏସ୍‌ଏଚ୍‌ଜି ଟଙ୍କା ଉଠାଇ ମୋଟିଭେଟରଙ୍କୁ ଦେବାରେ ସେ ପିସି ରଖି ହିତାଧିକାରୀଙ୍କୁ ଟଙ୍କା ଦେଇଥିଲେ । କିନ୍ତୁ ଏ ନେଇ ଅଭିଯୋଗ ତାଙ୍କ ନିକଟରେ ପହଞ୍ଚତ୍ିବାରୁ ସେ ପୁନର୍ବାର ଟଙ୍କା ନେଇ ହିତାଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଏ ନେଇ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କୁ ପଚାରିବାରେ ସେ କୁହନ୍ତି ଆମେ କୌଣସି ଗ୍ରୁପ୍‌କୁ ଦେଉନାହୁଁ। ଯଦି କେହି ଏହିଭଳି କରିଥିବ ତାହା ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri