Posted inଖେଳ

ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୨୬।୧୧ (ପି.ଟି.)- ଭାରତର ସର୍ବପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କରି ବାଂଲାଦେଶ ବିପକ୍ଷରେ ଦଳକୁ ଇନିଂସ କରାଇଥିବା ଅଧିନାୟକ ବିରାଟ କୋହଲିଙ୍କ ଟେଷ୍ଟ ମାନ୍ୟତାରେ ଉନ୍ନତି ଘଟିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟିଂ ତାଲିକାରେ କୋହଲି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ୍‌ଙ୍କ ଖୁବ୍‌ ନିକଟତର ହୋଇଛନ୍ତି। ମଙ୍ଗଳବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ କୋହଲି ୯୨୮ ରେଟିଂ ପଏଣ୍ଟ ପାଇ ସ୍ମିଥ୍‌ଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି। ୯୩୧ ରେଟିଂ ପଏଣ୍ଟ ସହ ସ୍ମିଥ ତାଲିକାର ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ବାଂଲାଦେଶ ବିପକ୍ଷ ଦିବାରାତ୍ର ମ୍ୟାଚ୍‌ରେ ୧୩୬ ରନର ଶତକୀୟ ଇନିଂସ ଖେଳି କୋହଲି ୨୫ ରେଟିଂ ପଏଣ୍ଟ ଲାଭ କରିଥିଲେ। ଅପରପକ୍ଷରେ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟରରେ ପ୍ରଥମଥର ଲାଗି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଇନ୍ଦୋରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଥିବା ଅଗ୍ରଓ୍ବାଲ ୭୦୦ ରେଟିଂ ପଏଣ୍ଟ ପାଇ ୧୦ମ ସ୍ଥାନକୁ ଉଠିଛନ୍ତି। ଫଳରେ ଆଇସିସି ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ୪ଜଣ ଭାରତୀୟ ଖେଳାଳି ରହିଛନ୍ତି। କୋହଲି ଓ ଅଗ୍ରଓ୍ବାଲଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା (୭୯୧) ଓ ଅଜିଙ୍କ୍ୟ ରାହାନେ (୭୫୯) ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ଲାଭ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୯୧ ଓ ୨୮ ରନ କରିଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଟପ୍‌-୧୦ରେ ପ୍ରଥମଥର ପାଇଁ ପହଞ୍ଚତ୍ଛନ୍ତି। ଷ୍ଟୋକ୍ସ ୩ଟି ପାହାଚ ଲମ୍ଫ ପ୍ରଦାନ କରି ୯ମ ସ୍ଥାନକୁ ଉଠିଛନ୍ତି।
ବୋଲିଂ ତାଲିକାରେ ଭାରତର ଇଶାନ୍ତ ଶର୍ମା ଓ ଉମେଶ ଯାଦବ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ପାଇଛନ୍ତି। ଇଶାନ୍ତ ୭୧୬ ପଏଣ୍ଟ ସହ ୧୭ତମ ସ୍ଥାନରେ ରହିଛନ୍ତି। ଇଶାନ୍ତଙ୍କ ୨୦୧୧ରେ ୭ମ ସ୍ଥାନ ହାସଲ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ତାଙ୍କର ଶ୍ରେଷ୍ଠ ମାନ୍ୟତା ରହିଛି। ଉମେଶ ଯାଦବ ୬୭୨ ରେଟିଂ ପଏଣ୍ଟ ପାଇଁ ଗୋଟିଏ ପାହାଚ ଉପରକୁ ଉଠି ୨୧ତମ ସ୍ଥାନ ଲାଭ କରିଛନ୍ତି। ସିନିୟର ବୋଲର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ଏବେ ତାଲିକାର ୯ମ ସ୍ଥାନରେ ରହିଛନ୍ତି। ତେବେ ଯଶପ୍ରୀତ୍‌ ବୁମ୍‌ରା ଗୋଟିଏ ସ୍ଥାନ ହରାଇ ୫ମ ସ୍ଥାନକୁ ଖସି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri