ନୂଆଦିଲ୍ଲୀ,୧୧।୬: କରୋନା ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ବୃହତ୍ ପରିମାଣର ଛଟେଇ ହୋଇଥିବା ବେଳେ ଅନେକଙ୍କ ଚାକିରି ଉପରେ ସଙ୍କଟ ରହିଛି। ପ୍ରମୁଖ ବିମାନ ସେବା ଯୋଗାଣକାରୀ କମ୍ପାନୀ ଏମିରେଟ୍ସ ବର୍ତ୍ତମାନ ସୁଦ୍ଧା ଅନେକ କର୍ମଚାରୀଙ୍କୁ ଛଟେଇ କରିସାରିଛି। ଆଗାମୀ ଦିନରେ ଏହି କମ୍ପାନୀ ଆଉ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡିଛି। ବିମାନ ଉତ୍ପାଦନ କରୁଥିବା କମ୍ପାନୀ ବୋଉଙ୍ଗ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରୁଥିବା ଖବର ନିକଟରେ ପ୍ରକାଶ ପାଇଥିଲା। ବିମାନ ସେବା ଯୋଗାଉଥିବା କମ୍ପାନୀଗୁଡିକ ଭାରତରେ ମଧ୍ୟ ଛଟେଇ କରିଛନ୍ତି। ଅନେକ ବିମାନ କମ୍ପାନୀ କର୍ମଚାରୀଙ୍କ ବେତନ ମଧ୍ୟ କାଟ କରୁଛନ୍ତି। ଭାରତରେ ପ୍ରାୟ ୨ ମାସ ବିମାନ ସେବା ବନ୍ଦ ରହିବା ପରେ ୧୨ ମେ’ ଠାରୁ ଘରୋଇ ବିମାନ ସେବା ଲାଗି ଅନୁମତି ପ୍ରଦାନ କରାଯାଇଛି।