Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ: ସିଏସି, ଆଇସିଏରୁ ରଙ୍ଗାସ୍ବାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୩୦।୯(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ଶନ୍ଥା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେଇଛନ୍ତି। ସେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସଭ୍ୟ ପଦରୁ ଓ ଇଣ୍ଡିଆ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଏଥିକ୍ସ ଅଫିସର ତଥା ଲୋକପାଳ ଡି.କେ. ଜୈନ ତାଙ୍କ ନିକଟକୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ନୋଟିସ ପଠାଇବା ପରେ ସେ ଏହି ଦୁଇ ପଦରୁ ରବିବାର ଇସ୍ତଫା ଦେଇଛନ୍ତି।
ମୋର ଅନ୍ୟ ଯୋଜନା ରହିଛି, ତେଣୁ ଏହି ନିଷ୍ପତ୍ତି ନେଇଛି । ସିଏସିର ବୈଠକ ବର୍ଷରେ ଥରେ କିମ୍ବା ଦୁଇ ବର୍ଷରେ ଥରେ ବସିଥାଏ। ତେଣୁ କେଉଁ ଆଧାରରେ ମୋ ନିକଟରକୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ନୋଟିସ ପଠାଗଲା ତାହା ବୁଝି ପାରୁନାହିଁ ବୋଲି ରଙ୍ଗାସ୍ବାମୀ କହିଛନ୍ତି। ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ବର୍ତ୍ତମାନ କ୍ରିକେଟ ପ୍ରାଶସକ ଭୂମିକାରେ ଜଣେ ପୂର୍ବତନ କ୍ରିକେଟର ଅବତୀର୍ଣ୍ଣ ହେବା କଷ୍ଟକର। ନିର୍ବାଚନ ପୂର୍ବରୁ ଆଇସିଏ ପଦରୁ ଇସ୍ତଫା ଦେଇଥାନ୍ତି। ତେଣୁ ଦୁଇଟି ପଦରୁ ଇସ୍ତାଫା ଦେବା ଏକ ସଂଯୋଗ ମାତ୍ର ବୋଲି ସେ କହିଛନ୍ତି।
ଉଲ୍ଲେଖଥାଉ କି, ରଙ୍ଗାସ୍ବାମୀ ଦୁଇ ପୂର୍ବତନ କ୍ରିକେଟର କପିଲ ଦେବ ଓ ଅଂଶୁମାନ ଗାଏକ୍ୱାଡଙ୍କ ସମେତ କ୍ରିକେଟ ଉପଦେଷ୍ଟା କମିଟିର ସଦସ୍ୟ ଥିଲେ। ସେ ତାଙ୍କ ଇସ୍ତଫା ପତ୍ର କ୍ରିକେଟ ପ୍ରଶାସକ କମିଟି (ସିଓଏ) ଓ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନିକଟକୁ ମେଲ ମାଧ୍ୟମରେ ରବିବାର ପୂର୍ବାହ୍ନରେ ପଠାଇଛନ୍ତି।
ପୂର୍ବରୁ ଶନିବାର ଜୈନ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ସିଏସି ସଭ୍ୟମାନଙ୍କ ନିକଟକୁ ନୋଟିସ୍‌ ପଠାଇଥିଲେ। ଅକ୍ଟୋବର ୧୦ ସୁଦ୍ଧା ଜବାବ ଦେବାକୁ ଏମାନଙ୍କୁ କୁହାଯାଇଛି। ସିଏସିର ୩ଜଣ ସଦସ୍ୟଙ୍କ ବିରୋଧରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ) ଆଜୀବନ ସଦସ୍ୟ ସଞ୍ଜିବ ଗୁପ୍ତା ଅଭିଯୋଗ ଦାଖଲ କରିଥିଲେ। ରଙ୍ଗାସ୍ବାମୀ, ଗାଏକ୍ୱାଡ ଓ କପିଳ ଦେବ ଗତ ଅଗଷ୍ଟରେ ଭାରତୀୟ ହେଡ୍‌ କୋଚ୍‌ ଚୟନ କରିଥିଲେ। ବିସିସିଆଇର ସମ୍ବିଧାନ ଅନୁସାରେ କୌଣସି ବ୍ୟକ୍ତି ଏକାଧିକ ପଦରେ ଏକା ସମୟରେ ରହିପାରିବେ ନାହିଁ। ସିଏସି ସଦସ୍ୟମାନେ କ୍ରିକେଟ ସମ୍ପର୍କିତ ଏକାଧିକ ପଦରେ କାର୍ଯ୍ୟ କରୁଛନ୍ତି ବୋଲି ଗୁପ୍ତା ଅଭିଯୋଗ ଆଣିଛନ୍ତି।
କପିଲ ଦେବ ଜଣେ ଭାଷ୍ୟକାର, ଫ୍ଲଡ ଲାଇଟ୍‌ କମ୍ପାନୀର ମାଲିକ, ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ ସଦସ୍ୟ ହେବା ସହିତ ସିଏସିର ସଦସ୍ୟ ଅଛନ୍ତି। ସେହିପରି ଗାଏକ୍ୱାଡ ଗୋଟିଏ କ୍ରିକେଟ ଏକାଡେମୀ ମାଲିକ ରହିଥିବାବେଳେ ବିସିସିଆଇ ଆଫିଲିଏଶନ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ସେହିପରି ରଙ୍ଗାସ୍ବାମୀ ସିଏସି ଓ ଆଇସିଏରେ ଏକାଧିକ ପଦରେ ରହିଛନ୍ତି ବୋଲି ଗୁପ୍ତା ଅଭିଯୋଗ ଆଣିଛନ୍ତି। ସିଏସି ଭାରତୀୟ ମହିଳା ଦଳର କୋଚ୍‌ ଡବ୍ଲ୍ୟୁଭି ରମଣଙ୍କୁ ଡିସେମ୍ବରରେ ନିଯୁକ୍ତ କରିଥିଲେ। କିନ୍ତୁ ସେତେବେଳେ ଏହା ଏକ ଆଡହକ୍‌ କମିଟି ଥିଲା। ସେହିପରି ରବି ଶାସ୍ତ୍ରୀଙ୍କୁ ଭାରତୀୟ ହେଡ୍‌ କୋଚ୍‌ ରୂପେ ସିଏସି ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଭାରତରେ ଆୟୋଜନ ହେବାକୁ ଥିବା ୨୦୨୧ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେ ଚତୁର୍ଥଥର ପାଇଁ ଜାତୀୟ ଦଳ ଲାଗି କାର୍ଯ୍ୟ କରିବାର ସୁଯୋଗ ହାସଲ କରିଛନ୍ତି। ପୂର୍ବରୁ ସେ ୨୦୦୭ ବାଂଲାଦେଶ ଗସ୍ତରେ ଦଳ ସହିତ କ୍ରିକେଟ ମ୍ୟାନେଜର, ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଟିମ୍‌ ଡାଇରେକ୍ଟର ଓ ୨୦୧୭ରୁ ୧୯ ପର୍ଯ୍ୟନ୍ତ ଦଳର ହେଡ୍‌ କୋଚ୍‌ ରୂପେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri