ଜାମଟିକ୍ରା, ୨।୧୧(ଡି.ଏନ୍.ଏ.)-
ସମିଆ ବଦିଲବାର ସଂଗେ ସବୁ ଜିନିଷର ଦରଦାମ୍ ବଢ଼ୁଛେ। ସେନ୍ତା ବଜାରରେ ମିଲୁଥିବା ଶାଗ୍, ମାଛ୍, ପନିପରିବାରେ ବି ଆଗର ଗୁନ୍ଧରମ ନଁାଇଁନ। ଯେନ୍ଥିରଲାଗି ଲୋକ୍ ଅସମିଆରେ ନାନା ରୋଗ୍ର ଶିକାର ହେଉଛନ୍। ଏନ୍ତାଥି ଗଁାଗଁଲିରୁ ସହର ତକ୍ ଲୋକ୍ ପୂରବେ ସୁବିଧାରେ ମିଲୁଥିବାର ଶାଗ୍, ମୁର୍ହି, ମାଛ୍କେ ଝୁରି ହେଉଛନ୍। ଦିନ୍ଥିଲା ଖେତ୍ଖଲା, ନାଲ୍ନଲିଆରେ ଝାଇଁ, ବଏଁରି, ଜରଡା, ଟୁରୋ, ଖପ୍ସି, କୁତରି, ମାଗୁର, ସିଂହି, ଲେଖେଁ ଭିନେ ଭିନେ ପରଜାତିର ମାଛ୍ ବହୁତ୍ ମିଲୁଥିଲେ। ସେନ୍ତା ରୁଆବିହିଡ଼ା ବେଲେ ଖେତ୍ମାନକେ ଖିର କଁକ୍ରା ସଲ୍ବଲେଇ ଯାଉଥିଲେ। ହେଲେ ଆଏଜ୍କାଲି ଚାଷ୍ବାସଥି ପୋକ୍ମରା ଉଷୋର ବଡ଼ଭାରି ବେଭାର ଲାଗି ମାଛ୍, କଁକ୍ରା ଲେଖେଁ ଜଲ୍ଚର ଜୀବ୍ଜଁତୁକର ଭେଲି ମେଟିଗଲାନ। ସେନ୍ତା ଆଗ୍ରୁ ଲୋକ୍ ଖେତ୍ଖଲା, ନାଲ୍ନଲିଆ, ନଦୀରୁ ମାଛ୍ ମାରବାର ଲାଗି ଧଏଁର, ଥପି, କୁମୁନା, ଜାଲ, ଉଁଜର ବେଭାର କରୁଥିଲେ। ଖେତ୍ଖଲା, ନାଲ୍ନଲିଆରୁ ମିଲୁଥିବାର ଛୋଟ୍ ଛୋଟ୍ ମାଛର ସୁଆଦ୍ ବି ଥିଲା ଭିନେ ପରକାର। ହେଲେ ପୋକ୍ମରା ଉଷୋକଷାର ବେଭାରରେ ଅନେକ ପରଜାତିର ମାଛ ଭେଲି ମେଟିଗଲାନ। ଏନ୍ତାଥି ମାଛ୍ ମାରି କୁଟୁମ ପୁଷୁଥିବାର ପରିବାର ଆର ମାଛ୍ଧରା ସାଜୋସାମାନ ତିଆରି କରୁଥିବାର ପରିବାରମାନେ ନିଜର ଜୀବ୍କା ହରାଲେନ। ଏନ୍ତା ପରିସ୍ଥିତିରେ ଦେଶ୍ ଆର ରାଏଜେ ଅନେକ ସଂଗଠନ ଚାଷୀକୁ ଜଇବିକ୍ ଚାଷ୍ କରବାର ଲାଗି ସଚେତନ୍ କରୁଛନ୍। ରାଏଜ୍ ସରକାର ଇ ଦିଗେ ଦୁରୁଷ୍ଟି ଦେଇ କ୍ଷତିକାରକ୍ ପୋକ୍ମରା ଉଷୋକଷା ବଁଦ୍ କରବାର ସଂଗେ ଚାଷୀକୁ ଜଇବିକ୍ ଚାଷ୍ ଲାଗି ପୋରଛାହିତ୍ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଏନ୍ତାଥି ଆମର ପରିବେଶ, ସମାଜ ନିରୁଜ୍ ରହିପାରବା ବଲି ସେମାନେ କହିଛନ୍।