Posted inରାଜ୍ୟ

ସ୍ବଚ୍ଛ ଭାରତ ମିଶନ ଯୋଜନାରୁ ବଞ୍ଚତ୍ତ କୁନ୍ତଳା

ନୟାଗଡ଼ ଅଫିସ,୨୦ା୬: ନୟାଗଡ଼ର ଅଧିକାଂଶ ସହରବାସୀଙ୍କ ପାଇଁ ରହିଛି ଚକଚକ୍‌ ମାର୍ବଲ ସାଙ୍ଗକୁ ଇଟାଲିଆନ୍‌ ପ୍ୟାନ୍‌ ଥିବା ପାଇଖାନା। କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁସାରେ ଯାହାର ପାଇଖାନା ନ ଥିବ ତାଙ୍କ ପାଇଁ ପାଇଖାନା ନିର୍ମାଣ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଅନେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ନୟାଗଡ଼ ପୌର ପରିଷଦର ୬ ନମ୍ବର ୱାର୍ଡ଼ ଚେକ୍‌ଗେଟ ଶଗଡ଼ିଆ ସାହିର କୁନ୍ତଳା ପଲେଇ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ। ସେ ଦୀର୍ଘବର୍ଷ ଧରି ଜରିପାଲକୁ ଏକାଠି କରି ତିଆରି କରିଛନ୍ତି ପାଇଖାନା। ବର୍ଷାଦିନେ ଏଥିଯୋଗୁ ସେ ବହୁ ହଇରାଣ ହରକତ ହୋଇଥାନ୍ତି। ସୂଚନାଯୋଗ୍ୟ, ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳ ପାଇଖାନା ପାଇଁ ୧୨ ହଜାର ଓ ସହରାଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ପାଇଁ ୮ ହଜାର ଟଙ୍କାର ଅନୁଦାନ ରହିଛି। ହେଲେ ଏ ବିଷୟରେ କେହି ଜଣାଇ ନାହାନ୍ତି ବୋଲି କୁନ୍ତଳା କହନ୍ତି। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ବାମୀ ଗୋବିନ୍ଦଙ୍କ ସହ ଏକ ଆଜବେଷ୍ଟସ୍‌ ଘରେ ରହୁଥିବାବେଳେ ୩ ପୁଅ ଅଲଗା ରହନ୍ତି। ଜାତୀୟ ରାଜପଥ ୫୭ ନଂ ରାସ୍ତା ପାର୍ଶ୍ୱରେ କୁନ୍ତଳାଙ୍କ ଘର। ତେବେ ତାଙ୍କର ଏହି ଭଙ୍ଗାଦଦରା ପାଇଖାନାଟି ପ୍ରତି କେମିତି କାହାର ନଜର ପଡ଼ିନି ତାହା ବିସ୍ମୟ ପାଲଟିଛି। ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲ ୮ ତାରିଖରେ ନୟାଗଡ଼ ସହରରକୁ ଖୋଲା ଶୌଚମୁକ୍ତ ସହର ଭାବେ ଘୋଷଣା କରାଯାଇଥିଲା। ନିୟମାନୁସାରେ ଯାହା ଘରେ ଲାଟିନ୍‌ ନାହିଁ ସେମାନଙ୍କୁ ପାଇଖାନା ନିମନ୍ତେ କାର୍ଯ୍ୟାଦେଶ ଦିଆଯିବ। ତେବେ କେଉଁ କାରଣରୁ କୁନ୍ତଳାଙ୍କୁ ପାଇଖାନା ଦିଆଯାଇନାହିଁ ତାହା ତଦନ୍ତସାପେକ୍ଷ ବୋଲି ଅନେକ କହନ୍ତି। କେତେକ କ୍ଷେତ୍ରରେ ପୁୁରୁଣା ଲାଟିନ୍‌ ପ୍ୟାନ୍‌କୁ ରଙ୍ଗ କରି ଅନେକ ହିତାଧିକାରୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶଯୋଗ୍ୟ, ନୟାଗଡ଼ ପୌର ପରିଷଦସ୍ଥ ୧୩ଟି ୱାର୍ଡ଼ରେ ୪୦୪୬ ପରିବାର ରହୁଛନ୍ତିି। ଏଥିରୁ ୮୦୦ ପରିବାରରେ ପାଇଖାନା ନ ଥିବା ସର୍ଭେରୁ ଜଣାପଡ଼ିବା ପରେ ୬୦୦ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ୨୦୦ ହିତାଧିକାରୀ ପରିବାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପରିଷଦର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର...

ମା’ ଲଙ୍କେଶ୍ୱରୀଙ୍କ ବିଜୟର ପର୍ବ ଖଣ୍ଡାବସା

ଖଣ୍ଡାବସାର ନାମକରଣ: ଜୁନାଗଡ଼ ସହର ବଙ୍ଗଳା ଛକ ନିକଟରେ ଦୀର୍ଘ ଦଶନ୍ଧି ଧରି କୁଳଦେବୀ ଭାବରେ ମା’ ଲଙ୍କେଶ୍ୱରୀ ପୂଜା ପାଇଆସୁଛନ୍ତି। ପୂର୍ବକାଳରେ ନାଗବଂଶୀୟ ରାଜାମାନେ...

ପୋଲିସ ମେଳି ପ୍ରସଙ୍ଗ, ଅଡୁଆରେ ଅଫିସର

ଭୁବନେଶ୍ୱର,୨୪ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନା ନିର୍ଯାତନା ଘଟଣାରେ ଏକପାଖିଆ ନିଷ୍ପତ୍ତି ନିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଉଠାଇ ଏହା ପ୍ରତିବାଦରେ ଗତ ୨୧ ତାରିଖ ଅପରାହ୍ନରେ...

ଫେରିଯିବ ମୌସୁମୀ, ଆଉ ୪ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର,୨୩ା୯(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା...

ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି

କୋଣାର୍କ,୨୪ା୯(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ବାଲି ତଳେ ବହୁ ପୁରାତନ ମୂର୍ତ୍ତି ପୋତି ହୋଇରହିଛି।  ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥା (ଏନ୍‌ଜିଆର୍‌ଆଇ)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri