ସ୍ବର୍ଗଦ୍ୱାର ବିଶୋଧନ ପ୍ରତି ନଜର ନାହିଁ

ପୁରୀ ଅଫିସ,୧୫ା୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୋଧିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପୁରୀ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର, ମନ୍ଦିର, ରାସ୍ତା ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ବିଶୋଧନ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ସବୁଠୁ ଅଧିକ ସମ୍ବେଦନ କୁହାଯାଉଥିବା ସ୍ବର୍ଗଦ୍ୱାରକୁ ବିଶୋଧନ କରାଯାଇନାହିଁ। ସେହିପରି ଉତ୍କଳ ବାଳାଶ୍ରମ ପରିସର କିମ୍ବା ଚତୁଃପାର୍ଶ୍ୱ ଅଞ୍ଚଳ ସାନିଟାଇଜ ହୋଇ ନ ଥିବା ଜଣାପଡ଼ିଛି।
ସ୍ବର୍ଗଦ୍ୱାର ପ୍ରତିଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ। ବିଶ୍ୱାସ ରହିଛି ଏଠାରେ ମୃତଦେହ ଦାହ କଲେ ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ପାଥେୟ କରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଦୈନିକ ପ୍ରାୟ ୬୦/୭୦ ମୃତଦେହ ଦାହ ପାଇଁ ଆସିଥାଏ। କରୋନା କଟକଣା ପରଠାରୁ ସ୍ବର୍ଗଦ୍ୱାରକୁ ମୃତଦେହ ସଂଖ୍ୟା କମିଛି। ତଥାପି ପ୍ରତିଦିନ ୮ରୁ ୧୦ ମୃତଦେହ ସତ୍କାର ପାଇଁ ଆସୁଛି। ତେବେ ବର୍ତ୍ତମାନ କରୋନାର ଭୟାବହତାକୁ ଦେଖିଲେ ସ୍ବର୍ଗଦ୍ୱାର ନିଶ୍ଚିତ ଏକ ସମ୍ବେଦନଶୀଳ ଅଞ୍ଚଳ। ସ୍ବର୍ଗଦ୍ୱାର ଏବଂ ଏହାର ଆଖାପାଖ ଅଞ୍ଚଳ ବିଶୋଧନ ହେବା ଜରୁରୀ। କିନ୍ତୁ ଏଥିପ୍ରତି କାହାର ନଜର ଥିବା ଭଳି ମନେ ହେଉନାହିଁ।
ବର୍ତ୍ତମାନ ସ୍ଥିତିକୁ ଦେଖିଲେ କୌଣସି ଲକ୍ଷଣ ନ ଥାଇ ବି ପରୀକ୍ଷା ପରେ ଲୋକଙ୍କଠାରେ କରୋନା ପଜିଟିଭ ବାହାରୁଛି । ତେଣୁ ସ୍ବର୍ଗଦ୍ୱାରକୁ ଆସିଥିବା ମୃତଦେହ ମଧ୍ୟରୁ କାହାଠାରେ କେଉଁ ରୋଗ ଏବଂ କି ପ୍ରକାର ଭୂତାଣୁ ଥିବ ତାହା କହିହେବ ନାହିଁ। ତେଣୁ ସ୍ବର୍ଗଦ୍ୱାର ଏବଂ ଏହାର ଆଖାପାଖ ଅଞ୍ଚଳକୁ ନିୟମିତ ବ୍ୟଧାନରେ ସାନିଟାଇଜ କରିବା ଦରକାର ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଛନ୍ତି। ଅନ୍ୟପକ୍ଷରେ କରୋନା ଭୂତାଣୁ ଯେପରି ସଂକ୍ରମଣ ନ ହେବ ସେଥିଲାଗି ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ଅଧିକ ନେବା ଦରକାର ବୋଲି କୁହାଯାଉଛି। ଏହି ଦୃଷ୍ଟିରୁ ଉତ୍କଳ ବାଳାଶ୍ରମ ପରିସର ଏବଂ ଏହାର ଚତୁଃପାର୍ଶ୍ୱ ଅଞ୍ଚଳ ଏ ପର୍ଯ୍ୟନ୍ତ ବିଶୋଧନ କରାଯାଇ ନ ଥିବା ଜଣାପଡିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଦରକାର ବୋଲି କୁହାଯାଉଛି ।
ଏ ସମ୍ପର୍କରେ ଜିଲା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ କହିଛନ୍ତି ପ୍ରଶାସନ ନିର୍ଦ୍ଦେଶ ପ୍ରକାରେ ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟ ଜାରି ରହିଛି। ସ୍ବର୍ଗଦ୍ୱାର ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ବିଶୋଧନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri