Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପ୍ରସଙ୍ଗ: ଏଥିକ୍ସ ଅଫିସରଙ୍କ ନିକଟରେ ହାଜର ହେବେ ଡ୍ରାଭିଡ

ନୂଆଦିଲ୍ଲୀ,୨୭ା୮(ପି.ଟି.)-ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ଅଭିଯୋଗରେ ଭାରତର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ ସେପ୍ଟେମ୍ବର ୨୬ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର ଡି.କେ. ଜୈନଙ୍କ ନିକଟରେ ହାଜର ହେବାକୁ ପଡ଼ିବ। ଡ୍ରାଭିଡ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ନିର୍ଦ୍ଦେଶକ ଅଛନ୍ତି। ଏହାଛଡ଼ା ସେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଇଣ୍ଡିଆନ ସିମେଣ୍ଟ୍ସର ଭାଇସ୍‌ ପ୍ରେସିଡେଣ୍ଟ ରହିଛନ୍ତି। ୪୬ବର୍ଷୀୟ ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ଏନ୍‌ସିଏର ମୁଖ୍ୟ ହେବା ପୂର୍ବରୁ ଭାରତ ଏ’ ଏବଂ ୧୯ବର୍ଷରୁ କମ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଥିଲେ। ଏନସିଏ ଦାୟିତ୍ୱ ବ୍ୟତୀତ ଉପରୋକ୍ତ ଦୁଇ ଦଳ ଉପରେ ତାଙ୍କର ନଜର ରହିବ। ଡ୍ରାଭିଡଙ୍କ ବିରୋଧରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ ଆଣିଛନ୍ତି। ଇଣ୍ଡିଆ ସିମେଣ୍ଟ୍ସର କର୍ମଚାରୀ ଏବଂ ଏନସିଏର ମୁଖ୍ୟ ମୁଖ୍ୟ ଭାବେ ଦୈତ ଭୂମିକା ପାଇଁ ଡ୍ରାଭିଡ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପରିସରକୁ ଆସୁଥିବା ସେ କହିଛନ୍ତି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜୈନଙ୍କ ନିର୍ଦ୍ଦେଶ ଅନୁସାରେ ଡ୍ରାଭିଡ ପୂର୍ବରୁ ଲିଖିତ ଭାବେ ତାଙ୍କ ଜବାବ ଉପସ୍ଥାପନ କରିସାରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ବିଧାନ ଅନୁସାରେ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ପଦବୀରେ ରହିପାରିବ ନାହିଁ। ବିସିସିଆଇ କର୍ମଚାରୀ ମୟଙ୍କ ପାରିଖଙ୍କ ବିରୋଧରେ ମଧ୍ୟ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆସିଛି। ତାଙ୍କୁ ମଧ୍ୟ ସମାନ ଦିବସରେ ବ୍ୟକ୍ତିଗତ ହାଜର ହେବାକୁ କୁହାଯାଇଛି। ପାରିଖ ବିସିସିଆଇ କ୍ରିକେଟ ଅପରେଶନ ଟିମ୍‌ର ଜଣେ ସଦସ୍ୟ ରହିଛନ୍ତି। ସେ ଆହୁରି ମଧ୍ୟ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ)ରେ ଭୋଟିଂ ଅଧିକାର ପାଇଥିବା ଏକାଧିକ କ୍ଲବ ସହିତ ସଂଶ୍ଳିଷ୍ଟ। ଖବର ଅନୁସାରେ ଡ୍ରାଭିଡ ତାଙ୍କ ଲିଖିତ ଜବାବରେ ଇଣ୍ଡିଆ ସିମେଣ୍ଟ୍ସ୍ସରୁ ସେ ଛୁଟି ନେଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତାଙ୍କର କିଛି କହିବାର ନାହିଁ ବୋଲି କହିଛନ୍ତି। ଡ୍ରାଭିଡଙ୍କ ଭଳି ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଇଥିବାରୁ ସୌରଭ ଗାଙ୍ଗୁଲି ଭଳି ମହାନ କ୍ରିକେଟର ଏବଂ ଭେଟେରାନ ସ୍ପିନର ହରଭଜନ ସିଂ ଏହାକୁ ନାପସନ୍ଦ କରିଛନ୍ତି। ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଭାରତୀୟ କ୍ରିକେଟ ପାଇଁ ଏକ ନୂଆ ଫ୍ୟାଶନ; ଭାରତୀୟ କ୍ରିକେଟକୁ ଭଗବାନ ସହାୟ ହୁଅନ୍ତୁ ବୋଲି ଗାଙ୍ଗୁଲି ଟୁଇଟ୍‌ କରିଛନ୍ତି। ଡ୍ରାଭିଡଙ୍କୁ ନୋଟିସ ପଠାଯିବାର ଫଳସ୍ବରୂପ ବର୍ତ୍ତମାନ ଭାରତୀୟ କ୍ରିକେଟର ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସକ କମିଟି(ସିଓଏ) ଏବଂ ପୂର୍ବତନ ଖେଳାଳିମାନଙ୍କ ମଧ୍ୟରେ ଏକ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିଲୀପ ଭେଙ୍ଗସରକାର, ସଞ୍ଜୟ ମଞ୍ଜ୍ରେକର, ଅଜିତ ଅଗରକର, ଇର୍ଫାନ ପଠାନ, ପାର୍ଥିବ ପଟେଲ ଏବଂ ରୋହନ ଗାଭାସ୍କର ପ୍ରମୁଖ ଯୋଗ ଦେଇଥିଲେ। ଗାଙ୍ଗୁଲି ସ୍କାଇପ୍‌ ଜରିଆରେ ଏଥିରେ ଅଂଶଗ୍ରହଣ କରିଥିଲେ। ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଉପରେ ଏକ ଶ୍ୱେତପତ୍ର ପ୍ରସ୍ତୁତ କରି ସୁପ୍ରିମ କୋର୍ଟରେ ଉପସ୍ଥାପନ କରିବା ଲାଗ ଏଥିରେ ସ୍ଥିର କରାଯାଇଛି। ପ୍ରଶାସକ କମିଟି ଇତିମଧ୍ୟରେ କହିସାରିଛି ଯେ, ଲୋଧା କମିଟି ସଂସ୍କାରରେ ସ୍ଥାନ ପାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନିୟମକୁ କାର୍ଯ୍ୟକାରୀ କରିବା ବେଳେ ବିଭିନ୍ନ ସମସ୍ୟା ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri