Posted inଜାତୀୟ

ହରିୟାଣାର ୯୩% ନବନିର୍ବାଚିତ ବିଧାୟକ କୋଟିପତି

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ହରିୟାଣାର ନବନିର୍ବାଚିତ ୯୦ ବିଧାୟକଙ୍କ ମଧ୍ୟରୁ ୮୪ ଜଣ କୋଟିପତି ଥିବା ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡିଛି। ଅର୍ଥାତ୍‌ ୯୩ ପ୍ରତିଶତ ବିଧାୟକଙ୍କ ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ। ପୂର୍ବ ବିଧାନସଭାରେ ୭୫ ବିଧାୟକଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଥିଲା। ପୂର୍ବ ବିଧାନସଭା ତୁଳନାରେ ଏଥର ବିଧାନସଭାର କୋଟିପତି ବିଧାୟକ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଥିବା ଏଡିଆର୍‌ ରିପୋର୍ଟରେ କୁହାଯାଇଛି। ନବନିର୍ବାଚିତ ୪୦ ଭାଜପା ବିଧାୟକଙ୍କ ମଧ୍ୟରୁ ୩୭ କୋଟିପତି ହୋଇଥିଲାବେଳେ ୩୧ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କୋଟିପତିଙ୍କ ସଂଖ୍ୟା ୨୯ ରହିଛି। ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟିର ୧୦ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୫.୨୬ କୋଟି ବୋଲି ଏହି ରିପୋର୍ଟରୁ ଜଣାପଡିଛି।
୫୭ ବିଧାୟକଙ୍କ ବୟସ ୪୧ରୁ ୫୦ ମଧ୍ୟରେ ହୋଇଥିଲାବେଳେ ୬୨ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତଦୂର୍ଦ୍ଧ୍ୱ। ୧୨ ନୂଆ ବିଧାୟକଙ୍କ ନାଁରେ ଫୌଜଦାରି ମାମଲା ରହିଛି। ସେଥିରୁ କଂଗ୍ରେସର ୪ ଜଣ ହୋଇଥିଲାବେଳେ ଭାଜପାର ୨ ଓ ଜେଜେପିରୁ ଜଣେ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭେ ରିପୋର୍ଟ ଦେଖି ଭାଜପାର ଉଡିବ ନିଦ! ଚମକି ଉଠିବେ ଶିନ୍ଦେ

ମୁମ୍ବାଇ,୩୧।୧୦: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ମତଦାନ ହେବାକୁ ଯାଉଛି ଏବଂ ଏହାର ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ । ଏହି ସମୟରେ ମହାରାଷ୍ଟ୍ରରେ ନିର୍ବାଚନ...

ଦୀପାବଳିରେ କଂଗ୍ରେସକୁ ଲାଗିଲା ବଡ ଝଟ୍‌କା

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଦୀପାବଳିରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି। କଂଗ୍ରେସ ନେତା ରବି ରାଜ ଦଳରୁ ଇସ୍ତଫା ଦେବା ପରେ...

ଦୀପାବଳିରେ ମିଠା ଖାଇ ଶେଷ କଲେ ବିବାଦ

ନୂଆଦିଲ୍ଲୀ,୩୧।୧୦: କୂଟନୈତିକ ସ୍ତରରେ ଚୁକ୍ତି ପରେ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସୁଧାର ଆସିଛି। ଗୁରୁବାର ଦୁଇ ପକ୍ଷର ସୈନିକ ଦୀପାବଳି ଅବସରରେ...

ହେଡଫୋନ ଲଗେଇ ଟ୍ରାକ୍‌ରେ ବସିଥିଲେ ଛାତ୍ର, ମାଡିଗଲା ଟ୍ରେନ୍‌

ଭୋପାଳ,୩୧।୧୦: ପୁଣି ମୋବାଇଲ ସାଜିଲା କାଳ। ଚାଲିଗଲା ଛାତ୍ରଙ୍କ ଜୀବନ । ହେଡଫୋନ ଦେଇ ଯୁବକଜଣକ ରେଲୱେ ଟ୍ରାକ୍‌ରେ ମୋବାଇଲ ଦେଖୁଥିବା ବେଳେ ମାଡିଗଲା ଟ୍ରେନ...

ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ, କାନାଡା ମନ୍ତ୍ରୀଙ୍କ ଅଭିଯୋଗ

ଓଟ୍ଟାଓ୍ବା,୩୦ା୧୦: କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର...

ଆମେ ଯାହା କହିଲୁ କରି ଦେଖାଇଲୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୩୦।୧୦: ଦୀପାବଳିକୁ ନେଇ ଉତ୍ସବମୁଖର ପୁରପଲ୍ଲୀ। ବିଶେଷକରି ଅଯୋଧ୍ୟାରେ ଆଲୋକର ଏହି ପର୍ବ ପାଳନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସମସ୍ତ ନେତା ପହଞ୍ଚୁଛନ୍ତି।...

ପଛକୁ ଫେରିଲେ ଉଭୟ ଦେଶର ସେନା: ଗୁରୁବାର ପରସ୍ପର ମିଠା ଖାଇ ବଢ଼ାଇବେ ବନ୍ଧୁତା

ନୂଆଦିଲ୍ଲୀ,୩୦।୧୦: ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଭାରତ ଓ ଚାଇନାର ସେନା ଲଦାଖର ଦେପସାଙ୍ଗ ଏବଂ ଡେମଚୋକ ସୀମା(ଲାଇନ ଅଫ କଣ୍ଟ୍ରୋଲ)ରେ ପଛକୁ ଫେରିବା କାର୍ଯ୍ୟ...

ଶତ୍ରୁ ସହ ଲଢ଼ି ଶହୀଦ ହୋଇଗଲା ‘ଫାଣ୍ଟମ୍‌’; ଜାଣନ୍ତୁ ଭାରତୀୟ ସେନାରେ କିଭଳି ହୋଇଥାଏ କୁକୁରଙ୍କ ଭର୍ତ୍ତି, ଟ୍ରେନିଂରେ କ’ଣ ଶିଖାଯାଏ?

ଶ୍ରୀନଗର,୩୦।୧୦: ଜମ୍ମୁ କଶ୍ମୀରର ଅଖନୁରରେ ଭାରତୀୟ ସେନା ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଏନ୍‌କାଉଣ୍ଟର ଅପରେଶନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri