ହଜିଛି ଲୀଳାକ୍ଷେତ୍ର ହାତୀପଡ଼ା

ଇତିହାସରୁ ଜଣାଯାଏ, ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ମହାପ୍ରଭୁ ଶ୍ରୀମନ୍ଦିର ଛାଡି ୨୨ଥର ବିଭିନ୍ନ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ୧୫ଥର ଆକ୍ରମଣର ସବିଶେଷ ବିବରଣୀ ମିଳିଥିବା ବେଳେ ତିନିଥର ଆକ୍ରମଣର ସୂଚନା ମିଳୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନୁସନ୍ଧାନ ହୋଇ ସବିଶେଷ ତଥ୍ୟ ଜଣାପଡି ନାହିଁ। ଆକ୍ରମଣ କାଳରେ ମହାପ୍ରଭୁ ଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ ସ୍ଥାନ ଅଦ୍ୟାବଧି ଚିହ୍ନଟ ହୋଇପାରି ନାହିଁ। ଏହି ସ୍ଥାନଟି ହେଲା ଚିଲିକାର ହସ୍ତୀପାଟଣା ବା ହାତୀପଡ଼ା।
କଳାପାହାଡ଼ ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିରରୁ ଯାଇ ଏହି ହସ୍ତୀପାଟଣାର ପାତାଳି ଲୀଳା କରୁଥିଲେ ବୋଲି ମାଦଳା ପାଞ୍ଜିରୁ ଜଣାଯାଏ। ପାତାଳି ଲୀଳାର ଅର୍ଥ ହେଉଛି ଭୂଗର୍ଭରେ ଲୁକ୍କାୟିତ ରହି କରୁଥିବା ଲୀଳା। ଭୂମିକୁ ଆମେ ଧରିତ୍ରୀ ବୋଲି କହୁ। ଦେବୀ ଭାବରେ ମଧ୍ୟ ପୂଜା କରୁ। ସେ ହେଉଛନ୍ତି ଭୂଦେବୀ। ମହାପ୍ରଭୁ ଥରେ କଳାପାହାଡ଼ ଆକ୍ରମଣ କରିବା ପୂର୍ବରୁ ପାହାଡ଼ ଗୁମ୍ଫାରେ ୯୯ ବର୍ଷ ଧରି ସୋନପୁରରେ ଗୁପ୍ତଲୀଳା କରିଥିଲେ। ସେ ସ୍ଥାନଟି ହେଉଛି ସୋନପୁରର ଗୋ-ପାଲି (ଗୋପାଳି)। ଏଥର କିନ୍ତୁ ଭୂଦେବୀଙ୍କର ପଥର ଗୁମ୍ଫାରେ ନୁହେଁ, ବାଲିକୁଦ ତଳେ ଲୀଳା କରୁଥାନ୍ତି ଚିଲିକାରେ।
କୁଦଟିରେ ଗଁାଟିଏ ଥିଲା। ହାତୀପଡ଼ା ନଁାରେ ପ୍ରସିଦ୍ଧ ଥିବା ଏ କୁଦଟିର ରହସ୍ୟ ଭେଦୁଆଙ୍କଠାରୁ ସୁରାକ ପାଇଯାଇଥିଲା ବର୍ବର କଳାପାହାଡ଼। ପହଞ୍ଚତ୍ ଯାଇଥିଲା କୁଦରେ। କୁଦକୁ ଖୋଳିତାଡ଼ି ଭୂଦେବୀଙ୍କ କୋଳରୁ ମହାପ୍ରଭୁଙ୍କୁ କାଢିଆଣି ଗଙ୍ଗାକୂଳରେ ପୋଡ଼ିଦେବା ପାଇଁ ଆଦେଶ ଦେଇଥିଲେ। ପ୍ରତିରୋଧ ତ ନିଶ୍ଚିତ ହୋଇଥିଲା, ନଇଲେ କଳାପାହାଡ଼ର ସୈନ୍ୟମାନେ ଗଁାଟିକୁ ମଣିଷଶୂନ୍ୟ କରିଥାନ୍ତେ କାହିଁକି! ଇତିହାସ କୁହେ, ରକ୍ତଧାରରେ ଭିଜିଯାଇଥିଲା ବାଲି।
ଜନଶ୍ରୁତି ଅଛି, ହାତୀପିଠିରେ ନେଲା ବେଳେ ପାଣି ଥିବା ଏକ ନାଳ ପାର ହେବାକୁ ପଡିଥିଲା। ହାତୀଗୋଡ଼ ଦବିଯିବାରୁ ଉଠିପାରିଲାନି ହାତୀ। ମହାପ୍ରଭୁଙ୍କ ଶ୍ରୀବିଗ୍ରହ ହାତୀପିଠିରୁ ଖସିପଡିଥିଲା। ଅନୁସନ୍ଧାନ କରିବାରୁ ଜଣାପଡ଼େ ସେଇ ନାଳଟି ଚିଲିକାର ବଡ଼ଗୋଡା ମୁଣ୍ଡରୁ ଗମ୍ଭାରୀ ପର୍ଯ୍ୟନ୍ତ ଥିଲା। ସେବେଠାରୁ ନାଳଟି ଲୋକମୁଖରେ ପରିଚିତ ହେଲା ହାତୀନାଳ ଭାବରେ। ଠିକ୍‌ ନାଳର ଅପରପାର୍ଶ୍ୱରେ ଯେଉଁଠି ଶ୍ରୀବିଗ୍ରହ ନାଳରୁ ଉଦ୍ଧାର ହୋଇ ପୁଣି ହାତୀପିଠିରେ ଲଦା ହୋଇଥିଲେ, ସେହି ସ୍ଥାନଟି ସେହିଦିନଠୁ ପରିଚିତ ହୋଇଆସୁଛି ବ୍ରହ୍ମପଡ଼ା ନାମରେ। ପ୍ରଭୁ ଚାଲିଗଲେ ସିନା ସେଇ ସ୍ମୃତିରେ ସେହି କୁଦରେ ଗଢିଉଠିଲା ବ୍ରହ୍ମପଡ଼ା ମଠ। ଅଖଣ୍ଡ ଧୁନି ଚାଲିଛି ଏବେ ବି ସେଠି। ସ୍ଥାନୀୟ ପରମ୍ପରାରେ ଗୋଡ଼ା ଶବ୍ଦର ଅର୍ଥ ରାସ୍ତା। ଚିଲିକା କୁଦରୁ କୁଦକୁ ଯିବାବେଳେ ଅନେକ ଗୋଡ଼ା ଥିଲା। ଶଗଡ଼ ଯିବା ରାସ୍ତା ଯେପରି ଶଗଡ଼ ଗୁଳା ନାମରେ ପରିଚିତ, ଠିକ୍‌ ସେହିପରି ଅଳ୍ପ ଅଳ୍ପ ପାଣି ଥାଇ ଚିଲିକାରେ ଯିବାଆସିବା ରାସ୍ତାକୁ ଗୋଡ଼ା କୁହାଯାଏ। ହାତୀ ଯେଉଁ ରାସ୍ତାରେ ଶ୍ରୀବିଗ୍ରହଙ୍କୁ ପିଠିରେ ବୋହି ଆସିଥିଲା, ତାହା ହାତୀଗୋଡ଼ା ଭାବରେ ପ୍ରସିଦ୍ଧ ହୋଇଥିଲା। ସମ୍ଭାବନା ହୁଏ ତାହା ହିଁ ମାଦଳା ବର୍ଣ୍ଣିତ ହାତୀପଡ଼ା। ହାତୀଗୋଡ଼ା ଲୋକମୁଖରେ ହାତୀପଡ଼ା ନାମରେ ପ୍ରସିଦ୍ଧ ହୋଇଥିବା ମନେହୁଏ। କଳାପାହାଡ଼ର ସାମୂହିକ ହତ୍ୟା ପରେ ହାତୀପଡ଼ା ବସ୍ତି ଛାରଖାର୍‌ ହୋଇ ନଷ୍ଟ ହୋଇଯାଇଥିଲା। ସେଥିପାଇଁ ଆମେ ୨୦୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ତହସିଲ କାଗଜାତ ଖୋଜିବା ପରେ ମଧ୍ୟ ରାଜସ୍ବ ଗ୍ରାମ କିମ୍ବା ରାଜସ୍ବ ଗ୍ରାମର ପଡ଼ା ହିସାବରେ ଏହାର ନାମ ପାଇଲୁ ନାହିଁ। ଏହାର ଅନତି ଦୂରରେ ରହିଛି ଧଳାବନ୍ତ ଓ କଳାବନ୍ତ। ଲୋକମୁଖରୁ ଶୁଣିଲୁ, ତେପନ ଏକର ପରିମିତ କେରୁଆକୁଦା ପଟକୁ ହାତୀ ପାରି ହେବା ବେଳେ ଗୋଡ଼ ତାର ବାଲିରେ ଦବିଯାଇଥିଲା। ଏହି କୁଦର ଚାରିପଟେ ଚିଲିକାର ଜଳରାଶି ଘେରି ରହିଛି।
-ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ତାଳଗଛ ଲଗାଇବାକୁ ୭ କୋଟି ଟଙ୍କା, ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ସରକାର…

ଭୁବନେଶ୍ୱର,୫ା୯: ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧରଙ୍କ ପ୍ରଶ୍ନରେ ରାଜସ୍ବ...

ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ,୧୮।୭: ଗୁରୁବାର ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରିଥିଲେ। ପରେ ସାଚି, ଛେନା, ସର,...

ଶ୍ରୀଜିଉଙ୍କ ସୁନାବେଶ: ମହଣ ମହଣ ସୁନାରେ ହେଲେ ସଜେଇ

ପୁରୀ,୧୭ା୭: ବୁଧବାର ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି। ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ...

କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ା: ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା

କେନ୍ଦ୍ରାପଡ଼ା,୧୬ା୭: ତୁଳସୀକ୍ଷେତ୍ରର କ୍ଷେତାଧିପତି ଶ୍ରୀବଳଦେବଜୀଉଙ୍କ ଆଜି ବାହୁଡ଼ା ଯାତ୍ରା। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଏନେଇ...

ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିଭୁଖେ ବାହାରିଛନ୍ତି ଶ୍ରୀଜୀଉ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ...

ରଥରେ ଚଢ଼ିଥିବା ଅଣସେବାୟତଙ୍କୁ ହାତଧରି ଟାଣି ଆଣିଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫।୭: ସେବାୟତ ବେଶରେ ଜଣେ ଅଣସେବାୟତ ରଥରେ ଚଢ଼ିବା ଘଟଣା ସୋମବାର ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥ...

ଭାଇ, ଭଉଣୀଙ୍କ ପରେ ରଥରେ ବିରାଜିଲେ କାଳିଆ ଠାକୁର

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି...

ବଡ଼ ଭାଇ, ଭଉଣୀଙ୍କ ପରେ ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ,୧୫ା୭: ନବଦିନାତ୍ମକ ଯାତ୍ରା ସାରି ସୋମବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ଇତି ମଧ୍ୟରେ ନୀତି ନିର୍ଘଣ୍ଟ ଅନୁଯାୟୀ ସାମବାର ଭୋର ୪ଟାରେ ମଙ୍ଗଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri