ହଟିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି କଟକଣା

ନୂଆଦିଲ୍ଲୀ,୮ା୪: ଆମେରିକା ସମେତ କରୋନା ଭୂତାଣୁ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ ଭାରତ ଔଷଧ ଯୋଗାଇଦେବ। ଏବେ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ ଉପରୁ କଟକଣା ଆଂଶିକ ଉଠାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧ ଯୋଗାଇଦେବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୁଇଦିନ ପୂର୍ବରୁ ଭାରତକୁ ଅନୁରୋଧ କରିଥିଲେ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଔଷଧ ପଠାଇବାକୁ ମନା କରନ୍ତି ତେବେ ଏହାର ପ୍ରତିଶୋଧ ନିଆଯିବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେବାର କିଛି ସମୟ ପରେ ଭାରତ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ମହାମାରୀର ମୁକାବିଲା ଲାଗି ମାନବିକତା ଦୃଷ୍ଟିକୋଣରୁ ଭାରତ ଉପରେ ନିର୍ଭରଶୀଳ ପଡୋଶୀ ଦେଶଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ପାରାସିଟାମଲ ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଯେଉଁ ଦେଶଗୁଡିକ କରୋନା ସଂକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେଗୁଡ଼ିକୁ ମଧ୍ୟ ଜରୁରୀ ଔଷଧ ଯୋଗାଇ ଦିଆଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ବିଶ୍ୱର ଜୀବନରକ୍ଷାକାରୀ ଔଷଧର ଏକ-ଚତୁର୍ଥାଂଶରୁ ଅଧିକ ଭାରତ ଯୋଗାଇଥାଏ। କୋଭିଡ୍‌-୧୯ ମାମଲା ବଢ଼ିବା ପରେ ଅଧିକ ଔଷଧ ମହଜୁଦ ରଖିବା ଲାଗି ଗତମାସରେ ସରକାର ୨୬ଟି ଫାର୍ମାସ୍ୟୁଟିକାଲ ଉପାଦାନ ଓ ସେଥିରୁ ପ୍ରସ୍ତୁତ ଔଷଧ ରପ୍ତାନି ଉପରେ କଟକଣା ଲଗାଇଥିଲେ।
କୋଭିଡ୍‌-୧୯ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସମୁଦାୟ ଦୃଢ଼ ଏକତା ଓ ସହଯୋଗ ମନୋଭାବ ପ୍ରଦର୍ଶନ କରିବା ଜରୁରୀ ବୋଲି ଭାରତ ସବୁବେଳେ କହିଆସିଛି। ତେବେ ଘରୋଇ ଆବଶ୍ୟକତା ପୂରଣ ପରେ ଗଚ୍ଛିତ ପରିମାଣକୁ ଦେଖି ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ ରପ୍ତାନି ପାଇଁ ଅନୁମତି ଦିଆଯିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହି ଔଷଧ ଲାଇସେନ୍ସ ବର୍ଗରେ ଯାଉଥିବାରୁ ଏହାର ଚାହିଦା ଉପରେ ନିୟମିତ ସମୀକ୍ଷା କରାଯାଇଥାଏ। ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି ପରୀକ୍ଷାରୁ ଜଣାପଡିବା ପରେ ଗତମାସ ୨୫ ତାରିଖରେ ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ନାଁ ଦାଉଦ ସହ ଯୋଡିବ ତ…, କାହାକୁ ଏମିତି ଚେତାବନୀ ଦେଲେ ନଓ୍ବାବ ମଲିକ

ମୁମ୍ବାଇ,୨।୧୧: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ଅଜିତ ପାୱାର ଦଳର ନେତା ନଓ୍ବାବ ମଲିକ ତାଙ୍କ ନାମ ଅଣ୍ଡରୱାଲର୍‌ଡ...

ଭାଜପା ନେତାଙ୍କୁ ଧମକ ଦେଲେ ନୀତୀଶ! ବିହାରରେ ଚାଲିବ ନାହିଁ ହିନ୍ଦୁ-ମୁସଲମାନ ଡ୍ରାମା

ପାଟନା,୨।୧୧: ବିହାର ଏନଡିଏରେ ଅନ୍ତର୍ଭୁକ୍ତ ପାଞ୍ଚଟି ଦଳର ମୁଖ୍ୟ, ସଂସଦର ଉଭୟ ଗୃହର ସଦସ୍ୟ, ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କ ବ୍ୟତିତ ଦଳର ଅଧିକାରୀ...

ପିନାରାଇ ବିଜୟନ ସବୁଠାରୁ ବଡ ଡନ୍‌, କାହିଁକି ଏତେବଡ଼ ଅଭିଯୋଗ ଆଣିଲେ ଶୋଭା ସୁରେନ୍ଦ୍ରନ

ଥିରୁଭାନନ୍ତପୁରମ,୨।୧୧: ଶନିବାର କେରଳର ଭାଜପା ନେତା ଶୋଭା ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ରାଜ୍ୟର ସବୁଠାରୁ ବଡ ଡନ୍‌ ବୋଲି ବର୍ଣ୍ଣନା କରିଛନ୍ତି। ଶୋଭା ସୁରେନ୍ଦ୍ରନ...

ଏହି କୋର୍ସ କଲେ ଗୁଗୁଲରେ ମିଳିବ ଚାକିରି, ଲକ୍ଷାଧିକ ଟଙ୍କା ପ୍ୟାକେଜ

ନୂଆଦିଲ୍ଲୀ,୨।୧୧: ଗୁଗୁଲରେ କାମ କରିବାକୁ ହେଉଛି ଲକ୍ଷ ଲକ୍ଷ ଯୁବକଙ୍କର ସ୍ବପ୍ନ ଥାଏ। ଏହା କେବଳ ଏକ ପ୍ରତିଷ୍ଠିତ କମ୍ପାନୀ ନୁହେଁ ବରଂ ଭଲ ବେତନ,...

ନୂଆ ସ୍ଲୋଗାନ ସହ ଭାଜପା-ସମାଜବାଦୀ ପାର୍ଟିକୁ ଜବାବ ଦେଲେ ମାୟାବତୀ 

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶରେ ଭାଜପାର ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ସମାଜବାଦୀ ପାର୍ଟି ‘ଜୁଡେଙ୍ଗେ ତୋ ଜିତେଙ୍ଗେ’ ସ୍ଲୋଗାନ ଦେବାକୁ ନେଇ ବିଏସ୍‌ପି ମୁଖ୍ୟ ମାୟାବତୀ ନିଜର...

ଭାଜପା ଉପରେ ବଡ଼ ଅଗିଯୋଗ ଆଣିଲା କଂଗ୍ରେସ, କହିଲା ଜନତାଙ୍କୁ ବୋକା ବନଉଛି

ରାଞ୍ଚି,୨।୧୧: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେବାର ତାରିଖ ଯେତେ ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ବଢିବାରେ ଲାଗିଛି। ଏବେ...

ମାଞ୍ଝୀ ହେଉଛନ୍ତି ‘ପଲ୍‌ଟୁ’, କେବେ ଫେରିଯାଇ ଲଣ୍ଠନ ଧରିନେବେ ନିଜେ ଜାଣିପାରିବେ ନାହିଁ : ପିକେ

ନୂଆଦିଲ୍ଲୀ,୨।୧୧: ବିହାରର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନ ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମୟରେର ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା...

ଭାରତୀୟ ସେନାକୁ ବଡ଼ ସଫଳତା: ଲଶ୍କରର ଟପ୍‌ କମାଣ୍ଡର ଉସ୍‌ମାନ୍‌ର ହେଲା The End 

ଶ୍ରୀନଗର,୨।୧୧: ଜମ୍ମୁ କଶ୍ମୀରର ଶ୍ରୀନଗର ଖାନିଆର ଅଞ୍ଚଳରେ ଶନିବାର ସକାଳେ ହୋଇଥିବା ଏନକାଉଣ୍ଟରରେ ୪ ଯବାନ ଆହତ ହୋଇଥିବା ବେଳେ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ଜଣେ ପାକିସ୍ତାନୀ ଆତଙ୍କବାଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri