ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ସୋମବାର ଜେଏନୟୁର ସମାବର୍ତ୍ତନ ଉତ୍ସବ ଚାଲିଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି। ଏହାସତ୍ତ୍ୱେ ଛାତ୍ରୀଛାତ୍ରମାନେ କ୍ୟାମ୍ପସ ବାହାରେ ପ୍ରତିବାଦ କରିଛନ୍ତି। ପୋଲିସ ସେମାନଙ୍କୁ ରୋକିବାକୁ ଯାଇ ବାରିକେଡ ବସାଇଥିଲା। କିନ୍ତୁ ଛାତ୍ରୀଛାତ୍ରମାନେ ଏହାକୁ ମାନ ଥିଲେ। ଫଳରେ ପୋଲିସ ଓ ଛାତ୍ରୀଛାତ୍ରଙ୍କ ସହ ସଂଘର୍ଷ ହୋଇଥିଲା। ବିନା କୌଣସି ଆଲୋଚନାରେ ହଷ୍ଟେଲ ଫି’ ବୃଦ୍ଧି କରାଯାଇଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଛାତ୍ରୀଛାତ୍ର ପ୍ରସ୍ତାବ ଦେଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।