ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଶୀଘ୍ର ନିଯୁକ୍ତି, ତାଲିମ ଦିଆଯାଉ

ଝାରସୁଗୁଡା ଅଫିସ,୯ା୪- ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳସ୍ତରୀୟ କମିଟି ପକ୍ଷରୁ କୋଭିଡ-୧୯ ମୁକାବିଲା ପାଇଁ ଗୁରୁତ୍ୱପୁର୍ଣ୍ଣ ଆଲୋଚନା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ ଜରିଆରେ ଏହି ଆଲୋଚନା ହୋଇଛି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନଆଇସି କକ୍ଷରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ। ସେ ବିଭିନ୍ନ ପରାମର୍ଶ ଦେବା ସହ କରୋନା ମୁକାବିଲା କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ନିଷ୍କତ୍ତି ମଧ୍ୟ ନେଇଛନ୍ତି। ପ୍ରତିଦିନ ଏକ ହଜାର ରକ୍ତ ନମୁନା ପରୀକ୍ଷା କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ୧୨ ତାରିଖରୁ ବ୍ରହ୍ମପୁର ମେଡିକାଲ କଲେଜରେ, ୧୫ ତାରିଖରୁ ଭିମସାରରେ ଓ ୧୭ ତାରିଖରୁ ଆଇଜିଏଚରେ ରକ୍ତ ନମୁନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ଶେଷ ହେବା ପରେ ମନ୍ତ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଦିଲ୍ଲୀ ଏମ୍ସରେ ଯେଭଳି ଭାବେ ଲୋକଙ୍କୁ ସାନିଟାଇଜ କରାଯାଉଛି ସେହିଭଳି ଓଡିଶାରେ ମଧ୍ୟ ବ୍ୟବସ୍ଥା ହେବା ଆବଶ୍ୟକ। ବୁର୍ଲା ଭିମସାରକୁ ଯୋଗାଇ ଦିଆଯାଇଥିବା ୨୨ ଟି ଭେଣ୍ଟିଲେଟରକୁ ବୁର୍ଲା କୋଭିଡ ହସ୍ପିପିଟାଲରେ ବ୍ୟବହାର କରାଯିବା, ସରକାରଙ୍କ ପକ୍ଷରୁ କୋଭିଡ-୧୯ ଚିକିତ୍ସା ପାଇଁ ଅନୁମୋଦନ କରିଥିବା ୨୪୩୨ ଜଣ ଷ୍ଟାଫ ନର୍ସ, ୭୨୯ ଜଣ ଫାର୍ମାସିଷ୍ଟ, ୬୧୦ ଜଣ ଲ୍ୟାବ ଟେକନିସିଆନ, ୨୯୧ ରେଡିଓ ଗ୍ରାଫର, ୧୭୩୫ ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ୨୧୬୩ ଜଣ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଶିଘ୍ର ନିଯୁକ୍ତି ଦେଇ ତାଲିମ ଦେବାକୁ ଦାବି କରିଛନ୍ତି। ବିଭିନ୍ନ ଜିଲାରେ କୋଭିଡ ତାଲିମ ଶେଷ କରାଯାଇ କୋଭିଡ ହସ୍ପିଟାଲରେ କାର୍ଯ୍ୟ ଆରମ୍ଭ କରାଯାଉ। ସମସ୍ତ ଜିଲାର ଆୟୁର୍ବେଦ, ହୋମିଓପାଥି ଡାକ୍ତର ଓ ଅନ୍ୟାନ୍ୟ ମେଡିକାଲ ଷ୍ଟାଫଙ୍କୁ କୋଭିଡ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ ତାଲିମ ପ୍ରଦାନ କରାଯାଉ। ସେହିଭଳି ଏନସିସି କ୍ୟାଡେଟ, ଏନ୍‌ଏସ୍‌ଏସ୍‌, ଏନୱାଇକେଏସ୍‌ ସ୍ବଚ୍ଛାସେବୀଙ୍କୁ ମଧ୍ୟ ଏ ନେଇ ତାଲିମ ଦେବାକୁ ମନ୍ତ୍ରୀ ଦାସ ବୈଠକରେ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri